ଦେଶ ବିଦେଶ

ହରିୟାଣା ହିଂସା :ପ୍ରମାଣ ନଷ୍ଟ ପାଇଁ ସାଇବର କ୍ରାଇମ ଷ୍ଟେସନ ଉପରେ ଆକ୍ରମଣ, ୮ ଅଗଷ୍ଟ ଯାଏଁ ଇଣ୍ଟରନେଟ ବନ୍ଦ

ହରିୟାଣା ନୁହ ହିଂସାରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି । ମାମଲାର ଗମ୍ଭୀରତା ଦେଖି ହରିୟାଣା ସରକାର ନୁହରେ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରଖିଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ସାଇବର କ୍ରାଇମ ଷ୍ଟେସନ ଉପରେ ଆକ୍ରମଣ କରାଯାଇଥିଲା । ସରକାରଙ୍କ ଆଦେଶ ଅନୁଯାୟୀ, ନୁହରେ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସର୍ଭିସ ବନ୍ଦ ରହିବ । ଏହି ମାମଲାରେ ଏପର୍ଯ୍ୟନ୍ତ ୧୦୪ଟି ଏଫଆଇଆର ଏବଂ ୨୧୬ ଜଣଙ୍କୁ ଗିରଫ କରାଯାଇଛି ।

ହରିୟାଣା ନୁହ ପରେ ହିଂସା ଗୁରୁଗ୍ରାମ, ସୋହନା, ମାନେସର, ଦିଲ୍ଲୀ ଇତ୍ୟାଦି ଅଞ୍ଚଳକୁ ବ୍ୟାପିଥିଲା । ତେଣୁ ପ୍ରଥମେ ୨ ଅଗଷ୍ଟ, ୬ ଅଗଷ୍ଟ ଆଉ ଏବେ ୮ ଅଗଷ୍ଟ ପର୍ଯ୍ୟନ୍ତ ଇଣ୍ଟରନେଟ ବନ୍ଦ ରହିଛି । ହରିୟାଣା ଗୃହ ମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଜିଲ୍ଲାରେ ଧାର୍ମିକ ଶୋଭାଯାତ୍ରାରେ ଏପର୍ଯ୍ୟନ୍ତ ୨୧୬ ଜଣକୁ ଗିରଫ କରାଯାଇଛି । ଏଥିମଧ୍ୟରୁ ୮୦ ଜଣଙ୍କୁ ଜେଲରେ ରଖାଯାଇଛି । ୧୦୪ଟି ଏଫଆଇଆର ଦାଏର ହୋଇଛି ।

ଯେଉଁ ହୋଟେଲ ଉପରୁ ପଥରବାଜୀ ହେଉଥିଲା, ତାହା ଉପରେ ବୁଲଡୋଜର ଚଲାଯାଇଛି । ଅବୈଧ ନିର୍ମାଣ ହୋଇଥିବା ୨.୬ ଏକର ଜମିର ଘର ଉପରେ ବୁଲଡୋଜର ଚଲାଯାଇଛି ।

ସୂଚନାଯୋଗ୍ୟ, ବ୍ରିଜମଣ୍ଡଳ ଯାତ୍ରା ବେଳେ ଏଠାରେ ଏକ ଗୋଷ୍ଠୀ ପକ୍ଷରୁ ପଥରମାଡ଼ ହୋଇଥିଲା, ଯାହା ପରେ ହିଂସା ଆରମ୍ଭ ହୋଇଥିଲା। ଏହି ହିଂସାରେ ୨୦ ଜଣ ଆହତ ହୋଇଥିଲେ। ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇଯାଇଥିବା ବେଳେ ଲୋକେ ଏକାଧିକ ଯାନବାହାନରେ ନିଆଁ ଲଗାଇ ଦେଇଥିଲେ। ଥାନା ଏବଂ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଇବା ସହିତ ଭଙ୍ଗାରୁଜା କରିଥିଲେ। ଏହି ବ୍ରିଜମଣ୍ଡଳ ଯାତ୍ରା ଗୁରୁଗ୍ରାମରୁ ଆରମ୍ଭ ହୋଇ ନୁହ ଯାଉଥିଲା।

ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଥିଲେ। ଯାତ୍ରା ନୁହର ନଲହଡ଼ ମନ୍ଦିରରେ ପହଞ୍ଚିବା ପରେ ସେଠାରୁ ଫିରୋଜପୁର ଝିରକାର ଝିର୍‌ ମନ୍ଦିର ଯାଉଥିଲା। ହେଲେ ସେହି ସମୟରେ ଏକ ଗୋଷ୍ଠୀ ପେଟ୍ରୋଲ ବୋମା ଫିଙ୍ଗିବା ସହ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ୮୩ ଟି ଏଫଏଆଇଆର ପଞ୍ଜିକରଣ ହୋଇଛି ବୋଲି ନୁହର ଏସପି କହିଛନ୍ତି । ଏହି ମାମଲାରେ ଏପର୍ଯ୍ୟନ୍ତ ୧୦୪ଟି ଏଫଆଇଆର ଏବଂ ୨୧୬ ଜଣଙ୍କୁ ଗିରଫ କରାଯାଇଛି ।

Swagatika

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

31 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

58 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago