ଦେଶ ବିଦେଶ

ଓବେରୟ ଗ୍ରୁପର ଚେୟାରମ୍ୟାନ ପୃଥ୍ଵୀରାଜ ସିଂ ଓବେରୟଙ୍କ ପରଲୋକ, ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ଥିଲା ଅତୁଳନୀୟ ଯୋଗଦାନ

ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ବଡ ଯୋଗଦାନ ଦେଇଥିବା ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟଙ୍କ ପରଲୋକ । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲଟି ଓ ହୋଟେଲ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷତ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କାପସହେଡା ସ୍ଥିତ ଭଗବତୀ ଓବେରୟ ଚାରିଟିବଲ୍‌ ଟ୍ରଷ୍ଟରେ ହେବ ।

ପିଆରଏସ୍‌ ଓବେରୟ ଭାରତୀୟ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀର ଆତିଥ୍ୟ ଏବଂ ପର୍ଯ୍ୟଟକୁ ପରିବର୍ତ୍ତନ କରିବାରେ ଓବେରୟ ଗ୍ରୁପର ପ୍ରମୁଖ ଭୂମିକା ରହିଥିଲା । ଶ୍ରୀ ଓବେରୟ ବ୍ରିଟେନ ଓ ସ୍ୱିଜରଲାଣ୍ଡକୁ ଶିକ୍ଷା ଲାଭ କରିଥିଲେ । ୧୯୨୯ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ପିଆରଏସ ଓବେରୟ ।

ଶ୍ରୀ ଓବେରୟ ଗତ ୨୦୨୨ ମସିହାରେ ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଇଆଇଏଚ ଆସୋସିଏଟେଡ୍ ହୋଟେଲ୍ସ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଥିଲେ । ୧୯୬୭ ମସିହାରେ ନୂଆଦିଲ୍ଲୀରେ ସେ ‘ଓବେରୟ ସେଣ୍ଟର ଅଫ୍ ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ’ ସ୍ଥାପନ କରିଥିଲେ ।

ଦେଶକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡା ତାଙ୍କୁ ଇଣ୍ଟରନ୍ୟାସନାଲ ଲକଜ୍ୟୁରୀ ଟ୍ରାଭେଲ କାର୍ମେଟରେ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ, ଫୋବର୍ସ ଇଣ୍ଡିଆ ଲିଡରସିପ ଆଓ୍ଵାର୍ଡ ମିଳିଥିଲା ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago