ଆମେରିକାରେ କମୁନି କରୋନା ମୃତ୍ୟୁ, ୨୪ ଘଣ୍ଟାରେ ଗଲା ୧୮୮୩ ଜୀବନ

ଆମେରିକାରେ କରୋନା ସଙ୍କଟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ଭାଇରସ ଆମେରିକାରେ ନିଜର କାୟା ବିସ୍ତାର କରି ଚାଲିଛି । ଅନ୍ୟ ଦେଶ ଅପେକ୍ଷା ଏହି ମହାମାରୀର ପ୍ରଭାବରେ ଆମେରିକାବାସି ଏବେ ତ୍ରାହି ତ୍ରାହି ଡାକୁଛନ୍ତି । ନା କମୁଛି ମୃତ୍ୟୁ ସଂଖ୍ୟା, ନା କମୁଛି ସଂକ୍ରମିତଙ୍କ ସଂଖ୍ୟା । ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୮୮୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ କରୋନା ଭାଇରସ ପାଇଁ ୬୫୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଏଥି ସହିତ ସଂକ୍ରମିତଙ୍କ ସଂଖ୍ୟା ୧୧ ଲକ୍ଷ ଅତିକ୍ରମ କରିଛି । ବିଶ୍ଵର ୨୧୨ଟି ଦେଶରେ କରୋନା ହଇଚଇ ସୃଷ୍ଟି କରୁଛି । ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ବ୍ରିଟେନ, ଜାପାନ, ଭାରତ ସମେତ ଅନେକ ଦେଶ ଏହାର ସୁରକ୍ଷା ପାଇଁ ତାଲା ପକାଇବାକୁ ନିଷ୍ପତ୍ତି ନେବାକୁ ପଡିଲା । ଯେଉଁଥିପାଇଁ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି ।

ଏହି ସମୟରେ ଆମେରିକାରେ ସଂକ୍ରମଣ ମାମଲା ବଢୁଥିବା ସତ୍ତ୍ୱେ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ସରକାର ଧୀରେ ଧୀରେ ତାଲା ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଦୀର୍ଘ ଦୁଇ ମାସ ହେଲା ଆମେରିକାରେ କରୋନା ରଚୁଛି ମୃତ୍ୟୁର ତାଣ୍ଡବଲୀଳା । କିଛିଦିନ ତଳେ ଶୁଣିବାକୁ ମିଳିଥିଲା ଯେ ଆମେରିକାରେ କରୋନା ପ୍ରଭାବ ଦୁଇ ସପ୍ତାହ ମଧ୍ୟରେ କମ ହୋଇଯାଇପାରେ କିନ୍ତୁ କମ ହେବା ପରିବର୍ତ୍ତେ ଦିନକୁ ଦିନ ଏଠାରେ ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ବର୍ଷ ଶେଷରେ କରୋନା ଭାଇରସ ଆହୁରି ଭୟଙ୍କର ରୂପ ନେବ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଚେତାବନୀ ଦେଇସାରିଲେଣି । ଏତେସବୁ ପରେ ମଧ୍ୟ ଆମେରିକାର ସରକାର ନିଜର ଅର୍ଥନୀତିକୁ ସୁଧାରିବା ପାଇଁ ଲକଡାଉନ ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ବିଶ୍ଵର ୨୧୨ଟି ଦେଶରେ କରୋନା ହଇଚଇ ସୃଷ୍ଟି କରୁଛି । କରୋନା ଭାଇରସ୍ କାରଣରୁ ସାରା ବିଶ୍ବରେ ହୋଇଥିବା କ୍ଷତି ପାଇଁ ଆମେରିକା ବର୍ତ୍ତମାନ ଚୀନକୁ ଦାୟୀ କରୁଛି । ଆମେରିକା, ଫ୍ରାନ୍ସ, ଇଟାଲୀ, ସ୍ପେନ୍, ବ୍ରିଟେନ, ଜାପାନ, ଭାରତ ସମେତ ଅନେକ ଦେଶ ଏହାର ସୁରକ୍ଷା ପାଇଁ ତାଲା ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିପାଇଁ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି । ଆମେରିକା ଠାରୁ ଯଥେଷ୍ଟ କମ କରୋନା ମୃତ୍ୟୁ ହାର ଥାଇ ମଧ୍ୟ ଭାରତ ସରକାର ଦେଶରେ ତୃତୀୟ ପର‌୍ୟ୍ୟାୟ ଲକଡାଉନ ଆରମ୍ଭ କରିଛନ୍ତି ଏବଂ ଦେଶର ଲୋକ ଏହାକୁ ମାନିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିସ୍ଥଳେ ଆମେରିକାରେ ମୋଟ ମୃତକଙ୍କ ସଂଖ୍ୟା ୬୫ ହଜାରରୁ ଅଧିକ, କିନ୍ତୁ ଟ୍ରମ୍ପ ପ୍ରଶାସନ ରାଜ୍ୟ ସହ ବଜାର ଖୋଲିବାକୁ ପ୍ରସ୍ତୁତ ହେଉଛନ୍ତି । ଆମେରିକା ଭଳି ଦେଶ କରୋନା ପାଇଁ ଏତେମାତ୍ରାରେ ପ୍ରଭାବିତ ହେବ ସତ୍ତ୍ୱେ ସରକାର ଏଭଳି ନିଷ୍ପତ୍ତି ନେବା ସତରେ ଆଶ୍ଚର‌୍ୟ୍ୟଜନକ ।

KNews Bureau

Recent Posts

ଚାଷୀଙ୍କ ପାଇଁ ଖୁସି ଖବର: ଆଜି ମିଳିବ ପିଏମ କିଷାନ ସମ୍ମାନ ନିଧିର ୧୭ତମ କିସ୍ତି

ଆଜି ଚାଷୀଙ୍କୁ ମିଳିବ ପିଏମ କିଷାନ ଟଙ୍କା । ପିଏମ କିଷାନ ସମ୍ମାନ ନିଧି ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ…

2 mins ago

ଆଜି ପୁଣି କମିଲା ପେଟ୍ରୋଲ ଦର, ବାଇକ ଆରୋହୀଙ୍କୁ ଆଶ୍ବସ୍ତି

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

10 mins ago

ବଡ଼ ଆଶ୍ବସ୍ତି: ଭାରତୀୟ ବଜାରରେ କମିଲା ସୁନା ଦର

ଆଜି ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର ଆସିଛି। ଆଜି ସୁନା କିଣିବାକୁ…

34 mins ago

ଚଳଚଞ୍ଚଳ ଶ୍ରୀମନ୍ଦିର: ଆଜି ଦେବୀ ରୁକ୍ମିଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ (କେନ୍ୟୁଜ); ଆଜି ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ବିବାହ ଉତ୍ସବ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ…

52 mins ago

ରାଜ୍ୟରେ କିଛି ସ୍ଥାନରେ ଖୋଲିଲା ସ୍କୁଲ,୧୧ ଜିଲ୍ଲାରେ ୨୦ ଯାଏ ଛୁଟି

ଭୁବନେଶ୍ୱର (କେନ୍ୟୁଜ); ସରିଲା ଗ୍ରୀଷ୍ମ ଅବକାଶ, ଖୋଲିଲା ସ୍କୁଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଜି କିଛି…

59 mins ago

ଚଳଚଞ୍ଚଳ ବିଧାନସଭା: ଆଜି ଓ ଆସନ୍ତାକାଲି ଶପଥ ଗ୍ରହଣ କରିବେ ନବନିର୍ବାଚିତ ବିଧାୟକ

ଭୁବନେଶ୍ୱର (କେନ୍ୟୁଜ): ନୂଆ ବିଧାୟକଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ବିଧାନସଭା ।  ଆଜି ଓ ଆସନ୍ତାକାଲି ଶପଥ ନେବେ ନବନିର୍ବାଚିତ…

1 hour ago