ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗବଲୀଙ୍କ କୃପା ପାଇବା ପାଇଁ କରନ୍ତୁ ଏହି ଉପାୟ, ଦୂର ହେବ ସମସ୍ତ କଷ୍ଟ

ଧାର୍ମିକ ମାନ୍ୟତା ଅନୁଯାୟୀ ମଙ୍ଗଳବାର ଭଗବାନ ରାମଙ୍କ ଭକ୍ତ ହନୁମାନଙ୍କର ହୋଇଥାଏ। ଆଜି ଦିନରେ ହନୁମାନଙ୍କ ପୂଜା କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ହନୁମାନଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର କଷ୍ଟ ଦୂର ହେବା ସହ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ।

ପ୍ରତ୍ୟେକ ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଅନେକ ଲାଭ ହୋଇଥାଏ। ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ପ୍ରକାର ସଙ୍କଟ ଦୂରେଇ ଯିବା ସହ ସମସ୍ତ ଇଛା ପୂରଣ ହୋଇଥାଏ। ହନୁମାନ ଚାଳିଶା ପାଠ କରିବାରେ ମଧ୍ୟ କୌଣସି କଠୋର ନିୟମ ନାହିଁ। ଆପଣ ଯେଉଁ ଯାଗାରେ ଥିଲେ ଯେ କୌଣସି ସମୟରେ ହନୁମାନ ଚାଳିଶା ପାଠ କରିପାରିବେ।

hanuman-jiଯଦି ମଙ୍ଗଳ ବାର ଦିନ ସମ୍ଭବ ହୋଇପାରୁଛି ତେବେ ଅବଶ୍ୟ ହନୁମାନ ମନ୍ଦିର ଯାଆନ୍ତୁ। ଆଜିର ଦିନରେ ହନୁମାନ ମନ୍ଦିର ଯାଇ ବଜରଙ୍ଗବଲୀଙ୍କ ଆର୍ଶୀବାଦ ନେବା ଦ୍ୱାରା ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାବ୍ୟତୀତ ମଙ୍ଗଳବାର ଦିନ ଯଦି ସମ୍ଭବ ହୋଇପାରୁଛି ତେବେ ସୁନ୍ଦରାକାଣ୍ଡ ପାଠ କରନ୍ତୁ। ସୁନ୍ଦରାକାଣ୍ଡ ପାଠର ମଧ୍ୟ ଅନେକ ଲାଭ ରହିଛି। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ଆପଣଙ୍କ ପାଖରୁ ଦୂରେଇ ଯାଇଥିବା ଆତ୍ମବିଶ୍ୱାସ ମଧ୍ୟ ପୂନର୍ବାର ଫେରିଆସିଥାଏ ଏବଂ ଅଟକି ରହିଥିବା ସମସ୍ତ କାମ ହୋଇଯାଏ।

hanuman-2-llଏହାବ୍ୟତୀତ ଯଦି ମଙ୍ଗଳବାର ଦିନ ସମ୍ଭବ ହୋଇପାରୁଛି ତେବେ ବଜରଙ୍ଗ ବାଣ ଏବଂ ହନୁମାନ ଅଷ୍ଟକ ପାଠ କରନ୍ତୁ। ଏହା ପାଠ କରିବା ଦ୍ୱାରା ଭୟ, ରୋଗ, ଦୁଃଖ ଏବଂ ଦାରିଦ୍ର୍ୟତା ଦୂର ହେବା ସହ ଜୀବନରେ ପରିବର୍ତ୍ତନ ଆସିଥାଏ। ବିଶେଷ ରୁପେ ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗବଲୀଙ୍କ ନିକଟରେ ନିଜ ଇଛା ଅନୁସାରେ ଭୋଗ ଲଗାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.