ଏବେ ରୋସ୍ତୋରାଁରେ ଖାଇବା ହେବ ୧୦ ପ୍ରତିଶତ ଶସ୍ତା, ସର୍ଭିସ ଚାର୍ଜ ଆଦାୟ କରିବାକୁ ଅବୈଧ କଲେ ସରକାର
ଅବୈଧ ଘୋଷିତ ହେଲା ସର୍ଭିସ୍ ଚାର୍ଜ। ଏକ ଉପଭୋକ୍ତାଙ୍କ ମାମଲାରେ ମନ୍ତ୍ରଣାଳୟ ପକ୍ଷରୁ ସର୍ଭିସ ଚାର୍ଜକୁ ଅବୈଧ ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ତରଫରୁ ଭାରତୀୟ ଜାତୀୟ ରେସ୍ତୋରାଁ ସଂଘ (NRAI)କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସେ ତୁରନ୍ତ ଖାଦ୍ୟପେୟ ଉପରୁ ସର୍ଭିସ ଚାର୍ଜ ନେବା ବନ୍ଦ କରନ୍ତୁ। ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମନ୍ତ୍ରଣାଳୟ କହିଛି ଯେ ଏହା ଦ୍ୱାରା ଗ୍ରାହକଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ସୋସିଆଲ ମିଡିଆରେ ରୋସ୍ତୋରାଁରେ ଖାଇବା ଉପରେ ଜବରଦସ୍ତି ସର୍ଭିସ ଚାର୍ଜ ଆଦାୟ ହେଉଥିବା ଖବର ଚର୍ଚ୍ଚା ହେବା ପରେ ଏ ନେଇ ଜୁନ୍ ୨ରେ ମନ୍ତ୍ରଣାଳୟ ପକ୍ଷରୁ ବୈଠକ ଡକାଯାଇଥିଲା।
Food and Consumer Affairs Minister Piyush Goyal on June 3 asserted that restaurants cannot add ‘service charge’ to the food bills, though customers at their discretion can give “tips” separately.https://t.co/UIBc99UFtM
— The Hindu (@the_hindu) June 3, 2022
ଅନ୍ୟ ପଟେ ରେସ୍ତୋରାଁରେ ଖାଇବା ବିଲ୍ରେ ସର୍ଭିସ ଚାର୍ଜ ନେବା ଉପରେ ରୋକ୍ ଲଗାଇବା ଘୋଷଣାକୁ ହୋଟେଲ ଉଦ୍ୟୋଗ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛି। ହୋଟେଲ ଉଦ୍ୟୋଗ ପକ୍ଷରୁ କୁହାଯାଇଛି ଯେ ଏହା ଦ୍ୱାରା ଗ୍ରାହକଙ୍କୁ ସେବା ଯୋଗାଉଥିବା ସାଧାରଣ କର୍ମଚାରୀଙ୍କ ସୁବିଧା ବ୍ୟାହତ ହେବ। ଏହି ସର୍ଭିସ ଚାର୍ଜ ହଟିବା ପରେ ରେସ୍ତୋରାଁରେ ଖାଇବା ୧୦ ପ୍ରତିଶତ ଶସ୍ତା ହୋଇଯିବ।
The government will frame new rules, along with a legal framework, to prevent restaurants from levying service charge on diners, which is an “unfair trade practice”, consumer affairs secretary Rohit Kumar Singh saidhttps://t.co/Cr9r5lYDzP
— Hindustan Times (@htTweets) June 2, 2022
ଏନ୍ଆରଏଆଇ (NRAI) ର ଅଧ୍ୟକ୍ଷ କବୀର ସୁରୀ କହିଛନ୍ତି, ଏହି ମାମଲାରେ ଏବେ ଯାଏଁ କୌଣସି ଆଇନ୍ ଆସି ନାହିଁ। ଏ ନେଇ ଆଗକୁ ଆଇନ୍ ଆସିବାର ଅଛି। ଅନ୍ୟ ପଟେ ଖାଦ୍ୟ ଏବଂ ଉପଭୋକ୍ତା ମାମଲାର ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ରେସ୍ତୋରାଁ ନିଜ ବିଲ୍ରେ ଅନ୍ୟ ସେବା ଶୁଳ୍କ ଯୋଡ଼ି ପାରିବେ ନାହିଁ। ଏ ନେଇ ଆଇନ୍ ଆଣିବା ଉପରେ ସରକାର ଯୋଜନା କରୁଛନ୍ତି। ଅବଶ୍ୟ ଗ୍ରାହକ ଚାହିଁଲେ ହୋଟେଲ କର୍ମଚାରୀଙ୍କ ଅଲଗା ଭାବେ ଟିପ୍ସ ଦେଇ ପାରିବେ ।
Also Read: ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍ପ୍ୟାକ୍, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି