ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ସରକାର ଜାରି କଲେ ନୁଆ ସୂଚନା, ଜାଣି ରଖନ୍ତୁ

ଯେକୌଣସି ଆଧାର କାର୍ଡ ଉଭୟ ଅଫଲାଇନ ଓ ଅନଲାଇନ ଅଥେଣ୍ଟିକେସନ ପାଇଁ ଯୋଗ୍ୟ ହୋଇଥାଏ। ଏବେ ସେମିତିରେ ବି ଏସବୁ କୁ ନେଇ ଫ୍ରଡ କେସ୍‌ ଅନେକ ବୃଦ୍ଧି ପାଉଛି। ତେଣୁ ଆପଣ ସବୁବେଳେ ନିଜ ଆଧାର କାର୍ଡ କୁ କିପରି ସୁରକ୍ଷିତ ରଖିବେ ଏହାସହ କିପରି ସହଜରେ ଭେରିଫାଏ କରିପାରିବେ ସେନେଇ ସରକାର ସୂଚନା ଦେଇଥାନ୍ତି। ଏବେ ମଧ୍ୟ ସରକାର ଆଧାର କାର୍ଡକୁ ନେଇ ପଣି ଥରେ ଚେତାବନୀ ଦେଇଛନ୍ତି।

ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ ନିକଟରେ ଆଧାର କାର୍ଡ ଧାରକଙ୍କ ପାଇଁ ନୂଆ ସୂଚନା ଦେଇଛନ୍ତି। ଏମିିତିରେ କାର୍ଡ ଧାରକଙ୍କୁ ନମ୍ବର ୟୁଜ ଓ ସେୟାର କରିବା ସମୟରେ କିଛି ଜିନଷକୁ ଧ୍ୟାନ ରଖନ୍ତୁ। UIDAI ଅନୁସାରେ ଆଧାର ସିଷ୍ଟମ ଏକ ଷ୍ଟ୍ରଙ୍ଗ ପ୍ରୋସେସରେ ତିଆରି କରାଯାଇଛି। ଏହା ଏକ ଜରୁରୀ ଡିଜିଟାଲ ଆଇଡେଣ୍ଟିଫିକେସନ ଡକ୍ୟୁମେଣ୍ଟ। ତେବେ ସରକାର ଏଥିପାଇଁ କିଛି ଜରୁରୀ ସତର୍କ ସୂଚନା ଜାରୀ କରାଇଛନ୍ତି। ଲିଷ୍ଟରେ ୮ଟି ସିକ୍ୟୁରିଟି ଟିପ୍ସ ରହିଛି।

ସରକାର ଏହାକୁ ପାଳନ କରିବା ପାଇଁ ସମସ୍ତ ଲୋକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଜାଣି ନିଅନ୍ତୁ ସେହି ନିୟମ ସମ୍ପର୍କରେ..

-ପ୍ରଥମେ ମନେ ରଖନ୍ତୁ ଯେ ନିଜ ଆଧାର କାର୍ଡ କେବଳ ଆଧିକାରିକ ୟୁଆଇଡିଏଆଇ ପୋର୍ଟାଲ https://eaadhaar.uidai.gov.in/genricDownloadAadhaar ରୁ ଡାଉନୋଲୋଡ କରନ୍ତୁ ।
-ଇ-ଆଧାର ଡାଉନଲୋଡ ପାଇଁ ଇଣ୍ଟରନେଟ ଦୋକାନ ସହ କୌଣସି ପବ୍ଲିକ ପିସି ତଥା ଲାପଟପ କୁ ବ୍ୟବହାର କରନ୍ତୁ ନାହିଁ। ଯଦି ଏମିତି କରୁଛନ୍ତି ତେବେ ଏହାକୁ ଡାଉନଲୋଡ କରିବା ପରେ ତୁରନ୍ତ ଡିଲେଟ କରିଦିଅନ୍ତୁ।

-ୟୁଆଇଡିଏଆଇ ଆଧାର କାର୍ଡ ଧାରକଙ୍କ ଆଧାର ବାୟୋମାଟ୍ରିକ୍ସକୁ ଲକ କରିବା ପାଇଁ ସୁବିଧା ଦେଇଥାଏ। ନିଜ ଆଧାରକୁ ଲକ କରିବା ପାଇଁ ଆପଣ ଏମଆଧାର ଆପ୍‌ କୁ ବ୍ୟବହାର କରିପାରିବେ। ଆପଣ https://resident.uidai.gov.in/aadhaar-lockunlock ଲିଙ୍କରେ ଆପଣ କନେକ୍ଟ କରାଇପାରିବେ।

ଏଥିପାଇଁ ଆପଣଙ୍କ ପାଖେ ଭିଆଇଡି , ୧୬ ଡିଜିଟ ନମ୍ବର ରହିବା ଜରୁରୀ। ଏହାକୁ ଆପଣ ଆଧାର ନମ୍ବର ସହ ଯାଞ୍ଚ କରାଯିବ। ନିଜର ଆଧାର ଅଥେଣ୍ଟିକେସନ ହିଷ୍ଟ୍ରିକୁ ସମୟ ସମୟରେ ଚେକ କରନ୍ତୁ। ଯଦି ଆପଣଙ୍କୁ କିଛି ଭୁଲ ଲାଗେ ତେବେ ଏହାସମ୍ପର୍କରେ ୧୯୪୭ କିମ୍ବା [email protected] ରେ ଦିଅନ୍ତୁ। ନିଜ ପାସଓ୍ଵାର୍ଡକୁ କାହା ସହ ସେୟାର କରନ୍ତୁ ନାହିଁ। ଏହାବ୍ୟତିତ ଆପଣ Masked adhaar ର ଉପଯୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.