ଓବେରୟ ଗ୍ରୁପର ଚେୟାରମ୍ୟାନ ପୃଥ୍ଵୀରାଜ ସିଂ ଓବେରୟଙ୍କ ପରଲୋକ, ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ଥିଲା ଅତୁଳନୀୟ ଯୋଗଦାନ
ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟଙ୍କ ପରଲୋକ । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲଟି ଓ ହୋଟେଲ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

ଭାରତୀୟ ହୋଟେଲ ଇଣ୍ଡଷ୍ଟ୍ରୀରେ ବଡ ଯୋଗଦାନ ଦେଇଥିବା ଓବେରୟ ଗ୍ରୁପ ହୋଟେଲର ଅଧ୍ୟକ୍ଷ ପୃଥ୍ୱୀ ରାଜ ସିଂହ ଓବେରୟଙ୍କ ପରଲୋକ । ୯୪ ବର୍ଷ ବୟସରେ ଓବେରୟ ଗ୍ରୁପର କାର୍ଯ୍ୟକାରୀ ଅଧ୍ୟକ୍ଷ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଶ୍ରୀ ଓବେରୟଙ୍କ ବିୟୋଗ ଭାରତୀୟ ହସ୍ପିଟାଲଟି ଓ ହୋଟେଲ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷତ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କର ଅନ୍ତିମ ସଂସ୍କାର ଆଜି ସନ୍ଧ୍ୟାରେ କାପସହେଡା ସ୍ଥିତ ଭଗବତୀ ଓବେରୟ ଚାରିଟିବଲ୍ ଟ୍ରଷ୍ଟରେ ହେବ ।
ପିଆରଏସ୍ ଓବେରୟ ଭାରତୀୟ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀର ଆତିଥ୍ୟ ଏବଂ ପର୍ଯ୍ୟଟକୁ ପରିବର୍ତ୍ତନ କରିବାରେ ଓବେରୟ ଗ୍ରୁପର ପ୍ରମୁଖ ଭୂମିକା ରହିଥିଲା । ଶ୍ରୀ ଓବେରୟ ବ୍ରିଟେନ ଓ ସ୍ୱିଜରଲାଣ୍ଡକୁ ଶିକ୍ଷା ଲାଭ କରିଥିଲେ । ୧୯୨୯ରେ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିଲେ ପିଆରଏସ ଓବେରୟ ।
Saddened by the demise of Padma Vibhushan PRS Oberoi, Chairman of the Oberoi group, and the hospitality tycoon of India.
He was trained in Darjeeling and his achievements have been inextricably linked to West Bengal. We shall all feel the irreparable loss.
Condolences to the…
— Mamata Banerjee (@MamataOfficial) November 14, 2023
ଶ୍ରୀ ଓବେରୟ ଗତ ୨୦୨୨ ମସିହାରେ ଇଆଇଏଚ ଲିମିଟେଡର କାର୍ଯ୍ୟକାରୀ ଅଧ୍ୟକ୍ଷ ଓ ଇଆଇଏଚ ଆସୋସିଏଟେଡ୍ ହୋଟେଲ୍ସ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଇଥିଲେ । ୧୯୬୭ ମସିହାରେ ନୂଆଦିଲ୍ଲୀରେ ସେ ‘ଓବେରୟ ସେଣ୍ଟର ଅଫ୍ ଲର୍ଣ୍ଣିଂ ଆଣ୍ଡ ଡେଭଲପମେଣ୍ଟ’ ସ୍ଥାପନ କରିଥିଲେ ।
ଦେଶକୁ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ୨୦୦୮ରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାଛଡା ତାଙ୍କୁ ଇଣ୍ଟରନ୍ୟାସନାଲ ଲକଜ୍ୟୁରୀ ଟ୍ରାଭେଲ କାର୍ମେଟରେ ଲାଇଫଟାଇମ ଆଚିଭମେଣ୍ଟ ଆଓ୍ଵାର୍ଡ, ଫୋବର୍ସ ଇଣ୍ଡିଆ ଲିଡରସିପ ଆଓ୍ଵାର୍ଡ ମିଳିଥିଲା ।