ଦେଶ ବିଦେଶ

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଦ୍ଭୁତ ଘୋଷଣା, ପ୍ରାକୃତିକ ବିପର୍ଯ୍ୟୟକୁ ରୋକି ପାରି ନଥିବା ଅଧିକାରୀଙ୍କୁ ମିଳିବ କଠୋର ଦଣ୍ଡ

ୟୋଙ୍ଗ୍‌ୟାଙ୍ଗ୍‌ : ନିଜର ଖିଆଲ୍‌ ମନୋଭାବ ପାଇଁ ବେଶ୍‌ ଜଣାଶୁଣା ଉତ୍ତର କୋରିଆର ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ । କଠୋର ଦଣ୍ଡ ପାଇଁ ସେ ସାରା ବିଶ୍ୱରେ ଚର୍ଚ୍ଚିତ । ଏଥର ତାଙ୍କର ଏକ ଅଦ୍ଭୁତ ନିଷ୍ପତ୍ତିକୁ ନେଇ  ଦେଶରେ କୋକୁଆ ଭୟ ସୃଷ୍ଟି କରିଛନ୍ତି ସେ । ଉତ୍ତର କୋରିଆ ଟାଇଫୁନ୍‌ ମହାବାତ୍ୟା କାରଣରୁ ଧ୍ୱସ୍ତ ବିଧ୍ୱସ୍ତ ।

ଦେଶରେ ମହାବାତ୍ୟା କାରଣରୁ ବିପୁଳ ପରିମାଣ ଫସଲ ହାନୀ ହେବା ସହ ରାସ୍ତା ଘାଟ ଓ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ । ମହାବାତ୍ୟା ଓ ପ୍ରବଳ ଜଳ କାରଣରୁ ଶହ ଶହ ଘର ଭାଙ୍ଗିବା ସହ ଶତାଧିକ ଲୋକ ବେଘର ହୋଇଛନ୍ତି । ଡଜନରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି । ଏହିସବୁ କଥାକୁ ନେଇ ରାଗିଯାଇଛନ୍ତି ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ । ମହାବାତ୍ୟା ପୂର୍ବରୁ ଉଚିତ୍‌ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କିମ୍‌ ଉନ୍‌ ।

ତେବେ ଏତେ ସତ୍ତ୍ୱେ ଦେଶରେ କ୍ଷୟକ୍ଷତିକୁ ରୋକାଯାଇ ପାରିନାହିଁ । ଉଚିତ୍‌ ସମୟ ପୂର୍ବରୁ ଲୋକଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରାଯାଇ ପାରି ନଥିବାରୁ ନାହିଁ ନଥିବା କ୍ଷୟକ୍ଷତି ଘଟିଛି । ଏକ ପକ୍ଷରେ କରୋନା କାରଣରୁ ଉତ୍ତର କୋରିଆ ଆର୍ଥିକ ସ୍ଥିତିରେ ଅସୁବିଧା ଦେଖାଦେଇ ଥିବାବେଳେ ମହାବାତ୍ୟା ଦେଶର ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି । ଏହାକୁ ନେଇ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଅଦ୍ଭୁତ ଘୋଷଣା କରିଛନ୍ତି ।

ଯେଉଁ ବିଭାଗୀୟ ଅଧିକାରୀଙ୍କ ପାଇଁ ପ୍ରାକୃତିକ ବିପର୍ଯ୍ୟୟକୁ ରୋକାଯାଇ ପାରିନାହିଁ । ମାତ୍ରାଧିକ କ୍ଷୟକ୍ଷତି ପାଇଁ ଯେଉଁ ଅଧିକାରୀ ଦାୟୀ ହେବେ ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି କିମ୍‌ ଜୋଙ୍ଗ୍‌ ଉନ୍‌ ଘୋଷଣା କରିଛନ୍ତି । ଏହାକୁ ନେଇ ଦେଶର ଅଧିକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । କାରଣ ସେମାନେ ଜାଣିଛନ୍ତି ଯେ କିମ୍‌ ଉନ୍‌ଙ୍କ ଦଣ୍ଡରୁ ମୁକୁଳିବା ସମ୍ଭବ ନୁହେଁ ।

ଅତୀତରେ ଏପରି ବହୁ ଉଦାହରଣ ଦେଖିବାକୁ ମିଳିଛି । ଦେଶର ଆର୍ଥିକ ଅବସ୍ଥାକୁ ନେଇ ଦ୍ୱନ୍ଦ୍ୱରେ ଥିବା କିମ୍‌ ଉନ୍‌ କିଛି ବି କରିପାରନ୍ତି ବୋଲି ଅଧିକାରୀମାନେ ଭୟଭୀତ ରହିଛନ୍ତି ।

Niharanjan

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

23 mins ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

45 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

52 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

1 hour ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

1 hour ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

2 hours ago