ଦେଶ ବିଦେଶ

କର୍ଣ୍ଣାଟକରେ ୧୦ ଦିନ ପାଇଁ ଲାଗୁ ହେଲା ନାଇଟ କର୍ଫ୍ୟୁ, ଓମିକ୍ରନ ଯୋଗୁଁ ଏଭଳି ନିଷ୍ପତ୍ତି ନେଲେ ସରକାର

କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ । ୧୦ ଦିନ ପାଇଁ ଲାଗୁ ହେବ ରାତ୍ରକାଳୀନ କର୍ଫ୍ୟୁ । ଓମିକ୍ରନ କେସ୍‌ ବଢ଼ୁଥିବାରୁ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି । ଡିସେମ୍ବର ୨୮ରୁ ଜାନୁଆରି ୭ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ ନାଇଟ କର୍ଫ୍ୟୁ ।

ଏହା ସହ ନୂଆବର୍ଷ ପାର୍ଟି ଓ ସମାବେଶ ଉପରେ ମଧ୍ୟ ଲାଗୁ ହୋଇଛି କଟକଣା । ନୂଆବର୍ଷ ପାଇଁ କୌଣସି କାର୍ଯ୍ୟକ୍ରମକୁ ଅନୁମତି ମିଳିବ ନାହିଁ । ବିଶେଷକରି ଯେଉଁମାନେ ଡିଜେ ବଜାଇ ଉତ୍ସବ ପାଳନ ଓ ବଡ଼ଧରଣର ସମାବେଶକୁ ବାରଣ କରାଯାଇଛି । ସେହିପରି ହୋଟେଲ, ପବ୍‌ ଓ ରେସ୍ତୋଁରା ୫୦ ପ୍ରତିଶତ କ୍ଷମତାରେ ଚାଲିବ । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ କୋଭିଡ ଟେକ୍ନିକାଲ ଉପଦେଷ୍ଟା କମିଟି ସଦସ୍ୟଙ୍କୁ ନେଇ ଏକ ବୈଠକ ବସିଥିଲା । କରୋନା ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଲାଗି କଟକଣା ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ଦିନକୁ ଦିନ ଓମିକ୍ରନ ମାମଲା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି। କିଛି ରାଜ୍ୟରେ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହୋଇଗଲାଣି। କେବଳ ଜରୁରୀ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। କରୋନା ଆରମ୍ଭ ହୋଇଥିବା ଦେଶ ଚୀନ ବଢୁଥିବା ସଂକ୍ରମଣ ଯୋଗୁଁ ଲକଡାଉନ ହୋଇଛି।

Swagatika

Recent Posts

ହ୍ରିତିକ ରୋଶନଙ୍କ ଆପାର୍ଟମେଣ୍ଟରେ ଭଡାରେ ରହିବେ କି ବରୁଣ ! ହେବେ ଅକ୍ଷୟ କୁମାରଙ୍କ ପଡୋଶୀ

ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ…

1 min ago

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା; ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ, ରାହୁଲ-ପ୍ରିୟଙ୍କାଙ୍କୁ ହାଲ୍‌ଚାଲ ପଚାରିଲେ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

4 mins ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

10 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

14 mins ago

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

46 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

1 hour ago