ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାରେ ଡେଥ ଓ୍ଵାରେଣ୍ଟ, ଦିଲ୍ଲୀ ପଟିୟାଲା ହାଉସ କୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ(କେନ୍ୟୁଜ୍) : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଦୋଷୀଙ୍କ ବିରୋଧରେ ଆସିପାର ଡେଥ ଓ୍ଵରେଣ୍ଟ । ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ନିର୍ଭୟାଙ୍କ ମା’ଙ୍କ ଆବେଦନ ଉପରେ ଶୁଣାଣି କରିବେ । ଦୋଷୀଙ୍କୁ ତୁରନ୍ତ ଫାଶିଦେବାକୁ ନିର୍ଭୟାଙ୍କ ମା’ ଆବେଦନ କରିଛନ୍ତି । ପୂର୍ବରୁ ପଟିୟାଲା ହାଉସ କୋର୍ଟ ଦୋଷୀଙ୍କ ଆଇନ ପକ୍ରିୟା ଶେଷ କରିବାକୁ ଜାନୁଆରୀ ସାତ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ ।

NIRBHAYAସେହିପରି ତିହାର ଜେଲରେ ଥିବା ୪ ଦୋଷୀଙ୍କୁ ନୋଟିସ ଜାରି କରାଯାଇ ସେମାନେ ରାଜକ୍ଷମା ଆବେଦନ କରିବେ କି ନାହିଁ ପଚରା ଯାଇଥିଲା । ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍‌ରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ ।

rape୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିଯ୍ୟାତନା ଦେଇଥିଲେ । ଦୁଷ୍କର୍ମ ପରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ଲୁହାରଡ ଭର୍ତ୍ତି କରିଦେଇଥିଲେ । ଘଟଣାର ୧୩ ଦିନ ପରେ ଆଖି ବୁଜିଥିଲେ ପୀଡ଼ିତା । ଏହାପରେ ଜଳିଥିଲା ସାରା ଦେଶ । ଗିରଫ ହୋଇଥିଲେ ୬ଜଣ ପିଶାଚ । ୨୦୧୩ରେ ତିହାର ଜେଲର ଫାସୀ ଲଗାଇଥିଲେ ରାମ ସିଂ । ଜଣେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହରେ ରଖାଯିବା ପରେ ଛାଡି ଦିଆଯାଇଛି ।

ଅନ୍ୟପଟେ ୪ ଜଣଙ୍କୁ ଏକକାଳୀନ ଫାଶୀ ଦେବା ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ଏକ ଚ୍ୟାଲେଞ୍ଜ। ପ୍ରଥମ ଥର ପାଇଁ ଭାରତୀୟ ଜେଲ ଇତିହାସରେ ଏକ ସମୟରେ ୪ ଜଣଙ୍କୁ ଫାଶୀ ଦିଆଯିବ। ତିହାର ଜେଲରେ ଥିବା ଫାଶୀଖୁଣ୍ଟରେ ଏକ ସମୟରେ ଦୁଇ ଜଣଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି। ସେଥିପାଇଁ ଫାଶୀ ଖୁଣ୍ଟକୁ ଅଧିକ ମଜବୁତ କରାଯାଉଛି। ଫାଶୀ ପାଇବା ପରେ ଅତି କମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ଝୁଲି ରହିବ ମୃତ ଦେହ। ଫାଶୀ ଖୁଣ୍ଟ ୪ ଜଣଙ୍କ ଓଜନ ଧାରଣ କରିବାର କ୍ଷମତା ଅଛି କି ନାହିଁ ତାର ଯାଂଚ କରାଯାଉଛି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.