Below header

କରୋନା ପଜିଟିଭ ଜଣାପଡ଼ିବା ପରେ ଆତ୍ମହତ୍ୟା କଲେ ନିଜାମୁଦ୍ଦିନ ଫେରନ୍ତା, ମେଡିକାଲ ବାଥରୁମରୁ ମିଳିଲା ତଣ୍ଟିକଟା ଶବ

କରୋନା ସଂକ୍ରମିତ ଜାଣିବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆସାମର ନାଗାଁବ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ଯୁବକ ଏଭଳି କାଣ୍ଡ କରିଛି। ହସ୍ପିଟାଲର ବାଥରୁମରୁ ଉକ୍ତ ଯୁବକଙ୍କ ଶବକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତକଙ୍କ ସମ୍ପର୍କ ତବଲିଗି ଜମାତ ସହ ଥିବା ଜଣାଯାଇଛି। କୁହାଯାଉଛି ଯେ ସେ ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ଧାର୍ମିକ ଆୟୋଜନରେ ଯୋଗ ଦେଇଥିଲେ।

तबलीगी जमात से था कनेक्शन, Corona पॉजिटिव निकलने के बाद मरीज ने अस्पताल में गला काटकर की खुदकुशी!

କରୋନା ଭାଇରସର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଏପ୍ରିଲ ୭ ତାରିଖରେ ମହାରାଷ୍ଟ୍ରର ସରକାରୀ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରିପୋର୍ଟ ଆସିବା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଥିଲା। ଶନିବାର ସେ ନିଜ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଅପରେସନ ବେଳେ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

tabligi

ସୂଚନାଯୋଗ୍ୟ ଯେ କରୋନା ଭାଇରସ ଯୋଗୁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ଏବେ ଯାଏଁ ୧୮୦୦ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.