Below header

କରୋନା ଅପ୍‌ଡେଟ୍‌ : ସଂକ୍ଷେପରେ ଜାଣନ୍ତୁ କରୋନାକୁ ନେଇ ଦେଶ ଦୁନିଆର ଖବର

୧-ବିଶ୍ୱର ସବୁଠାରୁ ବଡ଼ ବସ୍ତି ଅଞ୍ଚଳ ମୁମ୍ବାଇର ଧରାଭିରୁ ଆଉ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ । ଏଠାରୁ ମୋଟ୍‌ ୪୩ ଜଣ ପଜେଟିଭ୍‌ ବାହାରିଲେ ।

 

୨-ଦେଶରେ ହୋଇ ପାରେ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍‌ ଜୋନ୍‌ । କେଉଁଠି କେତେ କୋଭିଡ୍‌ ସଂକ୍ରମିତ ରୋଗୀ ଅଛନ୍ତି । ସେହି ଅନୁସାରେ ସଂପୃକ୍ତ ଅଞ୍ଚଳର ବର୍ଗୀକରଣ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି ।

୩-ଗତ ୬ ଦିନ ଭିତରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହୋଇଛି । ଆଜି ସୁଦ୍ଧା ଏହି ସଂଖ୍ୟା ୮ ହଜାର ଟପି ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୭୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୯୦୯ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ।

୪-ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଥିବା ଏକ ହସପିଟାଲରେ ଦୁଇ ଜଣ ଡାକ୍ତର ଓ ନର୍ସ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହି ସହରରେ ମୋଟ୍‌ ୨୯୮ ଜଣ ସଂକ୍ରମିତ ହେଲେଣି ।

୫-ବାହାର ଦେଶରେ କାମ କରୁଥିବା ଶ୍ରମିକମାନେ ଉପମହାଦେଶରେ କୋଭିଡ୍‌-୧୯କୁ ବଢ଼ାଇବାରେ ଦାୟୀ ରହିବେ ବୋଲି ବିଶ୍ୱବ୍ୟାଙ୍କ ଚେତାଇ ଦେଇଛି । ଏଥିରେ ଦକ୍ଷିଣ ଏସିଆ ସବୁଠାରୁ ବେଶି ପ୍ରଭାବିତ ହୋଇ ପାରେ ।

୬-କ୍ୱାରେଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ଠାବ କରିବା ପାଇଁ ଚଣ୍ଡିଗଡ଼ ପ୍ରଶାସନ ଏକ ମୋବାଇଲ୍‌ ଆପ୍‌ ତିଆରି କରିଛି । ଏହି ଆପ୍‌କୁ କ୍ୱାରେଣ୍ଟାଇନ୍‌ରେ ଥିବା ଲୋକେ ନିଜ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରିବା ବାଧ୍ୟତାମୂଳକ ହୋଇଛି ।

୭-କରୋନା ଲଢ଼େଇରେ ଡାକ୍ତରଙ୍କ ସଂଖ୍ୟା କମ୍‌ ଥିବାରୁ ଇଏନ୍‌ଟି ବିଶେଷଜ୍ଞ ଏବଂ ଅନ୍ୟ ଡାକ୍ତରଙ୍କୁ ଏଥିରେ ସାମିଲ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୮-ଗତକାଲି ଭାରତରୁ ପଠା ଯାଇଥିବା ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଆମେରିକାରେ ପହଞ୍ଚିଛି । ମ୍ୟାଲେରିଆ ଦୂର କରୁଥିବା ଏହି ଔଷଧ କରୋନାରୁ ସୁସ୍ଥତା ପାଇଁ କାମ ଦେବ ବୋଲି ବିଶ୍ୱାସ କରାଯାଉଛି ।

୯-ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର)ର ସୂଚନା ଅନୁସାରେ କରୋନା ପାଇଁ ଭାରତରେ ଗତକାଲି ସୁଦ୍ଧା ୧ ଲକ୍ଷ ୭୯ ହଜାର ନମୂନା ପରୀକ୍ଷା ସରିଲାଣି ।

୧୦-ଗୁଜରାଟରେ ଫସିଥିବା ୯୦୦ ବ୍ରିଟେନ୍‌ ନାଗରିକଙ୍କୁ ଦେଶକୁ ଫେରାଇ ନିଆଯିବା ପାଇଁ ତାଙ୍କ ଦେଶ ପକ୍ଷରୁ ୩ଟି ସ୍ୱତନ୍ତ୍ର ବିମାନ ପଠାଇବାକୁ ସେଠାକାର ସରକାର ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.