Below header

ଲକଡାଉନ ଚାଲିଥିବା ବେଳେ ପଟିଆଲାରେ ପୋଲିସ ଉପରେ ଆକ୍ରମଣ, କାଟିଦେଲେ ଏଏସ୍‌ଆଇଙ୍କ ହାତ

ସମଗ୍ର ଦେଶ କରୋନା ଭାଇରସ ସହିତ ଲଢୁଥିବା ବେଳେ ପଞ୍ଜାବରେ ଏପରି ଏକ ଦୁଭାଗ୍ୟପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି। ପଞ୍ଜାବର ପଟିଆଲା ଜିଲ୍ଲା ସ୍ଥିତ ସନୋର ପରିବା ମାର୍କେଟରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି ନିହଙ୍ଗା ଶିଖ(ପରମ୍ପରାଗତ ଅସ୍ତ୍ରଶସ୍ତ୍ର ରଖୁଥିବା ଏବଂ ନୀଳ ରଙ୍ଗର ଡ୍ରେସ ପିନ୍ଧୁଥିବା ଶିଖ)।

222

ଘଟଣା ମୁତାବକ, ସକାଳ ୬ଟାରେ ପରିବା ମାର୍କେଟରେ ପୋଲିସ ଅଧିକାରୀ ଜଣକ କର୍ଫ୍ୟୁ ପାସ ମାଗିଥିବାରୁ ଆକ୍ରମଣକାରୀ ପୋଲିସକୁ ଧକ୍କା ମରିବା ସହ ପାଟିତୁଣ୍ଡ କରିଥିଲେ। ତା’ ପରେ ପୋଲିସ କଥା ନଶୁଣି ସେଠାରେ ରାସ୍ତା ଅବରୋଧ ପାଇଁ ରଖାଯାଇଥିବା ଜିନିଷକୁ ଧକ୍କା ମଧ୍ୟ ଦେଇଥିଲେ। ପୋଲିସ କହିବା ପରେ ସେମାନେ ଆକ୍ରମଣ କରି ଅନେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ ଜଣେ ଏଏସ୍‌ଆଇଙ୍କ ହାତ କାଟିଦେଇଛନ୍ତି ଆକ୍ରମଣକାରୀ। ଆହତ ପୋଲିସ ଅଧିକାରୀଙ୍କୁ ଗୁରୁତର ଭାବେ ଚଣ୍ଡୀଗଡ ହସପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିବା ପରେ ଆକ୍ରମଣକାରୀ ସ୍ଥାନୀୟ ଗୁରୁଦ୍ୱାର ଲୁଚିଥିବା ଖବର ମିଳିଛି। କିନ୍ତୁ ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଛି। ଯାହାକୁ ନେଇ ପଞ୍ଜାବର ଡିଜିପି ଟ୍ଵିଟ କରି ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ କହିଥିବା ବେଳେ ଆକ୍ରମକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.