ରାସ୍ତା ଉପରେ ୧୨ ଘଣ୍ଟା ଧରି ସେମିତି ପଡିରହିଲା ବ୍ୟକ୍ତିଙ୍କ ମୃତଦେହ, ପକେଟରୁ ମିଳିଲା ଆଶ୍ଚର୍ଯ୍ୟକର କାଗଜ

କାରୋନା ଭାଇରସକୁ ନେଇ ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟକର ଓ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁ ଖବର ଶୁଣିଲେ ଆପଣ ବ୍ୟଥିତ ହୋଇଯିବେ। ଏଠାରେ ରାସ୍ତା ଉପରେ ଜଣେ କାରୋନା ସନ୍ଦିଗ୍ଧଙ୍କ ଶବ ମିଳିଛି। କୁହାଯାଉଛି ଯେ ଏହି ଶବ ୭୭ ବର୍ଷୀୟ ଜଣେ ପ୍ରବାସୀ ଶ୍ରମିକଙ୍କର। ସୂଚନା ଅନୁଯାୟୀ ଏହି ବ୍ୟକ୍ତିଙ୍କ ମୃତଦେହ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଉପରେ ସେମିତି ପଡ଼ିରହିଲା।

Corona indiaପରେ ପୋଲିସ୍ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରିଥିଲା। ପୋଲିସ ତୁରନ୍ତ କାରୋନା ଟିମକୁ ସୂଚନା ଦେଇଥିଲେ ମଧ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ଗୋଟେ ଦିନ ପରେ ଆସି ପହଞ୍ଚିଥିଲେ। ସେପଟେ ପୋଲିସକୁ ମୃତ ବ୍ୟକ୍ତିଙ୍କ ପକେଟରୁ ଏକ କାଗଜ ମିଳିଲା ଯେଉଁଥିରେ ସେ କାରୋନା ସନ୍ଦିଗ୍ଧ ରୋଗୀ ଥିବା ଲେଖା ଥିଲା।

corona virusସୂଚନା ଅନୁଯାୟୀ ପ୍ରଥମେ ଏହି ବ୍ୟକ୍ତିଙ୍କ ଟେଷ୍ଟ କିଙ୍ଗ କୋଟି ସରକାର ହସ୍ପିଟାଲରେ ହୋଇଥିଲା। ପରେ ତାଙ୍କୁ କାରୋନା ଟେଷ୍ଟ ପାଇଁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତର କରିଦିଆଯାଇଥିଲା। କିନ୍ତୁ ତାଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ପହଂଚିବା ପୂର୍ବରୁ ହିଁ ସେ ସେଠାରୁ ଗାୟବ ହୋଇଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଏହି ବିଷୟରେ କୌଣସି ସୂଚନା ନାହିଁ ଯେ କାରୋନା ସନ୍ଦିଗ୍ଧ ସେଠାରୁ ଫେରାର ହେଲେ କିପରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.