ଦେଶ ବିଦେଶ

ବାହାନଗା ଟ୍ରେନ ଦୁର୍ଘଟଣା : ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡରର ଶିକାର ହୋଇଛନ୍ତି ଆହତ, କିଏ କାନ୍ଦୁଛି ତ କିଏ ହସୁଛି, ଆଉ କିଏ ଚିତ୍କାର କରୁଛି

ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଭୟାବହ କାହାଣୀ ସାମ୍ନାକୁ ଆସିଛି ।  ଏଭଳି ଭୟଙ୍କର ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି ହୋଇଥିବା ୧୦୫ ଆହତଙ୍କ ମଧ୍ୟରୁ ପାଖାପାଖି ୪୦ ଜଣ ପୋଷ୍ଟ ଟ୍ରମାଟିକ ଷ୍ଟ୍ରେସ ଡିସଅର୍ଡର (PTSD ) ରେ ରହିଛନ୍ତି । ଏମାନଙ୍କୁ କାଉନସିଲିଂ କରାଯାଉଛି । ପରିଜନଙ୍କ ଉପସ୍ଥିତିରେ ଆହତଙ୍କ ମନରୁ ଭୟ ଦୂର କରୁଛନ୍ତି ବିଶେଷଜ୍ଞ ।

ସୂଚନାଯୋଗ୍ୟ, ବାଲେଶ୍ବର  ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଥିଲେ । କ୍ଲିନିକାଲ ସାଇକୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡ. ଯଶୋବନ୍ତ ମହାପାତ୍ର କହିଛନ୍ତି, ଦୁର୍ଘଟଣାରୁ ବଞ୍‌ଚିଥିବା ଲୋକ ମାନସିକ ସ୍ଥିତିକୁ ଦେଖି ହସପିଟାଲରେ ସେମାନଙ୍କର କାଉନସେଲିଂ କରାଯାଉଛି । ଦୁର୍ଘଟଣାରୁ ଜୀବିତ ରହିଥିବା ଲୋକଙ୍କ ମସ୍ତିଷ୍କରେ ପ୍ରଭାବ ପଡିବା ସ୍ବାଭାବିକ ।

ସେ କହିଛନ୍ତି, ଆହତ ହୋଇଥିବା ଅନେକଙ୍କ ମଧ୍ୟରୁ କିଛି ଚିନ୍ତାଗ୍ରସ୍ତ, କିଛି ଭୟଭୀତ ଏବଂ ଆଉ କେତେକ ବିଚଳିତ ହେଉଛନ୍ତି । କିଛି ଚୁପ୍‌ ରହୁଥିବା ବେଳେ କିଛି କାନ୍ଦୁଛନ୍ତି, ଆଉ କିଛି ହସୁଛନ୍ତି ।

ତେଣୁ ତାଙ୍କୁ ହସପିଟାଲରେ କାଉନସେଲିଂ କରିବା ଚାରି ଜଣିଆ ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ଜଣେ ମନୋ ଚିକିତ୍ସକ, ମନୋବୈଜ୍ଞାନକ, ଜଣେ ସାମାଜିକ କର୍ମକର୍ତ୍ତା, ଆଉ ଜଣେ ରୋଗୀଙ୍କ ପରିଜନ ରହିଛନ୍ତି । ଯେଉଁମାନେ ବଞ୍ଚିଯାଇଛନ୍ତି, ଦୁର୍ଘଟଣା ବିଷୟରେ ସ୍ବପ୍ନ ଆସିବାରୁ  ସେମାନେ ଠିକ୍‌ ଭାବେ ଶୋଇପାରୁନାହାନ୍ତି ।

କିଛି ରୋଗୀ ରାତିରେ କାନ୍ଦୁଛନ୍ତି, ଆଉ କିଛି ଜୋର ଜୋରରେ ହସୁଛନ୍ତି । ଏମାନଙ୍କୁ ଠିକ୍‌ କରିବା ପାଇଁ କାଉନସେଲିଂ କରାଯାଉଛି । କିଛି ସମ୍ବେଦନଶୀଳ ରୋଗୀଙ୍କୁ ଅନ୍ୟ ରୋଗୀ ତୁଳନାରେ ଅଧିକ ସମୟ ଦିଆଯାଉଛି ବୋଲି ଡା. ମହାପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ବାଲେଶ୍ବର ବାହାନଗା ଷ୍ଟେସନରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣଙ୍କର ପ୍ରାଣ ଚାଲିଯାଇଥିବା ବେଳେ  ୧୧୦୦ରୁ ଅଧିକ ଆହତ ହୋଇଥିଲେ । ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।

Swagatika

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

4 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

22 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

24 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

60 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago