ଦେଶ ବିଦେଶ

ଏବେ ରୋସ୍ତୋରାଁରେ ଖାଇବା ହେବ ୧୦ ପ୍ରତିଶତ ଶସ୍ତା, ସର୍ଭିସ ଚାର୍ଜ ଆଦାୟ କରିବାକୁ ଅବୈଧ କଲେ ସରକାର

ଅବୈଧ ଘୋଷିତ ହେଲା ସର୍ଭିସ୍‌ ଚାର୍ଜ। ଏକ ଉପଭୋକ୍ତାଙ୍କ ମାମଲାରେ ମନ୍ତ୍ରଣାଳୟ ପକ୍ଷରୁ ସର୍ଭିସ ଚାର୍ଜକୁ ଅବୈଧ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ତରଫରୁ ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ (NRAI)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ତୁରନ୍ତ ଖାଦ୍ୟପେୟ ଉପରୁ ସର୍ଭିସ ଚାର୍ଜ ନେବା ବନ୍ଦ କରନ୍ତୁ। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମନ୍ତ୍ରଣାଳୟ କହିଛି ଯେ ଏହା ଦ୍ୱାରା ଗ୍ରାହକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସୋସିଆଲ ମିଡିଆରେ ରୋସ୍ତୋରାଁରେ ଖାଇବା ଉପରେ ଜବରଦସ୍ତି ସର୍ଭିସ ଚାର୍ଜ ଆଦାୟ ହେଉଥିବା ଖବର ଚର୍ଚ୍ଚା ହେବା ପରେ ଏ ନେଇ ଜୁନ୍‌ ୨ରେ ମନ୍ତ୍ରଣାଳୟ ପକ୍ଷରୁ ବୈଠକ ଡକାଯାଇଥିଲା।

ଅନ୍ୟ ପଟେ ରେସ୍ତୋରାଁରେ ଖାଇବା ବିଲ୍‌ରେ ସର୍ଭିସ ଚାର୍ଜ ନେବା ଉପରେ ରୋକ୍‌ ଲଗାଇବା ଘୋଷଣାକୁ ହୋଟେଲ ଉଦ୍ୟୋଗ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି। ହୋଟେଲ ଉଦ୍ୟୋଗ ପକ୍ଷରୁ କୁହାଯାଇଛି ଯେ ଏହା ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଉଥିବା ସାଧାରଣ କର୍ମଚାରୀଙ୍କ ସୁବିଧା ବ୍ୟାହତ ହେବ। ଏହି ସର୍ଭିସ ଚାର୍ଜ ହଟିବା ପରେ ରେସ୍ତୋରାଁରେ ଖାଇବା ୧୦ ପ୍ରତିଶତ ଶସ୍ତା ହୋଇଯିବ।

ଏନ୍‌ଆରଏଆଇ (NRAI) ର ଅଧ୍ୟକ୍ଷ କବୀର ସୁରୀ କହିଛନ୍ତି, ଏହି ମାମଲାରେ ଏବେ ଯାଏଁ କୌଣସି ଆଇନ୍‌ ଆସି ନାହିଁ। ଏ ନେଇ ଆଗକୁ ଆଇନ୍‌ ଆସିବାର ଅଛି। ଅନ୍ୟ ପଟେ ଖାଦ୍ୟ ଏବଂ ଉପଭୋକ୍ତା ମାମଲାର ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ରେସ୍ତୋରାଁ ନିଜ ବିଲ୍‌ରେ ଅନ୍ୟ ସେବା ଶୁଳ୍କ ଯୋଡ଼ି ପାରିବେ ନାହିଁ। ଏ ନେଇ ଆଇନ୍‌ ଆଣିବା ଉପରେ ସରକାର ଯୋଜନା କରୁଛନ୍ତି। ଅବଶ୍ୟ ଗ୍ରାହକ ଚାହିଁଲେ ହୋଟେଲ କର୍ମଚାରୀଙ୍କ ଅଲଗା ଭାବେ ଟିପ୍‌ସ ଦେଇ ପାରିବେ ।

Also Read: ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍‌ପ୍ୟାକ୍‌, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି

WCW 11

Recent Posts

୩୩ କେଭି ଲାଇନ ତାର ଲାଗି ୨ ଶ୍ରିମିକ ଗୁରୁତର

କାମାକ୍ଷାନଗର: ଘର କାମ କରୁଥିବା ବେଳେ ଅଘଟଣ । ଲୁହା ରଡ ଭିଡୁଥିବା ସମୟରେ ୩୩ କେଭି ଲାଇନ ତାର…

10 mins ago

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ୩୦୦୦ ପଦବୀ ଖାଲି, ୧୭ ଜୁନ୍‌ ପର୍ଯ୍ୟନ୍ତ କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଅପାରଣ୍ଟିସ ପଦବୀରେ ୩୦୦୦…

16 mins ago

ଜମ୍ମୁ କଶ୍ମୀର : ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୧୦ ମୃତ, ୩୩ ଗୁରୁତର

ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାରେ ତୀର୍ଥ ଯାତ୍ରୀ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏଥିରେ ୧୦ ଜଣଙ୍କ…

29 mins ago

Vi ଦେଉଛି ବଢ଼ିଆ ଡିଲ୍‌, ପୂରା ବର୍ଷ ପାଇଁ ମିଳିବ ରିଚାର୍ଜ ଅଫର

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବଡ଼ ଟେଲିକମ୍ କମ୍ପାନୀ । Viର କମ୍ ଗ୍ରାହକ ଥିଲେ ମଧ୍ୟ ଏହା…

42 mins ago

ହସ୍ପିଟାଲ ବେଡ୍‌ରୁ ଚୋରି ଶିଶୁ ଉଦ୍ଧାର, ସିସିଟିଭି ପାଇଁ ଧରାପଡିଲା ଚୋର

ବାଲେଶ୍ୱର(କେନ୍ୟୁଜ): ମେଡିକାଲରୁ ଚୋରି ଶିଶୁ ଉଦ୍ଧାର । ବାଲେଶ୍ୱର ମେଡିକାଲରୁ ଚୋରି ହୋଇଥିବା ନବଜାତ ଶିଶୁ ଉଦ୍ଧାର ହୋଇଛି ।…

45 mins ago

ଓଲଟିଲା ଅମୃତଭଣ୍ଡା ଵୋଝେଇ ଟ୍ରକ, ଜଣେ ମୃତ

ସୋରୋ: ବାଲେଶ୍ଵର ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ସିମୁଳିଆ ଠାରେ ଅମୃତଭଣ୍ଡାଵୋଝେଇ ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ଘଟିଛି…

1 hour ago