ରାଜ୍ୟ

ରାୟଗଡ଼ା ପୋଲିସ ଅଢେଇ ବର୍ଷରେ ଆଦାୟ କରିଛି ୯ କୋଟି ୮ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଜରିମାନା, ୩୧ ମାତାଲ ଡ୍ରାଇଭର ଧରା ପଡିଛନ୍ତି

ରାୟଗଡ଼ା(କେନ୍ୟୁଜ୍):ଅକ୍ସନ୍ ମୁଡରେ ରାୟଗଡ ଜିଲ୍ଲା ପୋଲିସ । ମାତାଲ ଅବସ୍ଥାରେ ଗାଡି ଚଳାଇବା ଘଟଣାରେ ଜିଲ୍ଳାରୁ ୩୧ ଧରା ପଡିବା ସହ  ୩୧ଗାଡି ଜବତ କରାଯାଇଛି। ଏହି ସବୁ ମାମଲାରେ ଅଢେଇ ବର୍ଷରେ ଜୋରିମାନା ଆଦାୟ ହୋଇଛି ୯ କୋଟି ୮ଲକ୍ଷ ୨୫ହଜାର ୩୫୨ଟଙ୍କା। ସଡକ ଦୁର୍ଘଟଣା ଜନୀତ ମୃତ୍ୟୁ ହେଉ କିମ୍ବା ସଡକ ଦୁର୍ଘଟଣା ଭଳି ସଂଖ୍ୟାକୁ ହ୍ରାସ କରିବା ପାଇଁ ପୋଲିସ ପ୍ରଶାସନ ତତ୍ପରତା ପ୍ରକାଶ କରିଛି।

ପରିବହନ ବିଭାଗ ପକ୍ଷରୁ ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯିବା ହେଉ କିମ୍ବା ଗାଡି ଚାଳକଙ୍କ ଠାରୁ ଜୋରିମାନା ଆଦାୟ ହେଉ ତଥାପି ଅମାନିଆ ଗାଡି ଚାଳକମାନେ ନିୟମକୁ ଗୁରୁତ୍ୱ ସହ ନେଉ ନ ଥିବାରୁ ରାୟଗଡା ଜିଲ୍ଳାରେ ଏବେ ବି ସଡକ ଦୁର୍ଘଟଣାରେ ଅକାଳରେ ଜୀବନ ଚାଲି ଯାଉଛି ।

ଆଉ ଅନେକ ସଡକ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ମଦ୍ୟପାନ କରି ମାତାଲ ହୋଇ ଗାଡି ଚଳେଇବା । ତେଣୁ ମଦ୍ୟପାନ କରି ମାତାଲ ହୋଇ ଗାଡି ଚଳେଇବା ଓ ଟ୍ରାଫିକ୍ ନିୟମ ଉଲଂଘନ କରି ଗାଡି ଚଳେଇବା ଏବେ ଚାଳକ ମାନଙ୍କ ପାଇଁ ମହଙ୍ଗା ପଡିପାରେ । ମାତାଲ ଅବସ୍ଥାରେ ଗାଡି ଚଳେଇବା ବେଳେ ଯେ କେହି ବି ପୋଲିସ ହାତରେ ଧରାପଡିଲେ ଆଉ ଥାନାରେ ନୁହେଁ ସିଧା ଅଦାଲତରେ ତାଙ୍କର ବିଚାର କରାଯିବ ବୋଲି ଆଜି ଜିଲ୍ଳା ପୋଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ।

ଗତକାଲି ଅଗଷ୍ଟ ୪ ତାରିଖରେ ରାୟଗଡା ଜିଲ୍ଳାର ୧୦ଟି ଥାନା ଅଂଳଚରୁ ୨୭ଟି ଏବଂ ଆଂଚଳିକ ପରିବହନ ବିଭାଗ ପକ୍ଷରୁ ୪ଟି ଡ୍ରଙ୍କେନ ଡ୍ରାଇଭିଂ ମାମଲା ସମୁଦାୟ ୩୧ଟି ମାମଲା ରୁଜୁ କରାଯାଇଥିଲା | ୩୧ଜଣ ମଦପ୍ୟ ଗାଡି ଚାଳକ ଧରା ପଡ଼ିଥିବା ବେଳେ ୩୧ଟି ଗାଡି ଜବତ କରାଯାଇଥିବା ନେଇ ଏସ.ପି. ଶ୍ରୀ ଶର୍ମା ସୂଚନା ପ୍ରକାଶ କରିଛନ୍ତି । ଜବତ ଗାଡି ମାନଙ୍କ ମଧ୍ୟରେ ୨୬ଟି ମୋଟର ବାଇକ,୨ଟି ଟ୍ରକ,୨ଟି ପିକ୍ଅପ୍ ଭ୍ୟାନ ଏବଂ ଗୋଟିଏ କାର ଜବତ ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ।

