ନିତିନ ଗଡକରୀଙ୍କୁ ମିଳିଲା ହତ୍ୟା ଧମକ, ୫ ମାସରେ ଏହା ତୃତୀୟ ଘଟଣା
କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ମିଳିଛି ହତ୍ୟା ଧମକ। ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ନିତିନ ଗଡକରୀଙ୍କ ବାସଭବନରେ ଏକ ଫୋନ୍ କଲ ମାଧ୍ୟମରେ ଏହି ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି।
କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ। ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ନିତିନ ଗଡକରୀଙ୍କ ବାସଭବନରେ ଏକ ଫୋନ୍ କଲ ମାଧ୍ୟମରେ ଏହି ହତ୍ୟା ଧମକ ଦିଆଯାଇଥିବା ସୂତ୍ରରୁ ଜଣାପଡ଼ିଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
କହି ରଖୁଛୁ ଯେ ନିତିନ ଗଡକରୀଙ୍କୁ ତୃତୀୟ ଥର ପାଇଁ ହତ୍ୟା ଧମକ ମିଳିଛି। ଏହାପୂର୍ବରୁ ଜାନୁୟାରୀ ଏବଂ ମାର୍ଚ୍ଚରେ ନାଗପୁରରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା।
ଜାନୁୟାରୀ ୧୪ରେ ମହାରାଷ୍ଟ୍ରର ନାଗପୁରସ୍ଥିତ ନିତିନ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟରେ ମାଫିଆ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ନାଁରେ ଫୋନ୍ କଲ୍ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିଲା। ସେହିପରି ମାର୍ଚ୍ଚ ୨୧ରେ ଦ୍ୱିତୀୟ ଥର ପାଇଁ ହତ୍ୟା ଧମକ ମିଳିଥିଲା। ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ପୁଣିଥରେ ନାଗପୁର ଅଫିସ୍କୁ ଆସିଥିଲା। ସେତେବେଳେ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଜୟେଶ ପୂଜାରା ବୋଲି ପରିଚୟ ଦେଇଥିଲେ। କହି ରଖୁଛୁ ଯେ ଗତ ୫ ମାସ ମଧ୍ୟରେ ନିତିନ ଗଡକରୀଙ୍କୁ ୩ ଥର ହତ୍ୟା ଧମକ ମିଳିଛି।
केंद्रीय मंत्री नितिन गडकरी को कल शाम उनके दिल्ली आवास पर फोन कॉल के जरिए जान से मारने की धमकी मिली। मंत्री के कार्यालय ने दिल्ली पुलिस को इस बारे में सूचित किया और अब पुलिस मामले की जांच जारी है: सूत्र
— ANI_HindiNews (@AHindinews) May 16, 2023