ଟ୍ରେନରେ ପଶିବାକୁ ଉଦ୍ୟମ, ଭିତରକୁ ଯିବାପାଇଁ ଗେଟରେ ଓହଳି ପଡିଲେ
କିଛି ଲୋକ ଦୀପାବଳିରେ ଘରକୁ ଆସିବା ପାଇଁ ଟିକେଟ୍ ବୁକ୍ କରିଥିଲେ । କିନ୍ତୁ ଷ୍ଟେସନରେ ପହଁଚିବା ବେଳକୁ ଟ୍ରେନ୍ ଭିତରକୁ ପଶିବାକୁ ବି ଯାଗା ନଥିଲା । ଲୋକମାନେ ଉପରେ ଉପରେ ବସି ଯାତ୍ରା କରୁଥିଲେ ।

ଦୀପାବଳୀକୁ ବହୁତ ଧୂମଧାମରେ ପାଳନ କରିଛନ୍ତି ଲୋକେ । ଆଉ ଉତ୍ସବ ସରିବା ପରେ ଲୋକମାନେ ଏବେ ନିଜ କାମରେ ଯୋଗ ଦେବାକୁ ବାହାରି ପଡିଛନ୍ତି । ରେଳ ଷ୍ଟେସନରେ ଯେମିତି ଯାତ୍ରୀଙ୍କ ଭିଡ ଲାଗିଥିଲା ଯାହାକୁ ଦେଖି ଆପଣ କହିବେ ଏ ଷ୍ଟେସନ ନୁହେଁ ତ କୋଉ ମେଳା ବୋଧେ । ଠିକ ସେମିତି ହିଁ ଚିତ୍ର ଦେଖିବାକୁ ମିଳିଥିଲା ରେଳ ଷ୍ଟେସନରେ । ଆଉ ଭିଡରେ କାହାକୁ ଜାଗା ଟିକେ ମିଳିଗଲେ ବହୁତ ବଡ କଥା । ଆଉ ଯାହାକୁ ନ ମିଳୁଥିଲା ତାଙ୍କ ବେଳ ଖରାପ । କିଛି ଲୋକ ତ ପେଲି ଠେଲି ଲୋକଙ୍କ ଉପରେ ଚଢ଼ି ଟ୍ରେନ ଭିତରକୁ ପଶୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହାର ଚିତ୍ର ଏବଂ ଭିଡିଓ ଖୁବ୍ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଯାହାକୁ ଦେଖି ଭାରତୀୟ ରେଳର ସ୍ଥିତିକୁ ନେଇ ଚିନ୍ତା କରୁଛନ୍ତି ଲୋକେ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା କଣ ଜାଣିଛନ୍ତି । କିଛି ଲୋକ ଦୀପାବଳିରେ ଘରକୁ ଆସିବା ପାଇଁ ଟିକେଟ୍ ବୁକ୍ କରିଥିଲେ । କିନ୍ତୁ ଷ୍ଟେସନରେ ପହଁଚିବା ବେଳକୁ ଟ୍ରେନ୍ ଭିତରକୁ ପଶିବାକୁ ବି ଯାଗା ନଥିଲା । ଲୋକମାନେ ଉପରେ ଉପରେ ବସି ଯାତ୍ରା କରୁଥିଲେ । ଏବେ ଭାରତୀୟ ରେଳକୁ ଟଙ୍କା ଫେରସ୍ଥ କରିବାକୁ ଦାବି କରିଛନ୍ତି ଯାତ୍ରୀ । ବାସ୍ତବରେ ଦୀପାବଳି ଓ୍ଵିକେଣ୍ଡରେ ଯାତ୍ରୀଙ୍କ ଭିଡ ପାଇଁ ଭାରତୀୟ ରେଳକୁ ବହୁତ ବଡ ସମସ୍ୟାର ସାମ୍ନା କରିବାକୁ ପଡିଛି । ଆଉ ଏହାରି ଭିତରେ ଦେଖିବାକୁ ମିିିଳିଛି ଏଭଳି ଏକ ଚିତ୍ର ।
ଯେଉଁଥିରେ ଜଣେ ବ୍ୟକ୍ତି ଏକଦମ୍ ଖଚାଖଚ ଯାତ୍ରୀଙ୍କ ଭିତରେ ଚଢ଼ି ଟ୍ରେନ୍ ଭିତରକୁ ପଶିବାକୁ ଚେଷ୍ଟା କରୁଛନ୍ତି । ବ୍ୟକ୍ତି ଜଣଙ୍କ ଟ୍ରେନ୍ ଭିତରକୁ ଯିବାପାଇଁ ଟ୍ରେନର ଗେଟରେ ଓହଳି ପଡିଛନ୍ତି । ଟ୍ରେନ୍ ଗେଟ୍ ପାଖରେ ପ୍ରାୟ ଦଶ ପନ୍ଦର ଜଣ ଲୋକ ଭିଡ ଜମାଇଛନ୍ତି । ଆଉ ଏହାରି ଭିତରେ ଏ ବ୍ୟକ୍ତି ଜଣଙ୍କ ଏମିତି ବୁଦ୍ଧି ଖଟାଇ ଯାଉଛନ୍ତି ଯେ ଯାହା ଏବେ ଖୁବ୍ ଭାଇରାଲ ହେଉଛି ।
ଭିତରକୁ ପଶିବା ପାଇଁ ଲୋକଙ୍କ ଉପରେ ଗୋଡ ବି ବଜାଇ ପଳାଇଛନ୍ତି ଏ ବ୍ୟକ୍ତି । ଆପଣ ଭାବୁଥିବେ ବ୍ୟକ୍ତି ବୋଧହୁଏ ପେଲି ଠେଲି ଚଢ଼ିଚାଢ଼ି ହୋଇ ଭିତରକୁ ପଳାଇଲେ । କିନ୍ତୁ ଏତେ ଚେଷ୍ଟା ପରେ ବି ବ୍ୟକ୍ତି ଜଣଙ୍କ ହାର ମାନିଗଲେ ।ତେବେ ଭାଇରାଲ ହେଉଥିବା ଏ ଭିଡିଓକୁ ରିତେଶ ସିଂହ ନାମକ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି ।