ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ, ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାର ଡେଥ ଓ୍ଵରେଣ୍ଟ । ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ନିର୍ଭୟାଙ୍କ ମା’ଙ୍କ ଆବେଦନ ଉପରେ ଶୁଣାଣି କରିବେ । ଦୋଷୀଙ୍କୁ ତୁରନ୍ତ ଫାଶିଦେବାକୁ ନିର୍ଭୟାଙ୍କ ମା’ ଆବେଦନ କରିଛନ୍ତି । ପୂର୍ବରୁ ପଟିୟାଲା ହାଉସ କୋର୍ଟ ଦୋଷୀଙ୍କ ଆଇନ ପକ୍ରିୟା ଶେଷ କରିବାକୁ ଜାନୁଆରୀ ସାତ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ।

ସେହିପରି ତିହାର ଜେଲରେ ଥିବା ୪ ଦୋଷୀଙ୍କୁ ନୋଟିସ ଜାରି କରାଯାଇ ସେମାନେ ରାଜକ୍ଷମା ଆବେଦନ କରିବେ କି ନାହିଁ ପଚରା ଯାଇଥିଲା । ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍‌ରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ ।

୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିଯ୍ୟାତନା ଦେଇଥିଲେ । ଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ । ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ । ଗିରଫ ହୋଇଥିଲେ ୬ଜଣ ପିଶାଚ । ୨୦୧୩ରେ ତିହାର ଜେଲର ଫାସୀ ଲଗାଇଥିଲେ ରାମ ସିଂ । ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଛି ।

ଅନ୍ୟପଟେ ୪ ଜଣଙ୍କୁ ଏକକାଳୀନ ଫାଶୀ ଦେବା ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ପ୍ରଥମ ଥର ପାଇଁ ଭାରତୀୟ ଜେଲ ଇତିହାସରେ ଏକ ସମୟରେ ୪ ଜଣଙ୍କୁ ଫାଶୀ ଦିଆଯିବ। ତିହାର ଜେଲରେ ଥିବା ଫାଶୀଖୁଣ୍ଟରେ ଏକ ସମୟରେ ଦୁଇ ଜଣଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି। ସେଥିପାଇଁ ଫାଶୀ ଖୁଣ୍ଟକୁ ଅଧିକ ମଜବୁତ କରାଯାଉଛି। ଫାଶୀ ପାଇବା ପରେ ଅତି କମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିବ ମୃତ ଦେହ। ଫାଶୀ ଖୁଣ୍ଟ ୪ ଜଣଙ୍କ ଓଜନ ଧାରଣ କରିବାର କ୍ଷମତା ଅଛି କି ନାହିଁ ତାର ଯାଂଚ କରାଯାଉଛି

 

 

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

10 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

23 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

23 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

10 hours ago