ଛୋଟ ପରଦାକୁ ଅଲବିଦା କହିଲେ ଦୀପିକା, ବଡ଼ ପରଦାରେ ରଖିବେ ପାଦ

ଟିଭି ସିରିଏଲ “ଦିୟା ଔର ବାତି ହମ” ରୁ ଘରେ ଘରେ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଦୀପିକା ସିଂହ ଖୁବ ଶୀଘ୍ର ବଡ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଜଣେ ସଂସ୍କରୀ ବୋହୁ ତଥା ମଜବୁତ ଦକ୍ଷ ମହିଳାଙ୍କ ଇମେଜ ରଖୁଥିବା ଦୀପିକା ନିଜ ପ୍ରଥମ ଫିଲ୍ମକୁ ନେଇ ଖୁବ ଏକ୍ସଟାଇଟେଡ଼ ଅଛନ୍ତି । ନିଜ ପ୍ରଥମ ଫିଲ୍ମ “ଟିଟୁ ଅମ୍ବାନୀ” ରେ ଦୀପିକା ଯେଉଁ ଭୂମିକା ନିଭେଇଛନ୍ତି ଯେଉଁଥିରେ ଜଣେ ଝିଅ ନିଜ ଜୀବନକୁ ନିଜ ହିସାବରେ ବଂଚିବାକୁ ଚେଷ୍ଟା କରୁଛି । ନିଜ ପାଇଁ ଏକ ନୂଆ ନିୟମ ତିଆରି ବନେଇ ନେଇଛି ଏହି ଝିଅଟି । ଦୀପିକା କହିଛନ୍ତିଯେ, “ମୌସମୀଙ୍କୁ ଏମିତି ଲାଗୁଛି ଟିଟୁ ଓ ସେ ପରସ୍ପର ପାଇଁ ହିଁ ଗଢ଼ା ହୋଇଛନ୍ତି | କିନ୍ତୁ ଟିଟୁଙ୍କ ତତକ୍ଷଣାତ ନିଷ୍ପତ୍ତି ଦୁହିଁଙ୍କ ଭିତରେ ଫାଟ ସୃଷ୍ଟି କରୁଛି । ଆଉ ଏହି ସମୟରେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି ।

ଦୀପିକା ଫିଲ୍ମରେ ନିଜ ଚରିତ୍ର ବିଷୟରେ କହିଛନ୍ତିକି, “ମୌସମୀ ଚରିତ୍ର ମୋର ଖୁବ ପ୍ରିୟ । ସେ ନିଜ ଜୀବନରେ ନିଜ ପାଇଁ ନୂଆ ନିୟମ ବାନେଇଛି । ଆଉ ନିଜ ସିଦ୍ଧାନ୍ତ ସହିତ କେବେ ବି ସାଲିସ କରିବାକୁ ଚାହୁଁନାହାନ୍ତି । କହିବାକୁ ଗଲେ ଏହା ହେଉଛି ଏକ ମଧ୍ୟବିତ୍ତ ପରିବାରର ପ୍ରେମ କାହାଣୀ । ଏଥିରେ ଦୀପିକାଙ୍କ ବିପକ୍ଷରେ ନଜର ଆସିବେ ୱେବ ସିରିଜରୁ ନାଁ କମେଇଥିବା ଲୋକପ୍ରିୟ ଅଭିନେତା ତୁଷାର ପାଣ୍ଡେ । ଆଉ ଏଥିରେ ଅନ୍ୟ ସବୁ ପ୍ରମୁଖ ଭୂମିକାରେ ରଘୁବୀର ଯାଦବ, ସପନା ସେଣ୍ଡ, ବୀରେନ୍ଦ୍ର ସାକ୍ସେନା, ସମତା ସାଗରଙ୍କ ସମେତ ବ୍ରୁଜେନ୍ଦ୍ର କାଲା ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ଗୋୟଲ । ରୋହିତ ହେଉଛନ୍ତି ଦୀପିକାଙ୍କ ସ୍ୱାମୀ । “ଦିଆ ଔର ବାତି” ସୁଟିଙ୍ଗ ସମୟରେ ଦୁହେଁ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ । ବର୍ତ୍ତମାନ ସମୟରେ ଦିଲ୍ଲୀରେ ରହୁଥିବା ଦୀପିକା ପଞ୍ଜାବ ରାଜପରିବାରର । ସେ ପଞ୍ଜାବ ଟେକ୍ନିକାଲ ବିଶ୍ୱବିଦ୍ୟାଳୟରୁ ଏମ୍ବିଏରେ ଡିଗ୍ରୀ ହାସଲ କରିଛନ୍ତି ।