କେନ୍ଦ୍ରାପଡାରେ ଦ୍ଵିତୀୟ କରୋନା ପଜିଟିଭ ଚିହ୍ନଟ, ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଦ୍ଵିତୀୟ ଚିହ୍ନଟ ହେଲେ କରୋନା ପଜିଟିଭ । ଜିଲ୍ଲାର ୨ୟ ପଜିଟିଭ ବାହାରିଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା । ଚିହ୍ନଟ ହୋଇଥିବା ବ୍ୟକ୍ତି ରାଜନଗର ଅଂଚଳର ବୋଲି ଜଣାଯାଇଛି । ସଂକ୍ରମିତ ବ୍ୟକ୍ତିଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେହି ସ୍ଥାନର ଦୁଇଟି ଗାଁକୁ ପ୍ରଶାସନ ସମ୍ପୂର୍ଣ୍ଣ ସିଲ କରିବା ସହ ସାନି ଟାଇଜ କରୁଛନ୍ତି । କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ବାହାରୁ ଆସିଥିବା ସୂଚନା ମିଳିଛି ।

kendrapada corona

ସ୍ୱାସ୍ଥ୍ୟକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହାସହ ସେହି ଅଞ୍ଚଳକୁ ବିଶୋଧନୀକରଣ କରାଯାଉଛି । ସଂକ୍ରମିତଙ୍କ ପରିବାର ଲୋକଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବା ସହ ସେମାନଙ୍କ ହୋମ୍‌ କ୍ୱାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଠାବ କରାଯାଇ ସାମ୍ପଲ ଟେଷ୍ଟ ପାଇଁ ପଠାଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.