Below header

କରୋନା ଚ୍ୟାଲେଞ୍ଜକୁ ମାତ୍ ଦେଲେ ଭାରତୀୟ ସେନା, ବରଫ କାଟି ଲଦାଖକୁ ଭାରତ ସହ ଯୋଡ଼ିଲେ

କରୋନା ଭାଇରସ ଯୋଗୁ ଏବେ ସାରା ଦେଶ ଲକଡାଉନ ଅଛି। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟ ଭାରତୀୟ ଯବାନ ଦେଶର ରକ୍ଷା କବଚ ସାଜି ସୁରକ୍ଷା ଯୋଗାଉଛନ୍ତି। ଦିନ ରାତି ପରିଶ୍ରମ କରି ସେନାବାହିନୀର ଯବାନମାନେ ଶ୍ରୀନଗରରୁ ଲେହକୁ ସଂଯୋଗ କରୁଥିବା ୪୨୫ କିଲୋମିଟର ରାସ୍ତାକୁ ଖୋଲିଛନ୍ତି। ସୂଚନାଯୋଗ୍ୟ ଯେ ଲଦାଖକୁ ସଂଯୋଗ କରୁଥିବା ଏହା ଏକମାତ୍ର ରାସ୍ତା ଯାହା ବରଫପାତ ଯୋଗୁ ଡିସେମ୍ବର ମାସରୁ ବନ୍ଦ ପଡ଼ିଥିଲା।

Ladakh Bike Trip: An Adventurous Experience of a Lifetime

ଶନିବାର ବର୍ଡର ରୋଡ଼ ଅର୍ଗାନାଇଜେସନ(BRO)ର ପ୍ରୋଜେକ୍ଟ ବିକନ ଓ ପ୍ରୋଜେକ୍ଟ ବିଜୟକ ଟିମ୍ ମିଳିତ ଭାବେ ପ୍ରାୟ ୧୧ ହଜାର ଫୁଟ ଉଚ୍ଚତାରେ ଜୋଜିଲା ପାଖରେ ଥିବା ବରଫକୁ କାଟି ରାସ୍ତା ତିଆରି କରି ଏହି ରାସ୍ତାକୁ ଖୋଲିଛନ୍ତି। କେବଳ ରଣନୀତି ପାଇଁ ନୁହେଁ ବରଂ ଲେହ ଓ ଲଦାଖବାସୀଙ୍କୁ ସାରା ଦୁନିଆ ସହ ଯୋଡିବାରେ ମଧ୍ୟ ଏହି ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

7 Films and Shows Shot in Ladakh - Outlook Traveller

ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ କାରଗିଲ ଯୁଦ୍ଧ ବେଳେ ପାକିସ୍ତାନ ଏହି ରାସ୍ତାକୁ କାଟି ଲଦାଖ ସିଆଚୀନକୁ ଭାରତରୁ ଅଲଗା କରିବାକୁ ଚାହୁଁଥିଲା। ଏହି ରାସ୍ତା ବର୍ଷର ୫ ମାସ ବରଫପାତ ଯୋଗୁ ବନ୍ଦ ରହିଥାଏ। ଏହି ସମୟରେ ଲଦାଖ ସହ ଯୋଗାଯୋଗ କରିବାକୁ କେବଳ ବାୟୁମାର୍ଗକୁ ହିଁ ବ୍ୟବହାର କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.