ଗାଁ ମହିଳାଙ୍କୁ ରୋଜଗାର ଯୋଗାଉଛି ମିଶନ ଶକ୍ତି, ଛେଳି ଚାଷ କରି ସ୍ଵାବଲମ୍ବୀ ହେଉଛନ୍ତି ଉପାନ୍ତ ଅଞ୍ଚଳର ଗାଁ ମହିଳା

ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆଁ ନୂଆଁ ଚାଷ ଆପଣାଉଛନ୍ତି । ଏଠାକାର ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ କାମ କିନ୍ତୁ , ଏଠାକାର ମହିଳାମାନଙ୍କ ଇଚ୍ଛା ଶକ୍ତି ବଳରେ ଦିନ ମଜୁରିଆରୁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜେ ରୋଜଗାରକ୍ଷମ ହେବାର ଲକ୍ଷ୍ୟ ରଖିଛନ୍ତି ।

ଦିନେ ପେଟ ପାଟଣା ପାଇଁ ପର ଘରେ ମୂଳ ଲାଗିବାକୁ ପଡୁଥିଲା ମହିଳାଙ୍କୁ । ବର୍ତ୍ତମାନ କିନ୍ତୁ ସମୟ ସ୍ରୋତରେ ସବୁ କିଛି ବଦଳି ଯାଇଛି । ଯିଏ ବଞ୍ଚିବା ପାଇଁ କାମ ଖୋଜୁଥିଲା ଆଜି ସେ ମହିଳାମାନେ ଦୃଢ ଇଚ୍ଛା ଶକ୍ତି ବଳରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଦିନ ମଜୁରିଆରୁ ଛେଳି ଚାଷ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି ଉପାନ୍ତ ଅଞ୍ଚଳର ଗାଁ ମହିଳା । ଆଉ ଏମାନଙ୍କୁ ସହଯୋଗର ହାତ ବଢାଇଛି ମିଶନ ଶକ୍ତି ।

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଗୋଠଳପଦର ପଂଚାୟତରେ ଅବସ୍ଥିତ ମାନ୍ଦାଗୁଡା ଗ୍ରାମ । ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ଅବସ୍ଥିତ ଏହି ଅଂଚଳ ପୂର୍ବରୁ ନକ୍ସଲ ପ୍ରବଣ ଅଂଚଳ ଭାବେ ପରିଚିତ ରହିଥିଲା , ତେବେ ସ୍ଥିତି ସ୍ବାଭାବିକ ହେବା ପରେ ଏହି ଗାଁ ମହିଳାଙ୍କ ଜୀବନ ଧାରଣାରେ ଆସୁଛି ସୁଧାର । ଦିନ ମଜୁରିଆ ଭାବେ ଜୀବନ ବିତାଉଥିବା ମହିଳାମାନେ ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନୂଆଁ ନୂଆଁ ଚାଷ ଆପଣାଉଛନ୍ତି । ଏଠାକାର ଲୋକଙ୍କ ଜୀବନ ଜୀବିକା କହିଲେ ଚାଷ କାମ କିନ୍ତୁ , ଏଠାକାର ମହିଳାମାନଙ୍କ ଇଚ୍ଛା ଶକ୍ତି ବଳରେ ଦିନ ମଜୁରିଆରୁ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ନିଜେ ରୋଜଗାରକ୍ଷମ ହେବାର ଲକ୍ଷ୍ୟ ରଖିଛନ୍ତି । ଏମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସହଯୋଗର ହାତ ବଢାଇଛି ମିଶନ୍ ଶକ୍ତି ।

ଗ୍ରୁପ ଗଠନ ପୂର୍ବରୁ ଏହି ମହିଳାମାନେ ଦିନ ମଜୁରିଆ ଭାବେ ଖଟି ନିଜର ଗୁଜରାଣ ମେଂଟାଉ ଥିଲେ । 2018  ମସିହାରେ ଗାଁ ର 20 ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଛନ୍ତି “ ମା ସମଲେଶ୍ବରୀ ଓ ମହାମୟୀ “ ନାମକ ଦୁଇଟି ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ” । ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ 3 ଲକ୍ଷ ଟଙ୍କା ଲୋନ ଆଣି ଏହି ସ୍ବୟଂ ସହୟକା ଗୋଷ୍ଠୀର ମହିଳା ମାନେ ଆରମ୍ଭ କରିଛନ୍ତି ଏହି ଛେଳି ଚାଷ । ପ୍ରାଣୀ ସମ୍ପଦ ବିଭାଗ ଓ ମିଶନ ଶକ୍ତି ଆନୁକୂଲ୍ୟରେ ପ୍ରତି ଗୃପ ପିଛା 32 ଗୋଟି ଛେଳି ପ୍ରଦାନ କରାଯାଇଛି । ବର୍ତମାନ  ଉଭୟ ଗୋଷ୍ଠୀ ସଦସ୍ୟାଙ୍କ ନିକଟରେ 90 ରୁ ଉର୍ଦ୍ଧ ଛେଳି ରହିଥିବା ବେଳେ ଛେଳି ଚାଷ ପାଇଁ ଆଣିଥିବା ଋଣ ମଧ୍ୟ ଧୀରେ ଧୀରେ ଗୃପର ସଦସ୍ୟା ମାନେ ପରିଶୋଧ କରୁଛନ୍ତି । ଛେଳି ମାନଙ୍କ ରକ୍ଷଣା ବେକ୍ଷଣ ଓ ଲାଳନ ପାଳନ ସହ ସମସ୍ତ କାମ କରୁଛନ୍ତି ଗୃପର ସଦସ୍ୟାମାନେ । ଏହି ସ୍ବୟଂ ସହାୟକ ଗୋଷ୍ଠୀର ଛେଳି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଥିବାରୁ  ଭବିଷ୍ୟତରେ ଏହି ସବୁ ଛେଳିକୁ ବିକ୍ରି କରି ଦୁଇ ପଇସା ରୋଜଗାର କରିପାରିବେ ବୋଲି  ଆଶା ରଖିଛନ୍ତି ଗୃପର ସଦସ୍ୟାମାନେ ।

ପୂର୍ବରୁ ଏହି ଉପାନ୍ତ ମାଓ ପ୍ରବଣ ଅଂଚଳର ମହିଳା ମାନେ ଦିନ ମଜୁରିଆ ଭାବେ ନିଜର ଭରଣ ପୋଷଣ କରୁଥିଲେ କିନ୍ତୁ ଗୃପ ଗଠନ ପରେ ଏଠାକାର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଛେଳି ଚାଷ କରି  ସ୍ଵାବଲମ୍ବୀ ହେବା ସହ ଆଗାମୀ ଦିନରେ ଏହି ଛେଳି ସବୁ ବିକ୍ରି ବଟା କରି ଲାଭବାନ ହେବାର ଲକ୍ଷ୍ୟ ରଖିଛନ୍ତି ।  ଏମାନଙ୍କୁ ମିଶନ ଶକ୍ତି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କର ଆର୍ଥିକ ସ୍ଥିତିରେ ବେଶ ସ୍ବଚ୍ଛଳ କରିବା ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.