ଲକଡାଉନ୍ ବଢ଼ିବା ପରେ ଗଠନ ହେବ ୩ଟି ଜୋନ୍, ରେଡ଼ ଜୋନରେ ହେବନି କୌଣସି ଗତିବିଧି

କରୋନା ଭାଇରସକୁ ମାତ୍ ଦେବାକୁ ଦେଶରେ ଜାରି ରହିଥିବା ଲକଡାଉନର ଅବଧିକୁ ଏପ୍ରିଲ ୩୦ ଯାଏଁ ବଢ଼ାଇବାକୁ ଯୋଜନା ଚାଲିଛି। ପ୍ରଧାନମନ୍ତ୍ରୀ ମୋଦି ଶନିବାର ଦିନ ଏନେଇ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମାତ୍ର ଏଥିରେ କେତେକ ନିୟମରେ କୋହଳ କରାଯିବ, ସେନେଇ ଆଜି କିମ୍ବା ସୋମବାର ମୋଦି ଘୋଷଣା କରିପାରନ୍ତି।

India Lockdown Extension LIVE Latest News Updates Today in Hindi ...

ଲକଡାଉନ ସ୍ଥିତି ଚାଲୁ ରହିବା ବେଳେ ମଧ୍ୟ ମନ୍ତ୍ରୀମାନଙ୍କୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋଦି। ସୋମବାର ଠାରୁ ସମସ୍ତେ କାମରେ ଯୋଗ ଦେବେ। ମାସାଧିକ କାଳ ଲକଡାଉନର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଛି। ଏଣୁ ଏହାକୁ ଯଥା ଶୀଘ୍ର ସୁଧାରିବାକୁ ମୋଦି ସରକାର ଅଣ୍ଟା ଭିଡିଛନ୍ତି।

India Lockdown news: Lockdown in India should be lifted carefully ...

କୁହାଯାଉଛି ଯେ ଲକଡାଉନ ବେଳେ ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସରକାର ପ୍ରଭାବିତ ଅଞ୍ଚଳକୁ ୩ଟି ଜୋନରେ ବାଣ୍ଟି ପାରନ୍ତି। ଏହି ଜୋନକୁ ରେଡ଼, ଅରେଞ୍ଜ ଓ ଗ୍ରୀନ ଜୋନ ଭାବେ ବଣ୍ଟାଯିବ।

ରେଡ଼ ଜୋନ୍: ଯେଉଁ ଜିଲ୍ଲା ବା ଅଞ୍ଚଳରେ ଅଧିକ କରୋନା ସଂକ୍ରମିତ ଥିବେ ତାହାକୁ ରେଡ଼ ଜୋନ୍ କୁହାଯିବ। ସେହି ଅଞ୍ଚଳରେ କୌଣସି ଗତିବିଧି ହେବ ନାହିଁ।

Coronavirus Outbreak: Entrepreneurs Write To PM Modi, Suggest 2-3 ...

ଅରେଞ୍ଜ ଜୋନ୍: ଯେଉଁ ଅଞ୍ଚଳରେ ଅଳ୍ପ କରୋନା ମାମଲା ଦେଖିବାକୁ ମିଳିଛି ଓ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ଅଛି ସେହି ଅଞ୍ଚଳକୁ ଅରେଞ୍ଜ ଜୋନ କୁହାଯିବ। ସେଠାରେ ସାର୍ବଜନିକ ପରିବହନ, ଫସଲ କଟା ଓ ସୀମିତ ଗତିବିଧି ପାଇଁ ଅନୁମତି ମିଳିବ।

ଗ୍ରୀନ ଜୋନ୍: ଯେଉଁଠାରେ ଗୋଟିଏ ବି କେସ ମିଳିନଥିବ। ଏହି ଅଞ୍ଚଳରେ MSME ପାଇଁ ଅନୁମତି ମିଳିବ କିନ୍ତୁ କର୍ମଚାରୀମାନେ ସାମାଜିକ ଦୂରତ୍ୱ ବଜାୟ ରଖିବେ। ଏଠାରେ କୃଷି କାର୍ଯ୍ୟ ପାଇଁ ମଧ୍ୟ ଅନୁମତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.