ଦେଶ ବିଦେଶ

ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟାରେ ମିଳିଲା ନାହିଁ ପ୍ରମାଣ, ଆମେରିକୀୟ ପୋଲିସ ଅଧିକାରୀଙ୍କ ଉପରେ ଚାଲିବନି ମକଦ୍ଦମା

ଆମେରିକାରେ ଭାରତୀୟ ଛାତ୍ରୀ ଜାହ୍ନବୀ କଣ୍ଡୁଲାଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମକଦ୍ଦମା ଚାଲିବ ନାହିଁ । ଆମେରିକୀୟ ଓକିଲଙ୍କ ମୁତାବକ, ଅଧିକାରୀଙ୍କ ବିରୋଧରେ ଠୋସ୍‌ ପ୍ରମାଣ ମିଳିପାରି ନାହିଁ । ସେପଟେ ବଡି ଫୁଟେଜ୍‌ କ୍ୟାମେରାର ଭାଇରାଲ ଭିିଡିଓକୁ କୋର୍ଟ ପ୍ରମାଣ ବୋଲି ମାନିନାହିଁ । ତେଣୁ ଅଧିକାରୀଙ୍କ ଉପରେ କେସ୍‌ ଚାଲିବ ନାହିଁ ।

କିଙ୍ଗ୍‌ କାଉଣ୍ଟି ଓକିଲ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ସେମାନେ ସିଏଟଲ୍‌ ପୋଲିସ ଅଧିକାରୀ କେଭିନ ଡେଭଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ପ୍ରମାଣ ଅଭାବରୁ ତାଙ୍କୁ ମୁକ୍ତ କରି ଦିଆଯାଇଛି । ବୟାନରେ କୁହାଯାଇଛି କି, କଣ୍ଡୁଲାଙ୍କ ମୃତ୍ୟୁ ହୃଦୟବିଦାରକ ଏବଂ ଏହାର ପ୍ରଭାବ କିଙ୍ଗ୍‌ କାଉଣ୍ଟି ସମେତ ପୂରା ବିଶ୍ୱ ଉପରେ ପଡ଼ିଛି ।

ଆମେରିକାର ସିଏଟଲରେ ଗତ ବର୍ଷ ଜାନୁୟାରୀ ୨୩ରେ ପୋଲିସ ଗାଡ଼ି ସହ ଧକ୍କା ହେବା ପରେ ଜାହ୍ନବୀ କଣ୍ଡୁଲା ନାମ୍ନୀ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଛାତ୍ରୀଙ୍କୁ ଧକ୍କା ଦେଇଥିବା ପୋଲିସ କାର୍ ଘଣ୍ଟା ପ୍ରତି ୧୧୯ କିଲୋମିଟର ବେଗରେ ଚାଲୁଥିଲା, ଫଳରେ ରାସ୍ତା ପାର ହେଉଥିବାବେଳେ କାର୍‌ ଜାହ୍ନବୀଙ୍କୁ ଜୋରଦାର ଧକ୍କା ଦେଇଥିଲା । ଏହା ଏତେ ଭୟଙ୍କର ଥିଲା ଯେ ଜାହ୍ନବୀ ୧୦୦ ଫୁଟ ଉପରକୁ ଉଠି ତଳେ ପଡ଼ିଯାଇଥିଲେ । ପ୍ରକୃତରେ, ଡ୍ରଗ୍ସ ଓଭରଡୋଜ୍‌ର ଜରୁରୀ ସୂଚନା ପାଇ ପୋଲିସ ଘଟଣାସ୍ଥଳକୁ ଯାଉଥିଲା ଏବଂ ସେଠାରେ ଜଲ୍‌ଦି ପହଞ୍ଚିବା ପାଇଁ ଅଧିକାରୀ ଦ୍ରୁତ ଗତିରେ ଗାଡ଼ି ଚଲାଉଥିଲେ ।

ତେବେ ଏହି ମାମଲାରେ ପୋଲିସ ବିଭାଗ ଘଟଣାର ଏକ ବଡିକ୍ୟାମ୍‌ ଫୁଟେଜ୍‌ ଜାରି କରିଥିଲା, ଯେଉଁଥିରେ ସିଏଟଲ ପୋଲିସ ଅଧିକାରୀ ଡାନିୟଲ ଅର୍ଡର ଦୁର୍ଘଟଣାକୁ ନେଇ ହସୁଥିବାର ଶୁଣାଯାଇଥିଲା । ଏହାକୁ ନେଇ ଖୁବ୍‌ ହଙ୍ଗାମା ହୋଇଥିଲା । ଲୋକମାନେ ଭାରତୀୟ ଛାତ୍ରୀଙ୍କ ମୃତ୍ୟୁରେ ହସିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏହି ଘଟଣାରେ ଅର୍ଡରଙ୍କୁ ନିଲମ୍ବିତ କରାଯାଇଥିଲା, ପରେ ତାଙ୍କର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

Roshni

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

8 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

24 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

57 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

59 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago