Below header

ପଶ୍ଚିମବଙ୍ଗ: ପୂର୍ବ ମେଦିନୀପୁରରେ ବୋମା ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ, ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଏଗ୍ରାରେ ଭୟଙ୍କର ବିସ୍ଫୋରଣ ଘଟିଛି। ସହାରା ଗ୍ରାମ ପଞ୍ଚାୟତ ଅଧୀନ ଖାଦିକୁଲ ଗାଁରେ ବୋମା ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି।

ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଏଗ୍ରାରେ ଭୟଙ୍କର ବିସ୍ଫୋରଣ ଘଟିଛି। ସହାରା ଗ୍ରାମ ପଞ୍ଚାୟତ ଅଧୀନ ଖାଦିକୁଲ ଗାଁରେ ବୋମା ତିଆରି କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଏଗ୍ରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବିସ୍ଫୋରଣର ଶବ୍ଦ ଏତେ ତୀବ୍ର ଥିଲା ଯେ ପୂରା ଗାଁ ଥରି ଉଠିଥିଲା।

ମିଳିଥିବା ସୂଚନା ମୁତାବକ, ଟିଏମ୍‌ସି ନେତା ଭାନୁ ବାଗଙ୍କ ଘରେ ଏହି ବୋମା ବିସ୍ଫୋରଣ ହୋଇଛି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଖପାଖ ଅଞ୍ଚଳର ଲୋକେ ବି ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ପାଇଥିଲେ ଏବଂ ଘଟଣାସ୍ଥଳରେ ପହଞ୍ଚିଥିଲେ। ଚଟାଣରେ କିଛି ଲୋକଙ୍କର ଦଗ୍ଧ ଶରୀର ଦେଖି ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ ଏବଂ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.