ଜୁନ୍ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ: ସମୀର ଦାସ
ଭୁବନେଶ୍ବର(କେନ୍ୟୁଜ୍): ଜୁନ୍ ଶେଷ ସପ୍ତାହରେ ବାହାରିବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ଖାତା ଦେଖା ପ୍ରକ୍ରିୟା ଶେଷ ହୋଇଛି। ଫଳ ପ୍ରକାଶ ପାଇଁ ବୋର୍ଡ ପ୍ରକ୍ରିୟା ଆରମ୍ଭ କରିଥିବା ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ଚାଲିଥିଲା । ୧୨ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।