ଦେଶ ବିଦେଶ

ଅପରାଧ ରୋକିବା ରାଜ୍ୟର ଦାୟିତ୍ୱ, ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ- ସୁପ୍ରିମକୋର୍ଟ

ନୂଆଦିଲ୍ଳୀ : ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା କଥା ନୁହେଁ , ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ ବେଲି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ସିଆରପିସି (CRPC) ଧାରା ୧୬୭(୨) (କ)ରେ ଉଲ୍ଲେଖିତ ୬୦/୯୦ ଦିନ ଡିଫଲଟ୍‌ ଜାମିନି ଅବଧିକୁ ଦୃଷ୍ଟିରେ ରଖି ନ୍ୟାୟିକ ହେପାଜତ ତାରିଖ ଏଥିରେ ଯୋଡା ଯାଇଛି କି ନାହିଁ ? ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ଉକ୍ତ ଟିପ୍ପଣୀ ଦେଇଛନ୍ତି ।

କ’ଣ କହିଥାଏ ସିଆରପିସି ଧାରା ୧୬୭ ? :

ସିଆରପିସି ଧାରା ୧୬୭ ଅନୁଯାୟୀ, ଯଦି ଯାଞ୍ଚ ଏଜେନ୍ସି ରିମାଣ୍ଡ ତାରିଖରୁ ୬୦ ଦିନ ଭିତରେ ଅଭିଯୁକ୍ତର କେସ୍‌ ଫାଇଲ ଦାଖଲ କରିବାରେ ଅସମର୍ଥ ରୁହେ, ତେବେ ଅଭିଯୁକ୍ତ ଡିଫଲ୍ଟ ଜାମିନର ହକଦାର ହେବ । ତେବେ ଅପରାଧର ଶ୍ରେଣୀ ବିଷେଶରେ ଏହା ୯୦ ଦିନ ଯାଏ ବଢ଼ାଯାଇପାରେ ।

ଧାରା ୧୬୭ ରେ ଉଲ୍ଲେଖ ରହିଛି ଯେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅଭିଯୁକ୍ତକୁ ନ୍ୟାୟିକ ହାଜତକୁ ପଠାଯିବାର ଦିନ ଠାରୁ ୬୦/୯୦ ଦିନ ସମୟ ଧରାଯିବ ବୋଲି ଜଷ୍ଟିସ କେଏମ୍‌ ଜୋସଫ, ଜଷ୍ଟିସ ଋଷିକେଶ ରାୟ ଓ ଜଷ୍ଟିସ ବିବି ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି ।

ଖଣ୍ଡପୀଠ ଆହୁରି କହିଥିଲେ ଯେ ବିନା ଆଇନ ପ୍ରକ୍ରିୟାରେ ଅଭିଯୁକ୍ତକୁ ବନ୍ଦୀ କରି ରଖାଯିବା ଉଚିତ୍‌ ନୁହେଁ । ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟର ଦାୟିତ୍ୱ, ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା ଉଚିତ୍‌ ନୁହେଁ ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

39 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

53 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago