ପଦାର୍ଥ ବିଜ୍ଞାନ ବିଭାଗରେ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାମ ଘୋଷଣା

ନୂଆଦିଲ୍ଲୀ : ଆଜି ପଦାର୍ଥ ବିଜ୍ଞାନ ବିଭାଗର ନୋବେଲ୍ ପୁରସ୍କାର ୨୦୨୦ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାମ ଘୋଷଣା କରାଯାଇଛି । ବିଶ୍ୱର ଏହି ସର୍ବୋଚ୍ଚ ପୁରସ୍କାର ପାଇବା ପାଇଁ ପଦାର୍ଥ ବିଜ୍ଞାନରେ ରୋଜର ପେନ୍ରୋଜ୍, ରେନ୍ହାର୍ଡ ଜେଞ୍ଜେଲ୍ ଓ ଆଣ୍ଡ୍ରିଆ ଘେଜ୍ ମନୋନୀତ ହୋଇଛନ୍ତି । ମହାକାଶରେ ବ୍ଲାକ ହୋଲ୍ ସମ୍ବନ୍ଧରେ ଗବେଷଣା ପାଇଁ ଏହି ପୁରସ୍କାର ଦିଆଯାଇଛି ।
ଷ୍ଟକହାମ୍ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସର ସେକ୍ରେଟାରୀ ଗୋରାନ୍ କେ ହାନ୍ସନ୍ଏହି ପୁରସ୍କାର ପାଇଁ ନାମ ଘୋଷଣା କରିବା ସହ ‘ମହାକାଶର ଅନ୍ଧାରତମ ରହସ୍ୟ’ ଉନ୍ମୋଚନ କରିବାରେ ଏହା ଏକ ବଡ଼ ସଫଳତା ବୋଲି କହିଥିଲେ ।
ଏହି ପୁରସ୍କାର ପାଇଁ ଥିବା ଅର୍ଥର ଅର୍ଦ୍ଧେକ ରୋଜର ପେନ୍ରୋଜଙ୍କୁ ଦିଆଯାଉଥିବା ବେଳେ ଅନ୍ୟ ଅର୍ଦ୍ଧେକ ଅର୍ଥକୁ ଅନ୍ୟ ଦୁଇଜଣ ରିଚାର୍ଡ ଓ ଆଣ୍ଡ୍ରିଆଙ୍କୁ ଦିଆଯିବ ବୋଲି କମିଟି ନିଷ୍ପତି ନେଇଛି । କାଲିଫୋର୍ଣ୍ଣିଆ ୟୁନିଭରସିଟିର ପ୍ରଫେସର ଥିବା ଆଣ୍ଡ୍ରିଆ ଘେଜ୍ ନୋବେଲ ପୁରସ୍କାର ପାଉଥିବା ୪ର୍ଥ ମିହିଳା ।
ପ୍ରକାଶ ଯେ, ଗତକାଲି ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ୩ ଜଣଙ୍କ ନାମ ଘୋଷଣା କରାଯାଇଥିଲା ।
। ସେମାନେ ହେଲେ ଆମେରିକାର ହାର୍ଭେ କେ ଅଲଟର, ଚାଲସ ଏମ ରାଇସ ଓ ବି୍ରଟେନର ମାଇକେଲ ହୁ୍ୟଟନ । ହେପାଟାଇଟସ ସି ଭୂତାଣୁ ଆବିଷ୍କାର କରିଥିବାରୁ ଏହି ତିନି ଜଣ ବୈଜ୍ଞାନିକଙ୍କୁ ଉକ୍ତ ସମ୍ମାନ ଜନକ ପୁରସ୍କାର ଦିଆଯାଇଥିଲା ।