ଦେଶ ବିଦେଶ

ନିତିନ ଗଡକରୀଙ୍କୁ ମିଳିଲା ହତ୍ୟା ଧମକ, ୫ ମାସରେ ଏହା ତୃତୀୟ ଘଟଣା

କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ନିତିନ ଗଡକରୀଙ୍କ ବାସଭବନରେ ଏକ ଫୋନ୍ କଲ ମାଧ୍ୟମରେ ଏହି ହତ୍ୟା ଧମକ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

କହି ରଖୁଛୁ ଯେ ନିତିନ ଗଡକରୀଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ମିଳିଛି। ଏହାପୂର୍ବରୁ ଜାନୁୟାରୀ ଏବଂ ମାର୍ଚ୍ଚରେ ନାଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।

ଜାନୁୟାରୀ ୧୪ରେ ମହାରାଷ୍ଟ୍ରର ନାଗପୁରସ୍ଥିତ ନିତିନ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟରେ ମାଫିଆ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ନାଁରେ ଫୋନ୍‌ କଲ୍‌ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସେହିପରି ମାର୍ଚ୍ଚ ୨୧ରେ ଦ୍ୱିତୀୟ ଥର ପାଇଁ ହତ୍ୟା ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍‌ ପୁଣିଥରେ ନାଗପୁର ଅଫିସ୍‌କୁ ଆସିଥିଲା। ସେତେବେଳେ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଜୟେଶ ପୂଜାରା ବୋଲି ପରିଚୟ ଦେଇଥିଲେ। କହି ରଖୁଛୁ ଯେ ଗତ ୫ ମାସ ମଧ୍ୟରେ ନିତିନ ଗଡକରୀଙ୍କୁ ୩ ଥର ହତ୍ୟା ଧମକ ମିଳିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago