ପାକିସ୍ତାନରେ ଖତ ଖାଉଛି ଭାରତର ହଜାରେ କୋଟିର ସମ୍ପତ୍ତି

‘କାରଓ୍ଵାଁ’ ପତ୍ରିକାରେ ଦିଆଯାଇଥିବା ତଥ୍ୟ ଅନୁସାରେ କରାଚିରେ ଭାରତ ସରକାରଙ୍କ ୩ଟି ନୁହେଁ ବରଂ ୬ଟି ସ୍ଥାନରେ ସମ୍ପତ୍ତି ଅଛି । ଏହି ସମ୍ପତ୍ତି ଗୁଡିକ ରହିଛି ଫାତିମା ରୋଡସ୍ଥିତ ଇଣ୍ଡିଆ ହାଉସ୍‌, ୬୩-କ୍ଲିଫଟନର ଇଣ୍ଡିଆ ଲଜ୍‌, ୪୨-୪୩ କ୍ୟୁରୀରୋଡ୍‌ରେ ହିନ୍ଦୁସ୍ତାନ କୋର୍ଟ, ମ୍ୟାକନିଲ ରୋଡ ସ୍ଥିତ ଶିବାଲି କୋର୍ଟ ଓ ହକ୍ସ ବେ’ରେ ହଟ୍‌-୬୧ ଆଦି ଜାଗାରେ । ରକ୍ଷଣା ବେକ୍ଷଣ ଅଭାବରୁ ଏବେ ଭୁତକୋଠୀ ପାଲଟିଛି । ଆଉ ବଜାର ଦରରେ ଏହାକୁ ନିଲାମ କଲେ ଏସବୁ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ହେଲେ ଜାଣିଶୁଣି ଏହାକୁ ବରବାଦ ହେବା ପାଇଁ ଛାଡ଼ି ଦିଆଯାଇଛି ବୋଲି ଏହି ପାକ୍‌ ପତ୍ରିକା ଉଲ୍ଲେଖ କରିଛି ।

indian-6
୧୯୫୦ ସମିହାରେ ଭାରତ ସରକାର ପାକିସ୍ତନ ସରକାରଙ୍କ ଅନୁମତିରେ ଏହି ବେସରକାରୀ ଜାଗାକୁ କିଣିଥିଲେ । ସେହି ସମୟରେ ଶିବାଲି କୋର୍ଟ ଠାରେ ଭାରତୀୟ ଦୂତାବସ, ୬୩ କ୍ଲିଫଟନ୍‌ରେ ମାହାବାଣିଜ୍ୟ ଦୂତାବାସ, ପଞ୍ଚଶୀଳ କୋର୍ଟରେ ଏକ ଭବ୍ୟ କୋଠାଘର ନିର୍ମାଣ କରାଯାଉଥିଲା । କୋଠାଗୁଡିକ ଅତ୍ୟନ୍ତ ଆର୍ଷଣୀୟ ଡିଜାଇନରେ ନିର୍ମିତ ହୋଇଥିଲା । ପରେ ପରେ ୧୯୯୦ ମସିହାରେ ଯତେବେଳେ ମୁହାଜିର କୌମି ପାକିସ୍ତାନରେ ପ୍ରାୟ ୧ ହଜାର ଲୋକଙ୍କୁ ମାରି ଗାଏବ ହୋଇଗଲା ସତେବେଳେ ପାକିସ୍ତାନ ସରକାର ଭାରତ ବିରୋଧରେ ଅଭିଯୋଗ ଆଣିଲେ । ଭାରତ ହିଂସାକୁ ବଢଉଥିବାର ଅଭିଯୋଗ ଆଣି ମ୍ୟାକନିଲ ରୋଡ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସକୁ ଷଡ଼ଯନ୍ତକରି ବନ୍ଦ କରି ଦେଇଥିଲେ ।

indian-7

ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବା କାରଣରୁ ଅଢେଇ ଦଶନ୍ଧି ଧରି ଏହି ସବୁ ବିଲଡିଂ ବନ୍ଦ ହୋଇ ପଡ଼ି ରହିଛି । ବିଲ୍ଡିଙ୍ଗର ସୁରକ୍ଷା ଦାୟିତ୍ବରେ ଥିବା କିଛି ଅଧିକାରୀ ସେଠାରେ କେବଳ ନାମକୁ ମାତ୍ର ଡେରା ପକାଇ ରହୁଛନ୍ତି । ବର୍ତ୍ତମାନ ସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ସମ୍ପର୍କ ଅତି ତିକ୍ତ । ସବୁ ବେଳେ ଉତ୍ତେଜନା ଓ ବିବାଦ ଲାଗି ରହୁଛି । ସେଥିରେ ସେହି ସବୁ ସମ୍ପତ୍ତିର ଭବିଷ୍ୟତ ଠିକ୍‌ ଦୁଇ ଦେଶର ସମ୍ପର୍କ ଭଳି ଦିଶାହୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.