ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ: ହାଇୱାର ସିକ୍ରେଟ୍ ଚାମ୍ବରରେ ହେଉଥିଲା ଚାଲାଣ, ଜଣେ ଗିରଫ
ଭୁବନେଶ୍ବର(କେନ୍ୟୁଜ୍):ହାଇୱାର ସିକ୍ରେଟ୍ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ। ରାଜଧାନୀରୁ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ। ଗଞ୍ଜେଇ ଜବତ ଘଟଣାରେ ଜଣଙ୍କୁ ଗିରଫ କଲା STF । ଗିରଫ ବ୍ୟକ୍ତି ଜଣକ ହେଲେ ରାଜେଶ ସିଂ।
ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ୱର ଏନ୍ଏଚ୍-୧୬ ତମାଣ୍ଡୋ କ୍ରସିଂ ନିକଟରେ ଗୁଇନ୍ଦା ସୂତ୍ରରୁ ତଥ୍ୟ ପାଇ କ୍ରାଇମ୍ବ୍ରାଞ୍ଚ STF ଚଢାଉ କରିଥିଲା । ହାଇୱାରେ କରାଯାଇଥିବା ସିକ୍ରେଟ୍ ଚାମ୍ବର ଭିତରୁ ବସ୍ତା ବସ୍ତା ଗଞ୍ଜେଇ ଜବତ ହୋଇଛି। ବିହାର ଓ ଝାଡ଼ଖଣ୍ଡକୁ ଚୋରା ଚାଲାଣ ହେଉଥିଲା।