ଦେଶ ବିଦେଶ

ନିୟନ୍ତ୍ରଣ ହେବା ବଦଳରେ ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା, ଜମ୍ମୁ କାଶ୍ମୀରରେ ଜଣକର ବାହାରିଲା ପଜେଟିଭ୍

ସଂକ୍ରମଣ ବଢୁଛି। ମୁକାବିଲା ଚିନ୍ତା ବି ବଢୁଛି । କେରଳ, ଦିଲ୍ଲୀ, ହାଇଦ୍ରାବାଦ, ଆଗ୍ରା ଓ ଜୟପୁର ପରେ ଜମ୍ମୁ କାଶ୍ମୀରରେ କରୋନା ଆତଙ୍କ। ଜମ୍ମୁ-କାଶ୍ମୀରର ପ୍ରଥମ ପଜିଟିଭ୍‌ ରିପୋର୍ଟ ସହ ଦେଶରେ ସଂକ୍ରମିତ ସଂଖ୍ୟା ୩୨ରେ ପହଞ୍ଚିଛି। ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ପରେ ଜମ୍ମୁରେ ସବୁ ସରକାରୀ ବେସରକାରୀ ପ୍ରାଥମିକ ସ୍କୁଲଗୁଡ଼ିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ସାରା ଦେଶରେ ନିରୀକ୍ଷଣରେ ଅଛନ୍ତି ୩୦ ହଜାର ଲୋକ। ଏବେ ୫୨ଟି ଲାବ୍‌ରେ କରୋନା ପରୀକ୍ଷା ହେଉଛି।    ମୁକାବିଲା ପାଇଁ ସଚେତନତା ଓ ସତର୍କତା ଉପରେ ଦିଆଯାଉଛି ଗୁରୁତ୍ୱ। ଅନେକ ରାଜ୍ୟ ବାୟୋ ମେଟ୍ରିକ୍‌ ଉପସ୍ଥାନ ବନ୍ଦ କରି ସାରିଲେଣି। ଏବେ ମୋବାଇଲରେ ରିଙ୍ଗ ଟୋନ୍‌ ବଦଳରେ ଶୁଭୁଛି କରୋନା ସଚେତନତାର ବାର୍ତ୍ତା। ବିଏସ୍‌ଏନ୍‌ଏଲ୍‌ ଓ ଜିଓ ଫୋନ୍‌ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେସେଜ୍‌ ଦେଇ ଲୋକଙ୍କୁ ସଚେତନ କରାଯାଉଛି। ତେବେ କରୋନାକୁ ଭୟ ନକରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ହାତ ମିଳାଇବା ବଦଳରେ ସାରା ବିଶ୍ୱ ଏବେ ନମସ୍କାର କରୁଛି। ଏହାକୁ ଅଭ୍ୟାସ କରିବାକୁ କହିଛନ୍ତି ମୋଦି।

ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି। ସାରା ବିଶ୍ୱରେ ଯେଭଳି ମୃତ୍ୟୁର ନିରବ ଆତଙ୍କ। ପ୍ରତିଦିନ ଶତାଧିକ ଲୋକଙ୍କ ପ୍ରାଣ ନେଉଛି ଭୂତାଣୁ। ଆଜି ସୁଦ୍ଧା ସାରା ବିଶ୍ୱରେ ୩ହଜାର ୫୦୦ ଟପି ଯାଇଛି ମୃତ୍ୟୁ ସଂଖ୍ୟା। ୧ ଲକ୍ଷ ପାର ହୋଇଛି ସଂକ୍ରମିତଙ୍କ ସଂଖ୍ୟା। କେବଳ ଚୀନ୍‌ରେ ୩ ହଜାର ୭୦ ଜଣଙ୍କ ଜୀବନ ଗଲାଣି। ଚୀନ୍‌ ବାହାରେ ମଧ୍ୟ ସ୍ଥିତି ଉଦବେଗଜନକ। ଏବେ ୯୦ରୁ ଅଧିକ ଦେଶ କରୋନା କବଳରେ। ଇରାନ୍‌, ଇଟାଲୀ, ଦକ୍ଷିଣ କୋରିଆରେ ଭୟଂକର ସ୍ଥିତି। ଆଜି ଇରାନରେ ଜଣେ ସାଂସଦ କରୋନା ଶିକାର ହୋଇଛନ୍ତି। କରୋନା ମୃତୁ ସଂଖ୍ୟା ୧୨ରେ ପହଞ୍ଚିବା ପରେ ଆମେରିକା ମଧ୍ୟ ଚିନ୍ତିତ ହୋଇ ପଡ଼ିଛି।

ପ୍ରିନସେସ୍‌ ଡାଇମଣ୍ଡ ପରେ ଏବେ ଗ୍ରାଣ୍ଡ ପ୍ରିନସେସ୍‌। କାର୍ଲିଫର୍ଣ୍ଣିଆରେ ଲାଗିଥିବା ଏହି ଜାହାଜରେ ୩ ହଜାର ୫୦୦ ଯାତ୍ରୀ ଫସି ରହିଛନ୍ତି। ଟେଷ୍ଟ୍‍ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସେମାନେ ଜାହାଜ ଭିତରେ ବନ୍ଦୀ ଜୀବନ କାଟିବେ। କରୋନା ନିୟନ୍ତ୍ରଣକୁ ଆସୁନଥିବାରୁ ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବିଶ୍ୱସ୍ତରରେ ସମନ୍ଵୟ ରକ୍ଷା କରି ଏହାର ମୁକାବିଲ ପାଇଁ ଆହ୍ଵାନ ଦେଇଛ WHO।କରୋନା ପାଇଁ ଏବେ ଅନେକ ଦେଶର ସୀମା ସିଲ୍‌ ହୋଇ ଗଲାଣି। ଭୂତାଣୁ ବ୍ୟାପିଥିବା ଦେଶବାସୀ ଏବେ ଅନ୍ୟମାନଙ୍କ ପାଇଁ ଅଛୁଆଁ। ଏହା ସତ୍ତ୍ୱେ ନିୟନ୍ତ୍ରଣ ବାହାର ସ୍ଥିତି। ବିନା ଔଷଧରେ ମୁକାବିଲା ହୋଇ ପାରୁନି ଭାଇରସ୍‌।

KNews Bureau

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

4 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

7 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

19 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

27 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago