Below header

ବାଲେଶ୍ୱର ଧଳି ଗାଁରେ ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ ବଖରା ଘର

ବାଲେଶ୍ୱର(କେନ୍ୟୁଜ୍) : ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫ ବଖରା ଘର । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ପଞ୍ଚାୟତ ଧଳି ଗାଁରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ପୋଡି ପାଉଁଶ ହୋଇ ଯାଇଛି । ଗାଁର କରୁଣାକର ମହାନ୍ତି, ରାମଚନ୍ଦ୍ର ମହାନ୍ତି, କୃଷ୍ଣ ଚନ୍ଦ୍ର ମହାନ୍ତ ଓ ଗୌରାଙ୍ଗ ମହାନ୍ତିଙ୍କ ଘରେ ନିଆଁ ଲାଗି ଯାଇଥିଲା । ଖବର ପାଇ ସୋର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗି ସର୍ବସ୍ୱ ହରାଇବା ପରେ ଏବେ ଖୋଲା ଆକାଶ ତଳେ ଜୀବନ ବିତୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.