ମୁହଁରେ ଲଗାନ୍ତୁ କଞ୍ଚା ଆମ୍ବ ଫେସ୍ପ୍ୟାକ୍, ସବୁ ପ୍ରକାରର ତ୍ୱଚାଜନିତ ସମସ୍ୟାରୁ ମିଳିବ ମୁକ୍ତି
କଞ୍ଚା ଆମ୍ବ କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ତ୍ୱଚା ପାଇଁ ବି ବେଶ୍ ଲାଭଦାୟକ ହୋଇଥାଏ। ଭିଟାମିନ୍ ସିରେ ଭରପୂର କଞ୍ଚା ଆମ୍ବ ଆମ ତ୍ୱଚାକୁ ଅନେକ ପ୍ରକାରର ଫାଇଦା ଦେଇଥାଏ। ଖରାଦିନେ ଦେଖାଯାଉଥିବା ତ୍ୱଚା ଜନିତ ସମସ୍ୟା, ଯଥା- ତ୍ୱଚା ଶୁଷ୍କ ହୋଇଯିବା, ଦାଗ, ବ୍ରଣ, ତୈଳାକ୍ତ ତ୍ୱଚା, ଟ୍ୟାନିଂ ଆଦି ସମସ୍ୟାରୁ ମୁକ୍ତି ଦେବାରେ ମଧ୍ୟ ଏହା ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବକୁ କେମିତି ମୁହଁରେ ଲଗାଇବେ…
କଞ୍ଚା ଆମ୍ବ ଓ ଓଟମିଲ୍ ଫେସ୍ପ୍ୟାକ୍:
ଓଟ ମିଲ୍ରେ ୧୮ ପ୍ରକାରର ଆମିନୋ ଏସିଡ୍ ରହିଛି, ଯାହା ତ୍ୱଚା ପାଇଁ ଫାଇଦାଯୁକ୍ତ ହୋଇଥାଏ। ଏହା ସହ ଏଥିରେ ଆଣ୍ଟି ଅକ୍ସିଡେଣ୍ଟସ୍, ଆଣ୍ଟି ଇନ୍ଫ୍ଲେମେଟରୀ ଓ ଆଣ୍ଟି ସେପ୍ଟିକ୍ ଗୁଣ ରହିଛି। ଏହା ତ୍ୱଚାର ଲୋମ କୂପକୁ ଖୋଲିଦିଏ। ଫଳରେ ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଏ।
ଆବଶ୍ୟକୀୟ ସାମଗ୍ରୀ:
କଞ୍ଚା ଆମ୍ବ ୨ ଟି, ୨-୩ ଚାମଚ ଓଟ୍ମିଲ୍, ୫-୬ ଟି ବାଦାମ, ୩-୪ ଚାମଚ କଞ୍ଚା କ୍ଷୀର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଞ୍ଚା ଆମ୍ବ, ଓଟ୍ ମିଲ ଓ ବାଦାମକୁ ଭଲ ଭାବେ ଗ୍ରାଇଣ୍ଡିଂ କରି ନିଅନ୍ତୁ।
- ଏବେ ଏକ ପାତ୍ରରେ ୩ଟି ଜିନିଷ ସହ କ୍ଷୀରକୁ ମିଶାନ୍ତୁ।
- ଏହି ମିଶ୍ରଣକୁ ମୁହଁରେ ପ୍ୟାକ୍ ଭଳି ଲଗାନ୍ତୁ।
- ୧୫ ମିନିଟ୍ ପରେ ଆପଣ ମୁହଁକୁ ସାଦା ପାଣିରେ ଧୋଇ ଦିଅନ୍ତୁ।
- ଆପଣ ସପ୍ତାହରେ ୨-୩ ଥର ଏହି ଫେସ୍ ପ୍ୟାକ୍କୁ ମୁହଁରେ ଲଗାଇପାରିବେ।
ବେସନ୍ ଓ କଞ୍ଚା ଆମ୍ବର ଫେସ୍ପ୍ୟାକ୍:
ବେସନ୍ ଆମ ତ୍ୱଚାର ରଙ୍ଗକୁ ସଫା କରିବାରେ ସାହାଯ୍ୟ କରେ। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟସ୍ ଓ ଭିଟାମିନ୍ ଚେହେରାର ରଙ୍ଗ ବଢ଼ାଏ। ଆପଣ କଞ୍ଚା ଆମ୍ବ ସହ ବି ବେସନ ମିଶାଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିପାରିବେ।
ଏମିତି ବନାନ୍ତୁ ଫେସ୍ପ୍ୟାକ୍:
ଆବଶ୍ୟକ ସାମଗ୍ରୀ:
୩-୪ ଟି କଞ୍ଚା ଆମ୍ବ, ୨ ଚାମଚ ମହୁ, ୨ ଚାମଚ ଦହି, ୨ ଚାମଚ ହଳଦୀ ପାଉଡର
ପ୍ରସ୍ତୁତି ପ୍ରଣାଳୀ:
- ପ୍ରଥମେ କଞ୍ଚା ଆମ୍ବକୁ ଗ୍ରାଇଣ୍ଡିଂ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
- ଏବେ ଏଥିରେ ବେସନ, ଦହି, ମହୁ ଓ ହଳଦୀ ମିଶାନ୍ତୁ।
- ସବୁ ସାମଗ୍ରୀକୁ ଭଲ ଭାବେ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ।
- ୧୫ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।
- ସପ୍ତାହରେ ୨ ଥର ଏଭଳି ଫେସ୍ପ୍ୟାକ୍ ବ୍ୟବହାର କଲେ ମୁହଁ ଉଜ୍ଜ୍ୱଳ ଦିଶିବ।
Also Read: ସହିଦ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ପରିବାର ବି ଦେଖିଲେ ଫିଲ୍ମ ‘ମେଜର’, ଦିବଂଗତ ପୁଅକୁ ଦେଖି ହେଲେ ଇମୋସନାଲ