ସମଗ୍ର ଦେଶ କରୋନା ଭାଇରସ ସହିତ ଲଢୁଥିବା ବେଳେ ପଞ୍ଜାବରେ ଏପରି ଏକ ଦୁଭାଗ୍ୟପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ପଞ୍ଜାବର ପଟିଆଲା ଜିଲ୍ଲା ସ୍ଥିତ ସନୋର ପରିବା ମାର୍କେଟରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି ନିହଙ୍ଗା ଶିଖ(ପରମ୍ପରାଗତ ଅସ୍ତ୍ରଶସ୍ତ୍ର ରଖୁଥିବା ଏବଂ ନୀଳ ରଙ୍ଗର ଡ୍ରେସ ପିନ୍ଧୁଥିବା ଶିଖ)।
ଘଟଣା ମୁତାବକ, ସକାଳ ୬ଟାରେ ପରିବା ମାର୍କେଟରେ ପୋଲିସ ଅଧିକାରୀ ଜଣକ କର୍ଫ୍ୟୁ ପାସ ମାଗିଥିବାରୁ ଆକ୍ରମଣକାରୀ ପୋଲିସକୁ ଧକ୍କା ମରିବା ସହ ପାଟିତୁଣ୍ଡ କରିଥିଲେ। ତା’ ପରେ ପୋଲିସ କଥା ନଶୁଣି ସେଠାରେ ରାସ୍ତା ଅବରୋଧ ପାଇଁ ରଖାଯାଇଥିବା ଜିନିଷକୁ ଧକ୍କା ମଧ୍ୟ ଦେଇଥିଲେ। ପୋଲିସ କହିବା ପରେ ସେମାନେ ଆକ୍ରମଣ କରି ଅନେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଜଣେ ଏଏସ୍ଆଇଙ୍କ ହାତ କାଟିଦେଇଛନ୍ତି ଆକ୍ରମଣକାରୀ। ଆହତ ପୋଲିସ ଅଧିକାରୀଙ୍କୁ ଗୁରୁତର ଭାବେ ଚଣ୍ଡୀଗଡ ହସପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ଆକ୍ରମଣକାରୀ ସ୍ଥାନୀୟ ଗୁରୁଦ୍ୱାର ଲୁଚିଥିବା ଖବର ମିଳିଛି। କିନ୍ତୁ ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛି। ଯାହାକୁ ନେଇ ପଞ୍ଜାବର ଡିଜିପି ଟ୍ଵିଟ କରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ କହିଥିବା ବେଳେ ଆକ୍ରମକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…