ଦେଶ ବିଦେଶ

ହେଲ୍‌ମେଟ ପିନ୍ଧିଲେ ବି କଟିବ ୨୦୦୦ ଟଙ୍କା ଚାଲାଣ! ସାବଧାନ ରୁହନ୍ତୁ ବାଇକ୍‌ ଓ ସ୍କୁଟର ଚାଳକ

ନୂଆ ଟ୍ରାଫିକ୍‌ ନିୟମ ଅନୁସାରେ, ଏବେ ହେଲ୍‌ମେଟ ପିନ୍ଧିବା ପରେ ମଧ୍ୟ ଆପଣଙ୍କର ୨୦୦୦ ଟଙ୍କା ଚାଲାଣ କଟିପାରେ। ତେବେ ଏହା କେମିତି ହୋଇପାରିବ, ଆଜି ଆମେ ଆପଣଙ୍କୁ ଏ ବିଷୟରେ କହିବୁ। ବାସ୍ତବରେ ମୋଟର ଭେହିକଲ୍‌ ଆକ୍ଟ ଅନୁସାରେ, ମୋଟର ସାଇକେଲ, ସ୍କୁଟର ଆଦି ଚଲାଇବା ବେଳେ ଯଦି ଆପଣ ହେଲ୍‌ମେଟର ଷ୍ଟ୍ରିପ୍‌ ବାନ୍ଧି ନାହାନ୍ତି, ତ ନିୟମ 194D MVA ମୁତାବକ, ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିବ। ଆଉ ଯଦି ଆପଣ ତ୍ରୁଟିପୂର୍ଣ୍ଣ ହେଲ୍‌ମେଟ (ବିନା ବିଆଇଏସ୍‌) ପିନ୍ଧିଛନ୍ତି, ତ 194D MVA ଅନୁସାରେ, ଆପଣଙ୍କର ୧୦୦୦ ଟଙ୍କା ଚାଲାଣ କଟିପାରେ। ଏମିତିରେ ଆପଣ ହେଲ୍‌ମେଟ ପିନ୍ଧିବା ସତ୍ତ୍ୱେ ଯଦି ନିୟମର ପାଳନ କରୁ ନାହାନ୍ତି, ତା’ ହେଲେ ଆପଣଙ୍କ ପକେଟ୍‌ରୁ ୨୦୦୦ ଟଙ୍କା ଯାଇପାରେ।

କଟିବ ୨୦ ହଜାରରୁ ଅଧିକ ଚାଲାଣ, କରନ୍ତୁନି ଏହି ଭୁଲ୍‌

ନୂଆ ମୋଟର ଭେହିକଲ୍‌ ଆକ୍ଟ ଅନୁସାରେ, ଗାଡ଼ିରେ ଓଭରଲୋଡିଂ କଲେ ଆପଣଙ୍କୁ ୨୦,୦୦୦ ଟଙ୍କାର ଭାରୀ ଜରିମାନା ଦେବାକୁ ପଡ଼ି ପାରେ। ଏହାଛଡ଼ା ପ୍ରତି ଟନ ପିଛା ୨୦୦୦ ଟଙ୍କାର ଅତିରିକ୍ତ ଜରିମାନା ବି ଦେବାକୁ ହେବ। ଏମିତି ପୂର୍ବରୁ ମଧ୍ୟ ହୋଇସାରିଛି, ଅନେକ ଲୋକଙ୍କର ହଜାର ହଜାର ଟଙ୍କା ଚାଲାଣ କଟିଥିବା କଥା ସାମ୍ନାକୁ ଆସିଛି।

ଚାଲାଣ କଟିଛି କି ନାହିଁ ଜାଣିବା ପାଇଁ ଏହି େଓ୍ଵବ୍‌ସାଇଟ ଯାଆନ୍ତୁ

https://echallan.parivahan.gov.in େଓ୍ଵବ୍‌ସାଇଟକୁ ଯାଆନ୍ତୁ। ଚେକ୍‌ ଚାଲାଣ ଷ୍ଟାଟସ୍‌ର ବିକଳ୍ପ ବାଛନ୍ତୁ। ଆପଣଙ୍କ ଚାଲାଣ ନମ୍ବର, ଗାଡ଼ି ନମ୍ବର ଏବଂ ଡ୍ରାଇଭିଂ ଲାଇସେନ୍ସ ନମ୍ବର (DL)ର ଅପ୍‌ସନ ମିଳିବ। ଗାଡ଼ି ନମ୍ବରର ଅପ୍‌ସନ ଚୟନ କରନ୍ତୁ। ମଗା ଯାଇଥିବା ଜରୁରୀ ତଥ୍ୟଗୁଡ଼ିକୁ ଭରନ୍ତୁ ଏବଂ ‘Get Detail’ ଉପରେ କ୍ଲିକ୍‌ କରି ଦିଅନ୍ତୁ। ଏବେ ଚାଲାଣର ଷ୍ଟାଟସ୍‌ ଆପଣଙ୍କ ସାମ୍ନାକୁ ଆସି ଯିବ।

ଟ୍ରାଫିକ୍‌ ଚାଲାଣ ଅନଲାଇନ ଭରିବାର ତରିକା

https://echallan.parivahan.gov.in େଓ୍ଵବ୍‌ସାଇଟକୁ ଯାଆନ୍ତୁ। ଚାଲାଣ ସହ ଜଡ଼ିତ ସୂଚନା ଏବଂ କ୍ୟାପ୍‌ଚା ଭରନ୍ତୁ। ଏବେ ଗେଟ୍‌ ଡିଟେଲ୍‌ ଉପରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ନୂଆ ପେଜ୍‌ ଖୋଲିବ, ଯେଉଁଥିରେ ଚାଲାଣର ସମସ୍ତ ସୂଚନା ଥିବ। ଆପଣଙ୍କୁ ଯେଉଁ ଚାଲାଣ ଭରିବାର ଅଛି, ତାହାକୁ ଖୋଜନ୍ତୁ। ଚାଲାଣ ସହିତ ହିଁ ଅନଲାଇନ ପେମେଣ୍ଟ୍‌ର ବିକଳ୍ପ ଦେଖାଯିବ, ଏହା ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ସମସ୍ତ ଆବଶ୍ୟକ ତଥ୍ୟ ଭରିବାକୁ ହେବ। ପେମେଣ୍ଟ୍‌କୁ କନଫର୍ମ କରନ୍ତୁ, ଆପଣଙ୍କ ଅନଲାଇନ ଚାଲାଣ ଆପେ ଭରିଯିବ।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

8 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

10 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

50 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago