ଦେଶ ବିଦେଶ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ‘ପିଏମ୍‌ଏଲ୍‌-ଏନ୍‌’ର ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସୋମବାର ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ପିଏମ୍‌ଏଲ୍‌-ଏନ୍‌ ପଦକୁ ସମ୍ଭାଳି ଆସୁଥିଲେ । ଶେହବାଜ ସରିଫଙ୍କ ଇସ୍ତଫା ପରେ ତାଙ୍କ ବଡ଼ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପୁଣିଥରେ ଦଳର ଦାୟିତ୍ୱ ଗ୍ରହଣ କରିବେ । ଦଳରେ ଆଭ୍ୟନ୍ତରୀଣ ମତଭେଦ ମଧ୍ୟରେ ଶେହବାଜ ଇସ୍ତଫା ଦେଇଛନ୍ତି ।

ପିଏମ୍‌ଏଲ୍‌-ଏନ୍‌ର ସାଧାରଣ ସମ୍ପାଦକଙ୍କୁ ଲେଖିଥିବା ପତ୍ରରେ ସେ ୨୦୧୭ର ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି, ଯେଉଁଠି ନୱାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବହିଷ୍କାର କରାଯାଇଥିଲା ଏବଂ ସେ ଦଳର ଅଧ୍ୟକ୍ଷ ପଦ ହରାଇଥିଲେ ।

ଶେହବାଜ ଚିଠିରେ କହିଛନ୍ତି ଯେ ତାଙ୍କ ଭାଇ ତାଙ୍କୁ ପ୍ରତିକୂଳ ପରିସ୍ଥିତିରେ ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବାର ଦାୟିତ୍ୱ ହସ୍ତାନ୍ତର କରିଥିଲେ ଏବଂ କହିଥିଲେ କି, ଏହା ଏକ କର୍ତ୍ତବ୍ୟ ଥିଲା, ଯାହାକୁ ସେ ଅତ୍ୟନ୍ତ ସମର୍ପଣ ଏବଂ ଉତ୍ସର୍ଗୀକୃତ ଭାବରେ ତୁଲାଇଥିଲେ । ନଓ୍ଵାଜ୍‌ ଲଣ୍ଡନରେ ପ୍ରାୟ ଚାରି ବର୍ଷ ଧରି ନିର୍ବାସନରେ ରହିବା ପରେ ଗତ ବର୍ଷ ଅକ୍ଟୋବରରେ ସ୍ୱଦେଶ ଫେରିଥିଲେ ।

ସୂଚନା ରହିଛି, ପଞ୍ଜାବ ପ୍ରଦେଶରେ ତଥା ସଂଘୀୟ ସ୍ତରରେ ଦଳ କନ୍ଦଳ ମଧ୍ୟରେ ଶେହବାଜ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ତାଙ୍କ ବଡ଼ ଭାଇ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏହି ପଦର ଦାୟିତ୍ୱ ଗ୍ରହଣ କରିବେ । ନିର୍ବାଚନ ପୂର୍ବରୁ ନୱାଜ ସରିଫ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦାବିଦାର ଥିଲେ, କିନ୍ତୁ ପାକିସ୍ତାନୀ ସେନାର ସର୍ତ୍ତ ଆଗରେ ତାଙ୍କୁ ଏହି ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖିବାକୁ ପଡିଥିଲା ।

କହି ରଖୁଛୁ ଯେ ୨୦୧୭ରେ ସୁପ୍ରିମକୋର୍ଟ ବିଦେଶରେ ଥିବା ତାଙ୍କ ବେଆଇନ ସମ୍ପତ୍ତି ସମ୍ପର୍କରେ ପାନାମା ପେପର୍ସ ଖୁଲାସା ସମ୍ବନ୍ଧିତ ମାମଲାରେ ନୱାଜଙ୍କୁ ପ୍ରଧାନମନ୍ତ୍ରୀ ଏବଂ ଦଳର ଅଧ୍ୟକ୍ଷ ଭାବରେ ଅଯୋଗ୍ୟ ଘୋଷିତ କରିଥିଲେ । ଅଯୋଗ୍ୟ ଘୋଷିତ ହେବା ପରେ ସେ ଦଳରୁ ନିଜ ପଦ ଛାଡିଥିଲେ, ଯେଉଁ କାରଣରୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେବାକୁ ପଡିଥିଲା ।

Roshni

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

32 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

38 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago