ଦେଶ ବିଦେଶ

ପଦାର୍ଥ ବିଜ୍ଞାନ ବିଭାଗରେ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ଆଜି ପଦାର୍ଥ ବିଜ୍ଞାନ ବିଭାଗର  ନୋବେଲ୍‌ ପୁରସ୍କାର ୨୦୨୦ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଶ୍ୱର ଏହି ସର୍ବୋଚ୍ଚ ପୁରସ୍କାର ପାଇବା ପାଇଁ ପଦାର୍ଥ ବିଜ୍ଞାନରେ ରୋଜର ପେନ୍‌ରୋଜ୍‌, ରେନ୍‌ହାର୍ଡ ଜେଞ୍ଜେଲ୍‌ ଓ ଆଣ୍ଡ୍ରିଆ ଘେଜ୍‌ ମନୋନୀତ ହୋଇଛନ୍ତି । ମହାକାଶରେ ବ୍ଲାକ ହୋଲ୍‌ ସମ୍ବନ୍ଧରେ ଗବେଷଣା ପାଇଁ ଏହି ପୁରସ୍କାର ଦିଆଯାଇଛି ।

ଷ୍ଟକହାମ୍‌ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରୟାଲ୍‌ ସ୍ୱିଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସର ସେକ୍ରେଟାରୀ ଗୋରାନ୍‌ କେ ହାନ୍‌ସନ୍‌ଏହି ପୁରସ୍କାର ପାଇଁ ନାମ ଘୋଷଣା କରିବା ସହ ‘ମହାକାଶର ଅନ୍ଧାରତମ ରହସ୍ୟ’ ଉନ୍ମୋଚନ କରିବାରେ ଏହା ଏକ ବଡ଼ ସଫଳତା ବୋଲି କହିଥିଲେ ।

ଏହି ପୁରସ୍କାର ପାଇଁ ଥିବା ଅର୍ଥର ଅର୍ଦ୍ଧେକ ରୋଜର ପେନ୍‌ରୋଜଙ୍କୁ ଦିଆଯାଉଥିବା ବେଳେ ଅନ୍ୟ ଅର୍ଦ୍ଧେକ ଅର୍ଥକୁ ଅନ୍ୟ ଦୁଇଜଣ ରିଚାର୍ଡ ଓ ଆଣ୍ଡ୍ରିଆଙ୍କୁ ଦିଆଯିବ ବୋଲି କମିଟି ନିଷ୍ପତି ନେଇଛି । କାଲିଫୋର୍ଣ୍ଣିଆ ୟୁନିଭରସିଟିର ପ୍ରଫେସର ଥିବା ଆଣ୍ଡ୍ରିଆ ଘେଜ୍‌ ନୋବେଲ ପୁରସ୍କାର ପାଉଥିବା ୪ର୍ଥ ମିହିଳା ।

ପ୍ରକାଶ ଯେ, ଗତକାଲି ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାମ ଘୋଷଣା କରାଯାଇଥିଲା ।
। ସେମାନେ ହେଲେ ଆମେରିକାର ହାର୍ଭେ କେ ଅଲଟର, ଚାଲସ ଏମ ରାଇସ ଓ ବି୍ରଟେନର ମାଇକେଲ ହୁ୍ୟଟନ । ହେପାଟାଇଟସ ସି ଭୂତାଣୁ ଆବିଷ୍କାର କରିଥିବାରୁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ଉକ୍ତ ସମ୍ମାନ ଜନକ ପୁରସ୍କାର ଦିଆଯାଇଥିଲା ।

Niharanjan

Recent Posts

ନୀତା ଅମ୍ବାନୀଙ୍କ ଘରର ସୌନ୍ଦର୍ଯ୍ୟ ବଢ଼ାଇବ ଓଡ଼ିଶାର ତାଳଗଛ

ପୁରୀ : ଓଡ଼ିଶାରୁ ଅମ୍ବାନୀଙ୍କ ଘରକୁ ଯିବ ତାଳଗଛ । ନିତା ଅମ୍ବାନୀଙ୍କ ବାସ ଭବନରେ ହୁଏତ ଏହି ଗଛ…

2 mins ago

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

8 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

42 mins ago

ଚତୁର୍ଥ ଥର ପରିବର୍ତ୍ତନ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କେବେ

ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍‌…

44 mins ago

ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…

52 mins ago

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

1 hour ago