ସହିଦ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ପରିବାର ବି ଦେଖିଲେ ଫିଲ୍ମ ‘ମେଜର’, ଦିବଂଗତ ପୁଅକୁ ଦେଖି ହେଲେ ଇମୋସନାଲ
ମୁମ୍ବାଇ ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ଶୌର୍ଯ୍ୟ ଓ ପରାକ୍ରମକୁ ନେଇ ନିର୍ମିତ ଫିଲ୍ମ ‘ମେଜର’ ଗତ ଶୁକ୍ରବାର ଦିନ ଫିଲ୍ମ ହଲ୍ରେ ରିଲିଜ୍ ହୋଇଛି। ଫିଲ୍ମରେ ମେଜର ସନ୍ଦୀପଙ୍କ ଭୂମିକାରେ ଅଭିନେତା ଅଦୀବୀ ଶେଷ ଅଭିନୟ କରିଛନ୍ତି। ଫିଲ୍ମକୁ ଦର୍ଶକେ ଖୁବ୍ ଭଲ ପାଇବା ଦେଉଛନ୍ତି। କିନ୍ତୁ ଓପନିଂ ବେଳେ ଯେମିତି ଭଲ ପାଇବା ମିଳିବ ବୋଲି ନିର୍ମାତା ଆଶା କରିଥିଲେ ସେମିତି ମିଳିପାରି ନାହିଁ। ଫିଲ୍ମ ରିଲିଜ୍ର ଦିନକ ପୂର୍ବରୁ ସହିଦ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ବାପା-ମା’ ମଧ୍ୟ ମେଜର ଦେଖିଛନ୍ତି ଓ ପୁଅକୁ ମନେ ପକାଇ ଇମୋସନାଲ ହୋଇପଡ଼ିଛନ୍ତି। ଦିବଂଗତ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ମା’-ବାପାଙ୍କ ପାଇଁ ଏହି ଫିଲ୍ମ ଦେଖିବା ଏକ ଗର୍ବର ମୁହୂର୍ତ୍ତ ଥିଲା। ପ୍ରକାଶ ଯେ ମେଜର ସନ୍ଦୀପଙ୍କ ବାପାଙ୍କ ନାଁ କେ.ଉନ୍ନୀକ୍ରିଷ୍ଣନ୍ ଓ ମା’ ହେଉଛନ୍ତି ଧନଲକ୍ଷ୍ମୀ।
ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ମେଜର ସନ୍ଦୀପ:
୨୦୦୮ ମସିହା ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର କାହାଣୀ ଉପରେ ‘ମେଜର’ ଫିଲ୍ମ ଆଧାରିତ। ଏହି ଫିଲ୍ମରେ ମେଜର ସନ୍ଦୀପଙ୍କ ବାହାଦୂରୀ ଓ ବଳିଦାନର ପ୍ରେରଣାଦାୟକ ଯାତ୍ରା ଦେଖିବାକୁ ମିଳିଛି। ଏହି ଫିଲ୍ମ ଦେଖିବା ପରେ ମେଜର ସନ୍ଦୀପ ଉନ୍ନୀକ୍ରିଷ୍ଣନ୍ଙ୍କ ବାପା-ମା’ ବି ବହୁତ ଖୁସି ହୋଇଛନ୍ତି। ମେଜର ଫିଲ୍ମକୁ ଦର୍ଶକ, ଉଦ୍ୟୋଗ ଓ ଆଲୋଚକମାନେ ବି ବେଶ୍ ପସନ୍ଦ କରିଛନ୍ତି।
#Review: “#Major not only honours #SandeepUnnikrishnan, the martyr, but also focuses on Sandeep– the person. It’s a film that will leave a lasting, heart wrenching impression on you”, writes @swati_chopra. #MajorTheFilm https://t.co/yUyN263YRm
— The Quint (@TheQuint) June 3, 2022
ମେଜର ଫିଲ୍ମର ପ୍ରଶଂସା କରିବା ଅବସରରେ ସ୍ୱର୍ଗତ ସନ୍ଦୀପଙ୍କ ବାପ କେ.ଉନ୍ନୀକ୍ରିଷ୍ଣନ୍ କହିଛନ୍ତି- ଆମେ ଯାହା ଦେଖିଛୁ ଓ ଅନୁଭବ କରିଛୁ, ଫିଲ୍ମରେ ତାହାକୁ ଅତି ନିଖୁଣ ଭାବେ ପ୍ରଦର୍ଶନ କରାଯାଇଛି। ଏହି ଫିଲ୍ମ ଆମର ସବୁ ଭ୍ରାନ୍ତ ଧାରଣାକୁ ଲିଭାଇ ଦେଇଛି। ଏହା ଅତି ସୁନ୍ଦର ଭାବେ ନିର୍ମିତ ଏକ ଫିଲ୍ମ। ମେଜରର ପୂରା ଟିମ୍କୁ ମୁଁ ହୃଦୟରୁ ଅଭିନନ୍ଦନ ଜଣାଉଛନ୍ତି। ସନ୍ଦୀପ ନିଜ ଶେଷ ନିଃଶ୍ୱାସ ଯାଏଁ ଦେଶ ପାଇଁ ଲଢ଼େଇ କରିଛି। ସେ ସାରା ବିଶ୍ୱର ଲୋକଙ୍କ ପାଇଁ ସବୁବେଳେ ପ୍ରେରଣାର ସ୍ରୋତ ହୋଇ ରହିବ। ଫିଲ୍ମର ଟିମ୍ ଆମ ଘରକୁ ଆସିଥିଲେ ଓ ସମସ୍ତ ଫଟୋର ନକଲ ନେଇଥିଲେ। କିନ୍ତୁ ସେମାନେ ଏହାକୁ ପରଦାରେ ଏତେ ସୁନ୍ଦର ଭାବେ ପ୍ରଦର୍ଶିତ କରିବେ ବୋଲି ମୁଁ ଚିନ୍ତା ବି କରି ନଥିଲି। ଏହି ଫିଲ୍ମ ଜରିଆରେ ସନ୍ଦୀପର ସମସ୍ତ ସ୍ମୃତି ପୁଣିଥରେ ତାଜା ହୋଇଯାଇଛି।
ସେ କହିଥିଲେ- ମୁଁ ମୋ କ୍ୟାରିୟର ହାଇଦ୍ରାବାଦରେ ଆରମ୍ଭ କରିଥିଲି ଓ ସନ୍ଦୀପ ଏଠାରେ ମୁତୟନ ହେବା ପରେ ମୁଁ ତା ସହ ରହୁଥିଲି। ମେଜରର ପୂରା ଟିମ୍ ଏତେ ସୁନ୍ଦର କାର୍ଯ୍ୟ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ମେଜର ସନ୍ଦୀପଙ୍କ ବାପା।
Also Read: ଦାଦନଙ୍କ ସଂଖ୍ୟା କମାଇଛି କୁକୁଡ଼ା ଚାଷ, ସରକାରୀ ସହାୟତାରେ ଘରେ ରହି ମୋଟା ଅଙ୍କର ରୋଜଗାର କରିପାରୁଛନ୍ତି କମ୍ ପାଠୁଆ