ବୋରୱେଲରେ ଖସିପଡିଲେ ବୃଦ୍ଧା, ପାଇପ୍‌ ଯୋଗେ ପଠାଗଲା ଅକ୍ସିଜେନ: ସୂଚନା ଦେଲେ ଅଗ୍ନିଶମ ଡିଜି

ବୋରୱେଲ ଗାତରେ ଖସି ପଡିଲେ ବୃଦ୍ଧା । ସୋନପୁର-ବୁର୍ଡ଼l ରାସ୍ତାର କଇଁଫୁଲ ନିକଟରେ ଏହି ଅଘଟଣ ଘଟିଛି।ସେପଟେ ବୋଲୱେଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଜୋରସୋରରେ କାମ ଚାଲିଛି । ତାଙ୍କ ପାଖକୁ ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ୍ । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।

ସୋନପୁର (କେନ୍ୟୁଜ): ବୋରୱେଲ ଗାତରେ ଖସି ପଡିଲେ ବୃଦ୍ଧା । ସୋନପୁର-ବୁର୍ଡ଼l ରାସ୍ତାର କଇଁଫୁଲ ନିକଟରେ ଏହି ଅଘଟଣ ଘଟିଛି। ୨୦ ଫୁଟ ଗଭୀର ବୋରୱେଲରେ ଫସିଥିବା ଆଶଙ୍କା କରାଯାଉଛି । ତାଙ୍କ ନାଁ ଦୁଖୀ ନାଏକ ଓ ବୟସ ୮୦ ବର୍ଷ । ସେ ଖଲିଆପାଲି ପଞ୍ଚାୟତର ଗୋବିନ୍ଦପୁର ଗାଁକୁ ନିଜ ଝିଅ ଘରକୁ ଆସିଥିଲେ । ଝାଡୁ ତିଆରି ପାଇଁ ବେଣା ଆଣିବାକୁ ଯାଇଥିବା ବେଳେ ବୋରୱେଲ ଗାତରେ ପଡି ଯାଇଥିଲେ ଦୁଖୀ । ଘଟଣାସ୍ଥଳରେ ସୋନପୁରରୁ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ।

ସେପଟେ ବୋଲୱେଲ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ଜୋରସୋରରେ କାମ ଚାଲିଛି । ତାଙ୍କ ପାଖକୁ ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ୍ । ଏହି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ । ବୃଦ୍ଧାଙ୍କୁ ଉଦ୍ଧାର ପାଇଁ ସମାନ୍ତରାଳ ଭାବରେ ଏକ ରାସ୍ତା ତିଆରି କରାଯାଉଛି । ତାଙ୍କ ପାଖରେ ପହଞ୍ଚିବାକୁ ୪୫ ମିନିଟରୁ ଘଣ୍ଟାଏ ସମୟ ଲାଗିବ । ସୁରକ୍ଷିତ ରେସକ୍ୟୁ ପାଇଁ ଉଦ୍ୟମ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.