ଡରିଯାଇଛି ପାକିସ୍ତାନ, ଲୁଚିଛପି ଏହି ଫାଇଟର ବିମାନକୁ ଚୀନ ସହ ମିଶି କରୁଛି ଅପଗ୍ରେଡ୍

କେନ୍ୟୁଜ୍ : ଗତ କିଛିଦିନ ହେବ ଉଭୟ ଭାରତ ଏବଂ ପାକିସ୍ତାନର ବାୟୁସେନା ମଧ୍ୟରେ ଏଲଓସି ଉପରେ ମୁହାଁମୁହିଁ ପରିସ୍ଥିତି ଚାଲିଛି । ଏହା ଭିତରେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ମିଗ୍-୨୧ ଜେଟ୍ ରେ ପାକିସ୍ତାନର ଅତ୍ୟାଧୁନିକ ଏଫ୍-୧୬ ଫାଇଟର ଜେଟ୍ କୁ ନଷ୍ଟ କରିଦେଇଥିଲେ । କିନ୍ତୁ ଭାରତର ମିଗ୍-୨୧ ମଧ୍ୟ ଏଥିରେ କ୍ରାସ୍ ହୋଇଯାଇଥିଲା । ତେବେ ଏକ ଅପେକ୍ଷାକ୍ରୁତ ପୁରୁଣା ବିମାନ ଏକ ଅତ୍ୟାଧୁନିକ ଫାଇଟର ଜେଟ୍ କୁ ନଷ୍ଟ କରିବା ଦ୍ବାରା ପାକିସ୍ତାନୀ ବାୟୁସେନାକୁ ବହୁ ସମାଲୋଚିତ ହେବାକୁ ପଡିଛି । ଏବେ ଏହା ମଧ୍ୟରେ ଏକ ଖବର ଆସି ପହଁଚିଛି କି ପାକିସ୍ତାନ ଚୀନ ସହିତ ମିଶି ତିଆରି କରିଥିବା ଜେଏଫ୍-୧୭ ଫାଇଟର ଜେଟ୍ କୁ ଅପଗ୍ରେଡ୍ କରିବାରେ ଲାଗିପଡିଛି ।

air strikeକହିବାକୁଗଲେ ଏଫ୍-୧୬ ସହିତ ପାକିସ୍ତାନୀ ବାୟୁସେନାର ପାଖାପାଖି ଦୁଇ ଦର୍ଜନ ଜେଏଫ୍-୧୭ ବିମାନ ଭାରତୀୟ ସୀମା ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ । କୁହାଯାଉଛି କି ଏହି ମୁହାଁମୁହିଁ ପରିସ୍ଥିତିରେ ପାକିସ୍ତାନ ଭାରତକୁ ଡରିଯାଇଛି ଯାହାଫଳରେ ସେ ନିଜର କ୍ଷମତାକୁ ବଢାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଚୀନର ଏକ ସରକାରୀ ଖବରକାଗଜରେ ଚୀନର ଏକ ବିଧାୟକ ୟାଂଗ ବେଇ ପକ୍ଷରୁ କୁହାଯାଇଛି କି ଜେଏଫ୍-୧୭ ଫାଇଟ ଜେଟ୍ ର ଡେଭେଲପମେଣ୍ଟ ଏବଂ ପ୍ରଡକ୍ସନ୍ ଚାଲିଛି । ପାକିସ୍ତାନ ଏବଂ ଚୀନ ମିଶି ତିଆରି କରୁଥିବା ଜେଏଫ୍-୧୭ ଭାରତର ତେଜସ୍ ବିମାନକୁ ଜୋରଦାର ଟକ୍କର ଦେବ ।

jf-17 chinଭାରତର ତେଜସ୍ ଫାଇଟର ଜେଟ୍ ପରି ଜେଏଫ୍-୧୭ ମଧ୍ୟ ସିଙ୍ଗଲ ଇଞ୍ଜିନ୍, ମଲ୍ଟି ରୋଲ ଏବଂ ହାଲୁକା ବିମାନ ଅଟେ । ଖବର ମୁତାବକ ଜେଏଫ୍-୧୭ର କମ୍ୟୁନିକେସନ୍ ସିଷ୍ଟମ୍ ଏବଂ ତାହାର ଯୁଦ୍ଧ କରିବାର କ୍ଷମତାକୁ ବଢାଯାଉଛି । ଏହାସହିତ ବିମାନରେ ଏକ ଇଲେକଟ୍ରୋନିକ୍ ସ୍କାନ୍ ରାଡର ଫିଟ୍ କରାଯାଇଛି , ଯାହାଦ୍ବାରା ଯୁଦ୍ଧ ସମୟରେ ଅଧିକ ରୁ ଅଧିକ ସୂଚନା ମିଳିପାରିବ। ଏହି ବିମାନ ଏକ ସମୟରେ ବହୁତ କିଛି ଟାର୍ଗେଟ କରିପାରିବ ।

Leave A Reply

Your email address will not be published.