ସ୍ପେଶାଲ

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି ରଖିଥାନ୍ତି । କିଛି ଲୋକ କଏନ୍‌ ସଂଗ୍ରହ କରିବାକୁ ବହୁତ ଭଲ ପାଆନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ମୁଦ୍ରା ବା କଏନ୍‌ କେଉଁ ଧାତୁରେ ତିଆରି ହୋଇଛି ଏବଂ କେଉଁ ସ୍ଥାନରେ ଏହାକୁ ତିଆରି କରାଯାଏ ? ଯଦି ଏ ବିଷୟରେ ଆପଣମାନେ ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ କଏନ୍‌ ତିଆରି କରିବା ପାଇଁ କେଉଁ ଧାତୁ ବ୍ୟବହାର କରାଯାଏ । କେଉଁ ସ୍ଥାନରେ ମୁଦ୍ରା ତିଆରି ହୁଏ ଏଭଳି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଆସନ୍ତୁ ଜାଣିବା କଏନକୁ ନେଇ କିଛି ଖାସ୍‌ କଥା ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ୱେବସାଇଟ୍ ଅନୁଯାୟୀ ଭାରତର ଚାରୋଟି ସ୍ଥାନରେ କଏନ୍‌ ତିଆରି କରାଯାଏ । ମୁମ୍ବାଇ, କୋଲକାତାର ଅଲିପୁର, ହାଇଦ୍ରାବାଦ ଏବଂ ନୋଏଡ଼ା ଭଳି ୪ଟି ସ୍ଥାନରେ କଏନ୍‌ ତିଆରି କରାଯାଉଛି । କେବଳ ଏତିକି ନୁହେଁ କଏନ୍‌ ଉପରେ ଥିବା ଚିହ୍ନକୁ ଦେଖି ଆପଣ କେଉଁଠାରେ ମୁଦ୍ରା ତିଆରି ହୋଇଛି ତାହା ମଧ୍ୟ ଜାଣିପାରିବେ । ସୂଚନା ଥାଉ କି କଏନ୍‌ ଯେଉଁ ମସିହାରେ ପ୍ରସ୍ତୁତ କରାଯାଏ ସେହି ମସିହାର ନମ୍ବର ମୁଦ୍ରାରେ ଲେଖାଯାଇଥାଏ । ସେହିପରି କଏନରେ ଲେଖାଯାଇଥିବା ମସିହାର ନମ୍ବର ତଳେ ଏକ ଚିହ୍ନ ଥାଏ, ଯେଉଁଥିରେ ସେହି କଏନ କେଉଁଠାରେ ତିଆରି ହୋଇଛି ଜଣା ପଡ଼ିଥାଏ ।

ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଯଦି ଗୋଟିଏ କଏନରେ ଷ୍ଟାର ଚିହ୍ନ ଥାଏ, ତେବେ ଏହାର ଅର୍ଥ କଏନଟି ହାଇଦ୍ରାବାଦରେ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ ଯେଉଁ କଏନରେ ଏକ ସଲିଡ୍‌ ଡଟ୍‌ ଥିବ ତାହା ନୋଏଡାରେ ତିଆରି ହୋଇଥିବା ଜାଣିପାରିବେ । ଏହା ବ୍ୟତୀତ ମୁମ୍ବାଇରେ ପ୍ରସ୍ତୁତ ହେଉଥିବା କଏନଗୁଡ଼ିକରେ ଡାଇମଣ୍ଡ ସେପ୍‌ ରହିଥାଏ । ସେହିପରି କୋଲକାତାରେ ପ୍ରସ୍ତୁତ ହେଉଥିବା କଏନ୍‌ ଉପରେ କୌଣସି ପ୍ରକାରର ଚିହ୍ନ ନଥାଏ । ଭାରତରେ ମୁଦ୍ରା ଅଧିନିୟମ ୧୯୦୬ ଅନୁଯାୟୀ କଏନ୍‌ ପ୍ରସ୍ତୁତ କରାଯାଇଥାଏ । ଏହି ଅଧିନିୟମ ଅନୁଯାୟୀ ମୁଦ୍ରା ଉତ୍ପାଦନ ଏବଂ ଯୋଗାଣର ଦାୟିତ୍ୱ ଭାରତ ସରକାର ଆରବିଆଇକୁ ଦେଇଛନ୍ତି ।

କେଉଁ ଧାତୁରୁ ମୁଦ୍ରା ତିଆରି ହୁଏ?

ସୂଚନା ଅନୁଯାୟୀ ଭାରତ ସରକାର ଧାତୁର ମୂଲ୍ୟ ଉପରେ ନିର୍ଭର କରି ସମୟ ସମୟରେ ବିଭିନ୍ନ ଧାତୁ ବ୍ୟବହାର କରି କଏନ୍‌ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଅଧିକାଂଶ ମୁଦ୍ରା ଉତ୍ପାଦନ ପାଇଁ ଫେରିଟିକ୍ ଷ୍ଟେନଲେସ୍ ଷ୍ଟିଲ୍ ବ୍ୟବହାର କରାଯାଉଛି ଯେଉଁଥିରେ ୧୭% କ୍ରୋମିୟମ୍ ଏବଂ ୮୩ % ଲୁହା ରହିଛି । ଯଦି ଆମେ ୧୦ ଟଙ୍କା କଏନ୍‌ ବିଷୟରେ କହିବା, ତେବେ ୧୦ ଟଙ୍କା କଏନ୍‌ ଗୋଲ ଆକାରର ଥାଏ ଏବଂ ଏହାର ଲମ୍ବ ୨୭ ମିମି । ଏହି ମୁଦ୍ରାର ଓଜନ ୭.୭୧ ଗ୍ରାମ ଯେଉଁଥିରେ ବାହାର ସ୍ତରରେ ଥିବା ହଳଦିଆ ରଙ୍ଗର ଓଜନ ୪.୪୫ ଗ୍ରାମ ଥିବାବେଳେ ଭିତର ଅଂଶର ଓଜନ ୩.୨୬ ଗ୍ରାମ ।

 

Subhalaxmi Das

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

13 seconds ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

2 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

38 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

49 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago