ଦେଶ ବିଦେଶ

ହୋଟେଲ ରୁମ୍‌ ବୁକ୍‌ ପାଇଁ ଅଯୋଧ୍ୟାରେ ବଢ଼ିଲା ୮୦% ସର୍ଚ୍ଚ, ତଥ୍ୟ ସେୟାର କଲେ OYO ଫାଉଣ୍ଡର

ଅନ୍‌ଲାଇନରେ ହୋଟେଲ ରୁମ୍‌ ବୁକ୍‌ ପାଇଁ ଭାରତର ଅନ୍ୟ ପର୍ଯ୍ୟଟନସ୍ଥଳୀ ତୁଳନାରେ ଅଯୋଧ୍ୟାକୁ ଅଧିକ ସର୍ଚ୍ଚ କରାଯାଇଛି। ଡିସେମ୍ବର ୩୧ରେ ୮୦ ପ୍ରତିଶତରୁ ଅଧିକ ଲୋକ ଅଯୋଧ୍ୟାରେ ରହିବା ପାଇଁ ହୋଟେଲ ରୁମ୍‌ ଖୋଜିଛନ୍ତି। ହିଲ୍‌ ଷ୍ଟେସନ ଏବଂ ସମୁଦ୍ର କୂଳ ତୁଳନାରେ ଅଯୋଧ୍ୟାରେ ଅଧିକ ବୁକିଂ ଦେଖିବାକୁ ମିଳିଛି।

ଭାରତରେ ହୋଟେଲ ବୁକିଂ ସାଇଟ୍‌ର ଅଗ୍ରଣୀ କମ୍ପାନୀ ‘OYO’ର ସଂସ୍ଥାପକ ତଥା ସିଇଓ ରିତେଶ ଅଗ୍ରଓ୍ଵାଲ ଏ ସମ୍ପର୍କରେ ତଥ୍ୟ ସେୟାର କରିଛନ୍ତି। ନୂଆ ବର୍ଷର ପୂର୍ବ ସନ୍ଧ୍ୟା ଅର୍ଥାତ୍‌ ଡିସେମ୍ବର ୩୧ରେ ସେୟାର କରିଥିବା ତଥ୍ୟ ଅନୁସାରେ, ଉତ୍ତର ପ୍ରଦେଶର ଅଯୋଧ୍ୟା ଏକ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହୋଇଛି। ଏଠାରେ ରହିବା ପାଇଁ ରୁମ୍‌ ସର୍ଚ୍ଚ କରୁଥିବା ୟୁଜର୍ସଙ୍କ ସଂଖ୍ୟା ୮୦ ପ୍ରତିଶତ ବଢ଼ିଛି।

ରିତେଶ ଅଗ୍ରଓ୍ଵାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ୍‍ ସେୟାର କରି ଲେଖିଛନ୍ତି, ‘ପାହାଡ଼ ନୁହେଁ କି ସମୁଦ୍ରକୂଳ! ଆଜି ୮୦ ପ୍ରତିଶତରୁ ଅଧିକ ୟୁଜର୍ସ ଅଯୋଧ୍ୟାରେ ରହିବା ପାଇଁ ଜାଗା ସର୍ଚ୍ଚ କରିଛନ୍ତି’। ଏହିପରି ଅନ୍ୟ ଏକ ପୋଷ୍ଟରେ ସେ ଗୋଆ, ଅଯୋଧ୍ୟା ଏବଂ ନୈନିତାଲର ତୁଳନା କରି ତଥ୍ୟ ସେୟାର କରିଛନ୍ତି। ଏହି ତଥ୍ୟରେ ଅଯୋଧ୍ୟାରେ OYO ଆପ୍‌ ଉପଯୋଗକର୍ତ୍ତାଙ୍କ ସଂଖ୍ୟା ୭୦ ପ୍ରତିଶତ ବଢ଼ିଥିବା ଦେଖିବାକୁ ମିଳିଛି। ଯେତେବେଳେ କି, ନୈନିତାଲରେ ୬୦ ଏବଂ ଗୋଆରେ ୫୦ ପ୍ରତିଶତ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଡିସେମ୍ବର ୩୧ରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ଲୋକେ ଅଯୋଧ୍ୟାର ପ୍ରସିଦ୍ଧ ଲତା ମଙ୍ଗେଶକର ଚୌକରେ ଏକତ୍ରୀତ ହୋଇଥିଲେ। ରାତି ଯେତେବେଳେ ୧୨ଟା ହୋଇଥିଲା, ସେତେବେଳେ ଲୋକେ ଏଠାରେ ‘ହାପ୍ପି ନ୍ୟୁ ଇୟର’ କହିଥିଲେ। ଏହାସହିତ ‘ଜୟ ଶ୍ରୀରାମ’ ସ୍ଲୋଗାନ ମଧ୍ୟ ଦେଇଥିଲେ।

Roshni

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

18 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

41 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

46 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

1 hour ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

1 hour ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago