ସେହ୍ଵାଗଙ୍କୁ ICC ହଲ୍‌ ଅଫ ଫେମ ସମ୍ମାନ ମିଳିବା ପରେ ସଚିନ ତେନ୍ଦୁଲକରଙ୍କ ଜଣାଇଲେ ଶୁଭେଚ୍ଛା, ଲେଖିଲେ ‘କ୍ରାଇମ ପାଟର୍ନର’

ସେହ୍ଵାଗଙ୍କୁ କ୍ରାଇମ ପାଟର୍ନର କରି ଅଭିନନ୍ଦନ ଜଣାଇଲେ ସଚିନ ତେନ୍ଦୁଲକର । ଏହି କ୍ଲବରେ ବୀରେନ୍ଦ୍ର ସେହ୍ଵାଗ ସମେତ ୩ ଖେଳାଳି ସାମିଲ ହୋଇଥିବା ବେଳେ ସଚିନ ତେନ୍ଦୁଲକର ସେହ୍ଵାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହ୍ଵାଗଙ୍କୁ ଆଇସିସି ହଲ୍‌ ଅଫ ଫେମ୍‌ ସମ୍ମାନ ମିଳିଛି । ୯ମ ଭାରତୀୟ କ୍ରିକେଟ ଭାବେ ସେହ୍ଵାଗକୁ ଏହି ସମ୍ମାନ ମିଳିଛି । ଏହି ଲିଷ୍ଟରେ ପୂର୍ବରୁ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର ଏବଂ ରାହୁଲ ଦ୍ରାବିଡଙ୍କ ଭଳି ଅନେକ ଖ୍ୟାତାନାମ କ୍ରିକେଟ ରହିଛନ୍ତି । ଏହି କ୍ଲବରେ ବୀରେନ୍ଦ୍ର ସେହ୍ଵାଗ ସମେତ ୩ ଖେଳାଳି ସାମିଲ ହୋଇଥିବା ବେଳେ ସଚିନ ତେନ୍ଦୁଲକର ସେହ୍ଵାଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେନ୍ଦୁଲକର ସେହ୍ଵାଗଙ୍କୁ ନିଜର କ୍ରାଇମ ପାଟର୍ନର ବୋଲି କହିଛି । ଦୁହେଁ ସାଙ୍ଗ ହୋଇ ଅନେକ ଟିମକୁ ପଛରେ ପକାଇଛନ୍ତି ।

ସଚିନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ପରସ୍ପର ଠାରୁ ଭିନ୍ନ ଏବଂ ଅଲଗା ସମୟରେ ଖେଳିଥିବା ୩ ଖେଳାଳିଙ୍କୁ ଆଇସିସି ହଲ୍‌ ଅଫ ଫେମ୍‌ରେ ସ୍ଥାନ ମିଳିବା ବହୁତ ଖୁସିର ମୁହୂର୍ତ୍ତ । ବରିଷ୍ଠ କ୍ରିକେଟର ଡାଏନା ଏଡୁଲଜୀ, ଅରବିନ୍ଦ ଡିଲସଭା, ଆଉ ମୋର ପ୍ରିୟ କ୍ରାଇମ ପାର୍ଟନର ସେହ୍ଵାଗଙ୍କୁ ଅଭିନନ୍ଦନ ।

ସେହ୍ବାଗ ଥିଲେ ୨୦୦୭ ଟି-ଟ୍ବେଣ୍ଟି ଓ ୨୦୧୧ ଦିନିକିଆ ୱାର୍ଲଡ କପ୍ ବିଶ୍ବବିଜୟୀ ଟିମର ସଦସ୍ୟ । ସେ ଭାରତ ପାଇଁ ଖେଳିଛନ୍ତି ୧୦୪ ଟେଷ୍ଟ, ୨୫୧ ଦିନିକିଆ ଓ ୧୯ଟି T20 । ଟେଷ୍ଟରେ ୮ହଜାର ୫୮୬ ଓ ଦିନିକିଆରେ କରିଛନ୍ତି ୮ହଜାର ୨୭୩ ରନ୍ ।

ସେହିପରି ଡାଏନା ଭାରତ ପାଇଁ ଖେଳିଛନ୍ତି ୨୦ ଟେଷ୍ଟ ଓ ୩୪ ଦିନିକିଆ । ୨୦ ଟେଷ୍ଟରେ ୪୦୪ ରନ୍ କରିଥିବା ବେଳେ ୬୩ ୱିକେଟ ନେଇଛନ୍ତି । ୩୪ଟି ଦିନିକିଆରେ ୨୧୧ରନ୍ କରିବା ସହ ୪୬ ୱିକେଟ ନେଇଥିଲେ ଡାଏନା । କ୍ରିକେଟ ପ୍ରଶାସକ ଭାବରେ ମହିଳା କ୍ରିକେଟର ବିକାଶ ଦିଗରେ ଅନେକ କାମ କରିଛନ୍ତି । ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି ଡାଏନା ।

ଅନ୍ୟପଟେ ଡି ସିଲଭା ଶ୍ରୀଲଙ୍କା ପାଇଁ ଖେଳିଛନ୍ତି ୯୩ ଟେଷ୍ଟ ଓ ୩୦୮ ଦିନିକିଆ । ଟେଷ୍ଟରେ ମୋଟ୍ ୬ହଜାର ୩୬୧ ରନ୍ କରିଥିବା ବେଳେ ୨୯ ୱିକେଟ ନେଇଥିଲେ । ସେହିପରି ଦିନିକିଆରେ ୯,୨୮୪ ରନ୍ ଓ ୧୦୬ ୱିକେଟ ନେଇଥିଲେ ଡି ସିଲଭା । ଆସନ୍ତା ୧୫ ତାରିଖରେ ୱାଙ୍ଖଡେରେ ଭାରତ-ନ୍ୟୁଜିଲଣ୍ଡ ସେମିଫାଇନାଲ୍ ମୁକାବିଲରେ ଏମାନଙ୍କୁ ସମ୍ମାନିତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.