ସେହିପରି ଗତ ୨୦୨୧ ମସିହାରୁ ୨୦୨୩ ଜୁନ୍ ମାସ ପର୍ଯ୍ୟନ୍ତ ଅଢେଇ ବର୍ଷ ମଧ୍ୟରେ ଜୋରିମାନା ବାବଦକୁ ୯କୋଟି ୮ଲକ୍ଷ ୨୫ହଜାର ୩୫୨ଟଙ୍କା ଆଦାୟ ହୋଇଥିବା ବେଳେ ୨୨୬୭ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ୮୯,୧୧୨ଜଣଙ୍କ ବିରୋଧରେ ଭିସିଆର ନୋଟିସ ପଠାଯାଇଛି । ସେହିପରି ଚଳିତ ବର୍ଷ ଜୁନ ମାସ ସୁଦ୍ଧା ସଡକ ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣାଜନୀତ ମୃତ୍ୟୁ ରିପୋର୍ଟ ୧୩୯ଜଣଙ୍କ ରହିଥିବା ବେଳେ ସଡକ ଦୁର୍ଘଟଣାରେ ୫୩ଜଣ ଗୁରୁତର ସହ ୨୬ଜଣ ସାମାନ୍ୟ ଆହାତ ହୋଇଥିବା ବେଳେ ଜଣେ ଆହାତ ହୋଇ ନ ଥିବା ଏବଂ ୫୯ଜଣଙ୍କ ଆକସ୍ମିକ ଦୁର୍ଘଟଣାଜନୀତ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଗତ ୨୦୨୨ ମସିହାରେ ସଡକ ଦୁର୍ଘଟଣା ଓ ଆକସ୍ମିକ ଦୁର୍ଘଟଣାଜନୀତ ମାମଲା ସମୁଦାୟ ୨୬୨ଟି ହୋଇଥିବା ବେଳେ ୨୦୨୧ମସିହାରେ ୩୦୪ଟି ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି । ଚଳିତ ବର୍ଷର ଜୁନ ମାସ ସୁଦ୍ଧା ୨୫୯୮୩ ଜଣଙ୍କୁ ଭିସିଆର ପଠାଯାଇଥିବା ବେଳେ ୪୦୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଛି ଏବଂ ଜୋରିମାନା ବାବଦକୁ ୨ କୋଟି ୯୫ଲକ୍ଷ ୪୪ହଜାର ୨୭୫ ଟଙ୍କା ଆଦାୟ ହୋଇଥିବା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିବା ବେଳେ ୨୦୨୨ ମସିହାରେ ଜୋରିମାନା ବାବଦକୁ ୨ କୋଟି ୬୪ ଲକ୍ଷ ୮୪ ହଜାର ୨୨୭ ଟଙ୍କା ଆଦାୟ ହୋଇଥିବା ବେଳେ ୨୬୫୮୦ଜଣଙ୍କୁ ଭିସିଆର ପଠାଯାଇ ୧୩୧୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା ।

ସେହିପରି ୨୦୨୧ ମସିହାରେ ୩୬୫୪୯ ଜଣଙ୍କୁ ଭିସିଆର ପଠାଯାଇଥିବା ବେଳେ ୫୪୭ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ସ୍ଥଗିତ ରଖାଯାଇଥିଲା ଏବଂ ଜୋରିମାନା ବାବଦକୁ ୩କୋଟି ୪୭ ଲକ୍ଷ ୯୬ ହଜାର ୮୫୦ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବିବେକାନନ୍ଦ ଶର୍ମା ପ୍ରକାଶ କରିଛନ୍ତି ।

Sasmita

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

9 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

20 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

48 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 hours ago