Below header

ଜାଣନ୍ତୁ କାହିଁକି ମହାପ୍ରଭୁଙ୍କ ମହାପ୍ରସାଦରେ ପଡ଼େନି ଆଳୁ

ଶ୍ରୀକ୍ଷେତ୍ରରେ ପ୍ରତିଦିନ ମହା ପ୍ରଭୁଙ୍କୁ ନିମନ୍ତେ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କର।ଯାଏ । ହେଲେ ଆଶ୍ଚର‌୍ୟ୍ୟର କଥା ଏୟା ଯେ ସେଠାରେ ପ୍ରସ୍ତୁତ ହେଉଥିବା ୫୬ ପ୍ରକାର ମହାପ୍ରସାଦରେ ଆଳୁ ବ୍ୟବହାର କରାଯାଏ ନାହିଁ । ଏହାର ବି ଏକ ବିଶେଷ କାରଣ ରହିଛି ।

ଜଗତର ନାଥ ଜଗନ୍ନାଥ । ପ୍ରତ୍ୟେକ ଓଡିଆଙ୍କର ଆରାଧ୍ୟ ଦେବତା ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଯାହା ପାଇଁ ପ୍ରତେକ ଦିନ ଲକ୍ଷ୍ୟାଧିକ ଭକ୍ତଙ୍କର ଭିଡ ଜମୁଛି ଶୀକ୍ଷେତ୍ର ଧାମରେ । ଯେଉଁ ମହାପ୍ରସାଦ ଟିକେ ପାଇଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରେ। ତେବେ ଏହି ମହାପ୍ରସାଦ ପ୍ରସ୍ତୁତିରେ କିଛି ରହିଛି ବିଶେଷ ନିୟମ ଆସନ୍ତୁ ଜାଣିବା ।

ଶ୍ରୀକ୍ଷେତ୍ରରେ ପ୍ରତିଦିନ ମହା ପ୍ରଭୁଙ୍କୁ ନିମନ୍ତେ ୫୬ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କର।ଯାଏ । ହେଲେ ଆଶ୍ଚର‌୍ୟ୍ୟର କଥା ଏୟା ଯେ ସେଠାରେ ପ୍ରସ୍ତୁତ ହେଉଥିବା ୫୬ ପ୍ରକାର ମହାପ୍ରସାଦରେ ଆଳୁ ବ୍ୟବହାର କରାଯାଏ ନାହିଁ । ଏହାର ବି ଏକ ବିଶେଷ କାରଣ ରହିଛି । ଆଳୁ ଏକ ବିଦେଶୀ ପରିବା। ମହାପ୍ରସାଦ କେବଳ ଭାରତୀୟ ପନିପରିବାରେ ପ୍ରସ୍ତୁତ କରାଯାଏ । ଏହା ଛଡା ମହାପ୍ରସାଦରେ ଟମାଟୋ, ପିଆଜ,ଲାଲ୍ ଲଙ୍କା ,ରସୁଣ ଆଦି ବ୍ୟବହାର କରାଯାଏ ନାହିଁ । ତେବେ ମହାପ୍ରଭୁଙ୍କ ପାଖରେ ଲାଗି ହେଉଥିବା ୫୬ ପ୍ରକାର ଭୋଗ ହେଉଛି ସାଧା ଅନ୍ନ, ଦହି ପଖାଳ, କାନିକା, ଥାଳି ଖିଚୁଡି, ଅଦା ପଖାଳ, ଘିଅ ଅନ୍ନ, ମିଠା ପଖାଳ, ଖେଚୁଡି, ଖଜା, ଗଜା, ଲଡୁ,ଜିରାଲଡୁ, ମଗଜ ଲଡୁ, ମଠା ପୁଳି,ଖୁରୂମା, ଜଗନ୍ନାଥ ବଲ୍ଲଭ, କାକରା, ଲୁଣି ଖୁରୂମା, ମରିଚ ଲଡୁ ସୁଆର ପିଠା, ଛଡାଇ, ଝିଲ୍ଲି, କାନ୍ତି, ମଣ୍ଡା, ଅମାଲୁ, ପୁରି,ଲୁଚି,ଦହବରା,ବରା,ଆରିସା, ରୋସପାଇକ,ଖିରୀ, ପୁଡି,ଖୁଆ,ରସାବଳି, ତାଡିଆ,ଛେନାଖଇ, ମହୁର,ପୋଟଳ ରସା, ବାୁଡି ଖଜା, ଖୁଆ ମଣ୍ଡା, ସରପୁଳି,ବିରିଡାଲି, ଚଣା ଡାଲି, ମିଠା ଡାଲି, ମୁଗ ଡାଲି, ଡାଲମା, ରାଇତା, ବେସର, ଶାଗ, ବାଇଗଣି, ଏବଂ ଖଟା ଭଳି ଆହୁରି ଅନେକ ଜିନିଷ ଭୋଗ ଲାଗି ହୋଇଥାଏ।

ଯେଉଁଠାରେ ଏହି ମହାପ୍ରସାଦ ପ୍ରସ୍ତୁତ କରାଯାଏ ତାକୁ ରୋଷଘର ବୋଲି କୁହ।ଯାଏ । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ରୋଷଘରେ ୨୫୬ ଚୁଲି ଲଗାଯାଇଥାଏ । ଏହାକୁ ପୃଥିଵୀର ସବୋର୍ଚ୍ଚ ରୋଷଘର ବୋଲି କୁହ।ଯାଏ । ଏଠାରେ ପ୍ରାୟ ୧୦ ହଜାର ଲୋକଙ୍କ ପାଇଁ ୪୫ ମିନିଟରେ ଖାଦ୍ୟ ପ୍ରସ୍ତୁତ କର।ଯାଏ । ଶୁଣ।ଯାଏ ଯେ ମହାପ୍ରସାଦ କେବେ କମ୍ ପଡେ ନାହିଁ । ତେବେ ଏହା ମହାପ୍ରଭୁ ଏବଂ ମା ମହାଲକ୍ଷ୍ମୀଙ୍କ କୃପାରୁ ହୋଇଥାଏ ବୋଲି ମାନ୍ୟତା ରହିଛି । ସବୁ ଦେବାଦେବୀ ପୀଠରେ ଲାଗି କର।ଯ।ଉଥିବା ଭୋଗ କୁ ପ୍ରସାଦ କୁହ।ଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ପ୍ରସ୍ତୁତ ହେଇଥିବା ଭୋଗକୁ ମହାପ୍ରସାଦ କୁହାଯାଏ । ଏହାର ବି ଏକ ରହସ୍ୟ ରହିଛି । ତାହା ହେଉଛି ଯେ ଏଠାରେ ସ୍ୱୟଂ ମା ମହଲକ୍ଷ୍ମୀ ରୋଷଇଘରେ ୫୬ ଭୋଗ ପ୍ରସ୍ତୁତି କରିବାର ବିଶ୍ୱାସ ରହିଛି ଏବଂ ମହାପ୍ରଭୁ ସ୍ୱୟଂ ଏହାକୁ ଭୋଜନ କରିଥାନ୍ତି । ସେଥିପାଇଁ ଏହାକୁ ମହାପ୍ରସାଦ ବୋଲି କୁହ।ଯାଏ । ତେବେ ଅନ୍ୟ ମନ୍ଦିରମାନଙ୍କରେ ଲଗ।ଯାଉଥିବା ଭୋଗକୁ ଦେବାଦେବୀ ଆଗ୍ରହଣ କରିଥାନ୍ତି । ସେଥିପାଇଁ ଏହାକୁ ପ୍ରସାଦ ବୋଲି କୁହାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.