ମତଦାତାଙ୍କୁ କର ଉତ୍ସାହିତ ! ଭୋଟିଂ ପାଇଁ ରାହୁଲ ଏବଂ ନବୀନଙ୍କ ସମେତ ଅନେକ ବିପକ୍ଷ ନେତାଙ୍କୁ ଟ୍ୟାଗ୍ କଲେ ମୋଦି

ଘୋଷଣା ହୋଇସାରିଛି ନିର୍ବାଚନ ତାରିଖ । ଚଳିତ ଥର ୭ ଟି ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ମେ’ ମାସ ୧୯ ତାରିଖରେ ହେବ ସପ୍ତମ ଅର୍ଥାତ ଶେଷ ପର୍ଯ୍ୟାୟ ନିର୍ବାଚନ । ମେ’ ୨୩ ତାରିଖରେ ହେବା ମତଗଣନା । ନିର୍ବାଚନରେ ବାଜିମାତ୍ କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ ।  ବୈଶାଖ ତାତିଠୁ ବଳିଯାଇଛି ନିର୍ବାଚନୀ ତାତି ।

ତେବେ ବିପକ୍ଷ ନେତାଙ୍କୁ କିଛି ଅଲଗା ଢଙ୍ଗରେ ସରପ୍ରାଇଜ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୋଟିଂ ପାଇଁ ଟୁଇଟରେ ଅପିଲ୍ କରିଛନ୍ତି ମୋଦି । ଆଉ ଏଥରୁ କେମିତି ବା ବାଦ୍ ପଡିବେ ବିରୋଧୀ ନେତା । ଆଜ୍ଞା ହଁ ନବୀନ ପଟ୍ଟନାୟକ, ରାହୁଲ୍ ଗାନ୍ଧୀ , ମମତା ବାନାର୍ଜୀ,ଶରଦ ପାୱାର, ଡିଏମକେ ମୁଖ୍ୟ ଏମ କେ ଷ୍ଟାଲିନ୍, ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ ମାୟାବତୀ ସମେତ ଅନେକ ବଡ଼ ବଡ଼ ବିରୋଧୀ ନେତାଙ୍କୁ ଏହି ପୋଷ୍ଟରେ ଟ୍ୟାଗ୍ କରିଛନ୍ତି ମୋଦି ।

ଏହା ସହ ପଢନ୍ତୁ ବିଜେପିର କିଛି ବିଗାଡିପାରିବନି ମହାମେଂଟ, ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଜ୍ୟୋତିର୍ବିଦ

ଆସନ୍ତା ଲୋକସଭା ନିର୍ବାଚନରେ ଭୋଟର ଯେଭଳି ଅଧିକରୁ ଅଧିକ ସଚେତନ ହୋଇ ଭୋଟ ଦେଇପାରିବେ ସେ ନେଇ ସଚେତନ କରିବାକୁ ସେ ଟ୍ୱିଟରେ ଅପିଲ କରିଛନ୍ତି । ଟୁଇଟ୍ କରି ମୋଦି ଲେଖିଛନ୍ତି, ଭୋଟଦାନକୁ ଉତ୍ସାହିତ କରିବା ପାଇଁ ଏହି ନେତାମାନେ ଭୋଟରଙ୍କୁ ଅଧିକରୁ ଅଧିକ ସଚେତନ କରାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.