ଡରିଯାଇଛି ପାକିସ୍ତାନ, ଲୁଚିଛପି ଏହି ଫାଇଟର ବିମାନକୁ ଚୀନ ସହ ମିଶି କରୁଛି ଅପଗ୍ରେଡ୍

କେନ୍ୟୁଜ୍ : ଗତ କିଛିଦିନ ହେବ ଉଭୟ ଭାରତ ଏବଂ ପାକିସ୍ତାନର ବାୟୁସେନା ମଧ୍ୟରେ ଏଲଓସି ଉପରେ ମୁହାଁମୁହିଁ ପରିସ୍ଥିତି ଚାଲିଛି । ଏହା ଭିତରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍-୨୧ ଜେଟ୍ ରେ ପାକିସ୍ତାନର ଅତ୍ୟାଧୁନିକ ଏଫ୍-୧୬ ଫାଇଟର ଜେଟ୍ କୁ ନଷ୍ଟ କରିଦେଇଥିଲେ । କିନ୍ତୁ ଭାରତର ମିଗ୍-୨୧ ମଧ୍ୟ ଏଥିରେ କ୍ରାସ୍ ହୋଇଯାଇଥିଲା । ତେବେ ଏକ ଅପେକ୍ଷାକ୍ରୁତ ପୁରୁଣା ବିମାନ ଏକ ଅତ୍ୟାଧୁନିକ ଫାଇଟର ଜେଟ୍ କୁ ନଷ୍ଟ କରିବା ଦ୍ବାରା ପାକିସ୍ତାନୀ ବାୟୁସେନାକୁ ବହୁ ସମାଲୋଚିତ ହେବାକୁ ପଡିଛି । ଏବେ ଏହା ମଧ୍ୟରେ ଏକ ଖବର ଆସି ପହଁଚିଛି କି ପାକିସ୍ତାନ ଚୀନ ସହିତ ମିଶି ତିଆରି କରିଥିବା ଜେଏଫ୍-୧୭ ଫାଇଟର ଜେଟ୍ କୁ ଅପଗ୍ରେଡ୍ କରିବାରେ ଲାଗିପଡିଛି ।

କହିବାକୁଗଲେ ଏଫ୍-୧୬ ସହିତ ପାକିସ୍ତାନୀ ବାୟୁସେନାର ପାଖାପାଖି ଦୁଇ ଦର୍ଜନ ଜେଏଫ୍-୧୭ ବିମାନ ଭାରତୀୟ ସୀମା ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । କୁହାଯାଉଛି କି ଏହି ମୁହାଁମୁହିଁ ପରିସ୍ଥିତିରେ ପାକିସ୍ତାନ ଭାରତକୁ ଡରିଯାଇଛି ଯାହାଫଳରେ ସେ ନିଜର କ୍ଷମତାକୁ ବଢାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଚୀନର ଏକ ସରକାରୀ ଖବରକାଗଜରେ ଚୀନର ଏକ ବିଧାୟକ ୟାଂଗ ବେଇ ପକ୍ଷରୁ କୁହାଯାଇଛି କି ଜେଏଫ୍-୧୭ ଫାଇଟ ଜେଟ୍ ର ଡେଭେଲପମେଣ୍ଟ ଏବଂ ପ୍ରଡକ୍ସନ୍ ଚାଲିଛି । ପାକିସ୍ତାନ ଏବଂ ଚୀନ ମିଶି ତିଆରି କରୁଥିବା ଜେଏଫ୍-୧୭ ଭାରତର ତେଜସ୍ ବିମାନକୁ ଜୋରଦାର ଟକ୍କର ଦେବ ।

ଭାରତର ତେଜସ୍ ଫାଇଟର ଜେଟ୍ ପରି ଜେଏଫ୍-୧୭ ମଧ୍ୟ ସିଙ୍ଗଲ ଇଞ୍ଜିନ୍, ମଲ୍ଟି ରୋଲ ଏବଂ ହାଲୁକା ବିମାନ ଅଟେ । ଖବର ମୁତାବକ ଜେଏଫ୍-୧୭ର କମ୍ୟୁନିକେସନ୍ ସିଷ୍ଟମ୍ ଏବଂ ତାହାର ଯୁଦ୍ଧ କରିବାର କ୍ଷମତାକୁ ବଢାଯାଉଛି । ଏହାସହିତ ବିମାନରେ ଏକ ଇଲେକଟ୍ରୋନିକ୍ ସ୍କାନ୍ ରାଡର ଫିଟ୍ କରାଯାଇଛି , ଯାହାଦ୍ବାରା ଯୁଦ୍ଧ ସମୟରେ ଅଧିକ ରୁ ଅଧିକ ସୂଚନା ମିଳିପାରିବ। ଏହି ବିମାନ ଏକ ସମୟରେ ବହୁତ କିଛି ଟାର୍ଗେଟ କରିପାରିବ ।

Sonalisa

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

16 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

20 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

22 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

28 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

40 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

46 mins ago