ଶାହିଦ କପୁର ଫିଲ୍ମ ‘ଜର୍ସି’ ପାଇଁ କମାଇଲେ ନିଜ ଫିସ, ୧ କି ୨ ନୁହେଁ, ପୂରା ୮ କୋଟି ଟଙ୍କା କାଟିଦେଲେ

କରୋନା ଭାଇରସ କବଳରେ ଅନେକ ସେଲିବ୍ରିଟି ଆସିସାରିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ବି ଏହାର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଛି। ତେବେ ଏହାରି ଭିତରେ ଖବର ଆସିଛି କି, ଶାହିଦ କପୁର ନିଜ ଆଗାମୀ ଫିଲ୍ମ ‘ଜର୍ସି’ର ଫିସକୁ ବହୁତ କମ କରିଦେଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଶାହିଦ ୧, ୨ କି ୩ ନୁହେଁ, ପୂରା ୮ କୋଟି ଟଙ୍କା ଫିସ କମ କରିଛନ୍ତି।
କୁହାଯାଉଛି କି, ଫିଲ୍ମର ନିର୍ମାତା ଶାହିଦଙ୍କୁ ଫିସ କରିବା ପାଇଁ ରିକ୍ୱେଷ୍ଟ କରିଥିଲେ। ନିର୍ମାତା କହିଥିଲେ, କୋଭିଡ-୧୯ ଯୋଗୁ ଫିଲ୍ମର ସିଡ୍ୟୁଲଡ ରୋକିବାକୁ ପଡ଼ିଲା, ଯେଉଁଥିପାଇଁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏହାପରେ ଶାହିଦ ଏହି ନିଷ୍ପତ୍ତି ନେଇଥିଲେ। ତେବେ ଅଭିନେତାଙ୍କ ଏଭଳି ନିଷ୍ପତ୍ତି ଶୁଣି ନିର୍ମାତା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
View this post on Instagram
Can’t wait to get back. Missing my boys @rajivmehra1988 n @harshuln #jersey
ପ୍ରଥମେ ଶାହିଦ ଫିଲ୍ମ ପାଇଁ ୩୩ କୋଟି ଟଙ୍କା ଫିସ ନେଉଥିଲେ। କିନ୍ତୁ ପରେ ସେ ନିର୍ମାତାଙ୍କ ସମସ୍ୟାକୁ ନଜରରେ ରଖି ଫିସରୁ ୮ କୋଟି କମ କରିଦେଇଛନ୍ତି। ଅର୍ଥାତ ‘ଜର୍ସି’ ପାଇଁ ଶାହିଦ ମାତ୍ର ୨୫ କୋଟି ନେବେ। ଫିଲ୍ମରେ ଶାହିଦ କପୁର ମୃଣାଳ ଠାକୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମ ‘ଜର୍ସି’ ୨୦୧୯ରେ ଏହି ନାଁରେ ତିଆରି ହୋଇଥିବା ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ। ଏହାର ଆଗାମୀ ସିଡ୍ୟୁଲଡ ଡେରାଡୁନ ଏବଂ ଚଣ୍ଡୀଗଡ଼ରେ ସୁଟ କରାଯିବ।